ସିଦ୍ଧି ବିନାୟକ ପବ୍ଲିକ ସ୍କୁଲର ଷଷ୍ଠତମ ବାର୍ଷିକ ଉତ୍ସବ ପାଳିତ

ବାଲେଶ୍ୱର,(ଯୁଗାବ୍ଦ ନ୍ୟୁଜ୍‌): ସିଦ୍ଧି ବିନାୟକ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏହି ଉତ୍ସବକୁ ବିଦ୍ୟାଳୟର ଅଧ୍ୟକ୍ଷ ସୁଧାଂଶୁ ପଣ୍ଡା ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ବିଦ୍ୟାଳୟ ପରିଚାଳନା କମିଟିର ଉପଶବାପତି ଶୁଭେନ୍ଦୁ ଭୂଷଣ ବେହେରା ଅତିଥି ପରିଚୟ ପ୍ରଦାନ କରିଥିଲେ ଓ ସଭାପତି ମୌସମ କୁମାର ସିଂ ବିଦ୍ୟାଳୟ ବିଷୟରେ ଆଲୋକପାତ କରିଥିଲେ । ଚେୟାରମ୍ୟାନ୍ କବୀର କୁମାର ମଢୁଆଳ ବାର୍ଷିକ ବିବରଣୀ ପାଠ କରିଥିଲେ । ମୁଖ୍ୟ ଅତିଥି ଭାବରେ ମୌଲାନା ଆବୁଲ କଲାମ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏସିଆନ୍ ଷ୍ଟଡିଜ୍ କଲକାତାର ଭାଇସ ଚେୟାରମ୍ୟାନ୍ ଓ ସିଆଇଏଫ୍ ଏବଂ ହାଇଦ୍ରାବାଦ୍‌ର ପୂର୍ବତନ ଉପ କୂଳାଧିପତି ପ୍ରଫେସର କୈଳାଶ ଚନ୍ଦ୍ର ବରାଳ ଯୋଗ ଦେଇଥିଲେ । ଏକ ଉନ୍ନତ ଦେଶ ଗଠନରେ ଶିକ୍ଷାନୁଷ୍ଠାନମାନଙ୍କର ଭୂମିକା ଅତିବ ଗୁରୁତ୍ୱପୂର୍ଣ୍ଣ ବୋଲି ସେ ତାଙ୍କ ଅଭିଭାଷଣରେ କହିଥିଲେ । ସେ କହିଥିଲେ ଶିକ୍ଷାନୁଷ୍ଠାନ ଛାତ୍ରଛାତ୍ରୀ ତିଆରି କରିବାର ଏକ କାରଖାନା । ଇନ୍ଦିରାଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟର ଆଞ୍ଚଳିକ ନିର୍ଦ୍ଦେଶକ ଡ. ଶୁଭକାନ୍ତ ମହାନ୍ତି କହଥିଲେ ସାରା ବିଶ୍ୱରେ ବର୍ତ୍ତମାନ ଅନେକ ଆଞ୍ଚଳିକ ସମସ୍ୟା ମୁଣ୍ଡ ଟେକିଛି । ଏକ ସମସ୍ୟା ବିହୀନ ସମାଜକୁ ତିଆରି କରିବାକୁ ହେଲେ ଛାତ୍ରଛାତ୍ରୀମାନଙ୍କର ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ । ସମ୍ମାନୀତ ଅତିଥି ଭାବରେ ଭାରତ ସରକାରଙ୍କ ଦ୍ୱାରା ପରିଚାଳିତ ସ୍ୱାମୀ ବିବେକାନନ୍ଦ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ରିହେବିଟେସନ୍ ଏଣ୍ଡ ରିସର୍ଚ୍ଚର ଡେପୁଟି ଡାଇରେକ୍ଟର ଡ. କେ.ସି. ମହାପାତ୍ର ଯୋଗ ଦେଇଥିଲେ । ମୁଖ୍ୟ ବକ୍ତା ଭାବରେ ପ୍ରତିଭାଶ୍ରୀ ମୁଖ୍ୟ ତଥା ଖାତନାମା କବି ପ୍ରଶାନ୍ତ କୁମାର ଦାସ ଯୋଗ ଦେଇ ଛାତ୍ରଛାତ୍ରୀମାନେ ଶୃଙ୍ଖଳିତ ହେବା ଉଚିତ୍ ବୋଲି କହିଥିଲେ । ଏହି ଉତ୍ସବରେ ବିଦ୍ୟାଳୟ ପରିଚାଳନା କମିଟିର କର୍ମକର୍ତ୍ତା ରାଧାକାନ୍ତ ମହାନ୍ତି, ମନୋରଞ୍ଜନ ମହାନ୍ତି, ଅଜୟ କୁମାର ଗିରି, କେଦାରନାଥ ମହାନ୍ତି, ଭବାନୀ ଶଙ୍କର ହୋତା, ଜ୍ଞାନରଞ୍ଜନ ଦାସ ଯୋଗ ଦେଇଥିଲେ । ସୁମନ୍ତ କୁମାର ସାହୁ ଉଦ୍‌ଯାପନି ଭାଷଣ ପ୍ରଦାନ କରିଥିଲେ । ସର୍ବଶେଷରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷ୍ଟିତ ହୋଇଥିଲା । ବିଦ୍ୟାଳୟର ସମସ୍ତ କର୍ମକର୍ତ୍ତା ଏଥିରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ