ଲକ୍ଷ୍ନୌ ଏବଂ ନୋଏଡାରେ ଲାଗୁହେବ କମିଶନରେଟ୍ ବ୍ୟବସ୍ଥା

ଉତ୍ତରପ୍ରଦେଶ- ସୋମବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ ୟୁପି କ୍ୟାବିନେଟ୍ ବୈଠକରେ ଏକ ଗୁରୁତ୍ୱପୂର୍ଣ୍ଣ ନିସ୍ପତି ନିଆଯାଇଛି । ଏଣିକି ଲକ୍ଷ୍ନୌ ଏବଂ ନୋଏଡାରେ କମିଶନରେଟ୍ ପ୍ରଣାଳୀ ଲାଗୁ କରାଯିବ ବୋଲି ଆଜି ରାଜ୍ୟ କ୍ୟାବିନେଟ୍ ମୋହର ମାରିଛି । ୧୫ଟି ରାଜ୍ୟର ୭୧ଟି ସହରରେ କମିଶନରେଟ ପ୍ରଣାଳୀ ପୂର୍ବରୁ ଲାଗୁ ହୋଇଥିଲା । ତେବେ ୟୁପିରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶାସନ ଭାର ସମ୍ଭାଳିବା ପରେ ଏହି ପ୍ରଣାଳୀ ଲାଗୁ କରିବା ପାଇଁ ଯୋଜନା ହୋଇଥିଲା କିନ୍ତୁ ଅମଲାତନ୍ତ୍ରର ଚାପରେ ଏହାର କୌଣସି ନିଷ୍କର୍ଷ ବାହାରି ନଥିଲା। ଏବେ କାନୁନ ବ୍ୟବସ୍ଥାର ସୁଧାର ପାଇଁ ନୋଏଡା ଏବଂ ଲକ୍ଷ୍ନୌରେ ଏହାର ଶୁଭାରମ୍ଭ ହୋଇଛି।ଏନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ, ୫୦ ବର୍ଷ ମଧ୍ୟରେ ପୋଲିସ ବାହିନୀର ଉନ୍ନତୀକରଣ କରି ଏକ ବଡ ପଦକ୍ଷେପ ନିଆଯାଇଛି। ଲକ୍ଷ୍ନୌ ଏବଂ ନୋଏଡାରେ ଆମେ ପୁଲିସ ଆୟୁକ୍ତ ପ୍ରଣାଳୀ ଲାଗୁ କରୁଛୁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ