ପୋଲିସକୁ ଆକ୍ରମଣ ଘଟଣା: ୩ ଗିରଫ

ବନ୍ତ,(ଯୁଗାବ୍ଦ ନ୍ୟୁଜ୍‌): ବନ୍ତ ବଜାରରେ ଶୁକ୍ରବାର ଯାତ୍ରା ଚାଲିଥିଲା । ଏଥିଲାଗି ଅଂଚଳବାସୀଙ୍କ ମଧ୍ୟରେ ହସଖୁସିର ସହ ବନ୍ଧୁ ବର୍ଗଙ୍କ ମଧ୍ୟ ପରିବାରକୁ ସୁଅଛୁଟିଥିଲା । ଯାତ୍ରା ଲାଗି ଚଳଚଞ୍ଚଳ ଥିଲା ବନ୍ତ ବଜାର । କିନ୍ତୁ କୈାଣସି ଘଟଣାକୁ  କନ୍ଦ୍ର କରି ଦୁଇ ଗୋଷ୍ଠି ମଧ୍ୟରେ ଗଣ୍ଡଗୋଳ ମାଡପିଟ ଆରମ୍ଭ ହୋଇଥିଲା । ଶାନ୍ତି ଶୃଙ୍ଖଳା ନିମନ୍ତେ ନିୟୋଜିତ ଥିବା ପୋଲିସ କନେଷ୍ଟବଳ ଘଟଣା ସ୍ଥଳରେ ରହିଥିବା ବେଳେ କନେଷ୍ଟବଳଙ୍କ ଉପରକୁ ଅଚାନକ ଆକ୍ରମଣ କରାଯାଇଥିଲା । ଏଥିରେ କନେଷ୍ଟବଳଙ୍କର ମୁଣ୍ଡରେ ଗଭୀର ଆଘାତ ଲାଗାିଥିଲା ।ଏହା ପରେ କନେଷ୍ଟବଳ ନିଗମାନନ୍ଦ ମହାଳିକଙ୍କ ଥାନାରେ ଅଭିଯୋଗ ପରେ ପୋଲିସ କେସ ନଂ-୩/୨୦ ମୂଳେ ୧୦ରୁ ୧୫ ଜଣଙ୍କ ନାମରେ ମାମଲା ରୁଜୁ କରି ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ