ଯାତ୍ରାରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ: ଥାନାରେ ୨ଟି ମାମଲା ରୁଜ୍ଜୁ

ବନ୍ତ,(ଯୁଗାବ୍ଦ ନ୍ୟୁଜ୍‌): ଶୁକ୍ରବାର ବନ୍ତ ଥାନା ଅଧିନ ବନ୍ତ ବଜାର ଠାରେ ଅନୁଷ୍ଠିତ ଯାତ୍ରା ଟେଣ୍ଟ ନିକଟରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ଘଟି ଥାନାରେ ଦୁଇଟି ମାମଲା ରୁଜ୍ଜୁ ହୋଇଛି । ଏଥିରେ ଉଭୟ ପକ୍ଷରୁ ଆହତ ହୋଇ ଚିକିତ୍ସିିତ ହେଉଛନ୍ତି । ପ୍ରକାଶ ଯେ, ଟିଲୋ ବଡସାହି ଗ୍ରାମର ଅଭିନାଶ ସ୍ୱାଇଁ ଯାତ୍ରା ଦେଖିବାକୁ ଯାଇଥିବା ବେଳେ ନାଟକ ମଝିରେ ପରିଶ୍ରା କରିବା ପାଇଁ ବାହାରକୁ ଆସିଥିଲେ । ସେଠାରେ ଉପସ୍ଥିତ କିଛି ବ୍ୟକ୍ତି ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ । ଫଳରେ ତାଙ୍କର କାନରେ ଆଘାତ ଲାଗିବା ଯୋଗୁଁ ସେ ଗୁରୁତର ହୋଇପଡିଥିଲେ । ଉପସ୍ଥିତ ଲୋକେ ତାଙ୍କୁ ପ୍ରଥମେ ବନ୍ତ ଓ ପରେ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । ଏନେଇ ପୋଲିସ କେସ ନଂ-୨/୨୦ ମୂଳେ ୧୪ ଜଣଙ୍କ ନାମରେ ମାମଲା ରୁଜ୍ଜୁ କରି ତଦନ୍ତ ଜାରି ରଖିଛି । ସେହିପରି ଟିଲୋ ଗ୍ରାମର ପ୍ରଣବ କିଶୋର ଲେଙ୍କାଙ୍କୁ କିଛି ଯୁବକ ସଂଘବଦ୍ଧ ଆକ୍ରମଣ କରିଥିବାରୁ ସେ ଗୁରୁତର ଅବସ୍ଥାରେ ଚିକିତ୍ସାଧିନ ଅଛନ୍ତି । ଏହି ଘଟଣାରେ ପ୍ରଣବଙ୍କ ବାପା ବିଦ୍ୟାଧର ଲେଙ୍କା ଥାନାରେ ଅଭିଯୋଗ କରିବା ପରେ ପୋଲିସ କେସ ନଂ-୪/୨୦ ମୂଳେ ୧୧ ଜଣଙ୍କ ନାମରେ ମାମଲା ରୁଜୁ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ