ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ଛାତ୍ରୀଙ୍କ ସଫଳତା
ବନ୍ତ,(ଯୁଗାବ୍ଦନ୍ୟୁଜ): ଜିଲ୍ଲା ସ୍ତରୀୟ ପ୍ରତିଭା ଅନ୍ୱେଷଣ ପ୍ରତିଯୋଗିତାରେ ବନ୍ତସ୍ଥିତ ଲିଟିଲ୍ ସ୍କୁଇରାଲ୍ସ ପବ୍ଲିକ୍ ସ୍କୁଲର ନର୍ସରୀ ଛାତ୍ରୀ ଶ୍ରେୟାଂଶି ଦାଶ ପ୍ରଥମ ସ୍ଥାନ ଅଧିକାର କରି ବ୍ଲକ ପାଇଁ ଗୌରବ ଆଣିଛନ୍ତି । ଭଦ୍ରକସ୍ଥିତ ଏସ୍.ବି.ଡି ଇଣ୍ଟରନେସନାଲ୍ ପବ୍ଲିକ୍ ସ୍କୁଲ ଆନୁକୂଲ୍ୟରେ ଅନୁଷ୍ଠିତ ପ୍ରତିଯୋଗିତାରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରୁ ଛାତ୍ରଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ । ସେମାନଙ୍କ ମଧ୍ୟରୁ ଶ୍ରେୟାଂଶି ରାଇମ୍ସ ପ୍ରତିଯୋଗିତାରେ ପ୍ରଥମ ହୋଇଥିଲେ । ବନ୍ତ ଠାରେ ନୂତନ କରି ଗଢି ଉଠିଥିବା ଲିଟିଲ୍ ସ୍କୁଇରାଲ୍ସ ପବ୍ଲିକ୍ ସ୍କୁଲ ଖୁବ୍ କମ୍ ଦିନ ମଧ୍ୟରେ ଏହିଭଳି ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ନିଜର ପାରଦର୍ଶିତା ଦେଖାଇବା ସହ ପ୍ରତିଭାବାନ ଛାତ୍ରଛାତ୍ରୀ ମାନଙ୍କୁ ଗଢି ତୋଳିପାରିଛି । ଶ୍ରେୟାଂଶିଙ୍କର ଏହି ସଫଳତାରେ ପିତା ସୁନୀଲ କୁମାର ଦାଶ ଓ ମାତା ସୁଚିସ୍ମିତା ଦାଶଙ୍କ ସମେତ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ମାନେ ଖୁସିବ୍ୟକ୍ତ କରିଛନ୍ତି ।


