ମୁଖ୍ୟ ଅଭିଯୁକ୍ତକୁ ଗିରଫ ନିମନ୍ତେ କେନ୍ଦୁଝର ଏସପିଙ୍କୁ ଭେଟିଲେ ରାଜକିଶୋର
ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍) : ହାଟଡିହି ବ୍ଲକ ବାଙ୍ଗୋର ଗ୍ରାମରେ ଘଟିଥିବା ଏକ ବଧୂହତ୍ୟା ଘଟଣାରେ ପୁଲିସ ମୁଖ୍ୟ ଅଭିଯୁକ୍ତଙ୍କୁ ଗିଫ କରୁନଥିବା ମୃତ ଯୁବତୀଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାଇ ଘସିପୁରା ଥାନା ମିରିଗିମୁଣ୍ଡି ଗ୍ରାମର ରାଜ କିଶୋର ସାହୁଙ୍କ ଝିଅ ଟିକିନି ସାହୁ ଗତ ୭/୭/୨୦୧୯ରେ ସୋସୋ ଥାନା ବାଙ୍ଗୋର ଗ୍ରାମର ପୁର୍ଣ୍ଣଚନ୍ଦ୍ର ସାହୁଙ୍କ ପୁଅ ମୁରଲୀକୁ ବୈଦିକ ରୀତିରେ ଝାଡେଶ୍ୱର ମନ୍ଦିରରେ ବିବାହ କରିôତଲା । ବିବାହ ସମୟରେ ଏକ ଲକ୍ଷ ୧୦ହଜାର ଟଙ୍କା ଯୌତୁକ ଦେଇଥିଲେବି ଆଉ ୫୦ହଜାର ପରେ ଦେବେ ବୋଲି କହିଥିଲେ । ଆରô୍ଥକ ସ୍ୱଚ୍ଛଳ ନଥିବାରୁ ଦାବି ମୁତାବକ ୫୦ହଜାର ଟଙ୍କା ଦେବାରେ ବିଳମ୍ବ ଘଟିବାରୁ ଶାଶୁଘର ଲୋକମାନେ ଟିକିନି ଉପରେ ଶାରିରୀକ ଓ ମାନସିକ ନିର୍ୟ୍ୟାତନା ଦେଇଆସୁଥିଲେ । ଏହାକୁ ନେଇ ସବୁବେଳେ ଅଶାନ୍ତି ଲାଗି ରହିବାରୁ ଏନେଇ ଝିଅ ବାପଘରକୁ ପଳାଇଥିଲା । କିଛିଦିନ ପରେ ବହୁ ବୁଝାସୁଝା କରି ୩ମାସ ଭିତରେ ଟଙ୍କା ଦେବାର ପ୍ରତିଶୃତି ଦେଇ ଝିଅକୁ ଆଣି ଶ୍ୱଶୁର ଘରେ ଛାଡି ଯାଇଥିଲେ । ମାତ୍ର ଟିକିନିକୁ ଶାଶୁଘରେ ଛାଡି ଯିବାର ମାତ୍ର ୧୨ଦିନ ପରେ ଅର୍ଥାତ ଶାଶୁ, ଶ୍ୱଶୁର ଓ ଜ୍ୱାଇଁ ମାନେ ମିଶି ଟିକିନିକୁ ମାରିଦେଇଥିଲେବୋଲି ଅଭିଯୋଗ କରିଛନ୍ତି । ଏନେଇ ଟିକିନିର ବାପା ରାଜକିଶୋର ସେହିଦିନ ସୋସୋ ଥାନାରେ ଅଭିଯୋଗ କରିଥିବାବେଳେ ପୁଲିସ ସ୍ୱାମୀ ମୁରଲୀକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ମାତ୍ର ଅଭିଯୋଗ ପତ୍ରରେ ଟିକିନିର ଶାଶୁ, ଶ୍ୱଶୁରଙ୍କୁ ଗିରଫ କରିବାରେ ଆଜି ପର୍ୟ୍ୟନ୍ତ ବିଫଳ ହୋଇଛି । ବାରମ୍ବାର ସୋସୋ ପୁଲିସକୁ ସାକ୍ଷାତକରି ଶାଶୁ ଓ ଶ୍ୱଶୁରଙ୍କୁ ଗିରଫ କରାଯାଉ ନାହିଁ କାହିଁକି ବୋଲି ଅଭିଯୋଗ କରୁଥିଲେବି ସେମାନେ ଫେରାର ଥିବା ପୁଲିସ ଦର୍ଶାଉଛି ବୋଲି ରାଜ କିଶୋର ଅଭିଯୋଗ କରିଛନ୍ତି । ଏନେଇ ରାଜକିଶୋର କେନ୍ଦୁଝର ଏସ.ପିଙ୍କୁ ଭେଟି ପୁଲିସର କୋହଳ ମନୋଭାବ ବିରୁଦ୍ଧରେ ଜଣାଇଥିଲେବି ଆଜି ପର୍ୟ୍ୟନ୍ତ ମୁଖ୍ୟ ଅଭିଯୁକ୍ତ ମାନଙ୍କୁ ଗିରଫ କରୁନଥିବା ବାପା ରାଜକିଶୋର ଅଭିଯୋଗ କରିଛନ୍ତି । ଜିଲ୍ଲା ଏସ.ପି ଏଥିପ୍ରତି ଦୃଷ୍ଟି ଦେବାକୁ ସେ ନିବେଦନ କରିଛନ୍ତି ।
