ପରିବହନ କ।ର୍ଯ୍ୟ।ଳୟ ଆନୁକୁଲ୍ୟରେ-ସଡକ ସୁରକ୍ଷା ସଚେତନତା କ।ର୍ଯ୍ୟକ୍ରମ

ରାଇରଙ୍ଗପୁର- ସପ୍ତାହ ବ୍ୟାପ ସଡ଼କ ସୁରକ୍ଷା ସଚେତନ କାର‌୍ୟ୍ୟକ୍ରମ ସମଗ୍ର ଓଡ଼ିଶାରେ ଜୋରଦାର ଆରମ୍ଭ ହୋଇଯାଇଛି । ବିଭିନ୍ନ ଅନୁଷ୍ଠାନ ମାନଙ୍କ ପକ୍ଷରୁ ଗାଡି ଚାଳକଙ୍କୁ ସଚେତନ କରାଇବା ପାଇଁ ଆଗେଇ ଆସିଛନ୍ତି ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲା । ପରିବହନ ତରଫରୁ  ବିଭିନ୍ନ କ।ର୍ଯ୍ୟକ୍ରମ ଭାରାପ୍ରାପ୍ତ ଅଧିକାରୀ ମନୋଜ ଟପ୍ନୋ ହାତକୁ ନେଇଛନ୍ତି । ଏକ ସୁସଜ୍ଜିତ ମୋବାଇଲ ଗାଡ଼ିରେ ଡ଼ାକବାଜି ଯନ୍ତ୍ର ଦ୍ବାରା ବିଭିନ୍ନ ବ୍ଲକର ଗାଁକୁ ଗାଁ ପ୍ରଚାର କରାଯିବା ସହ ସଡ଼କ ସୁରକ୍ଷା ସଚେତନ ପତ୍ର ବଣ୍ଟନ କରାଯାଇଥିଲା । ପରେ ରାଇରଙ୍ଗପୁର ପୌରାଞ୍ଚଳର ବିଭିନ୍ନ ଜନଗହଳି ସ୍ଥାନରେ ନୃତ୍ୟ ଗୀତ ରେ ଲୋକଙ୍କୁ ସଚେତନ କରାଇଥିଲେ । ଏଥିରେ ପରିବହନ କାର‌୍ୟ୍ୟାଳୟର କର୍ମଚାରୀମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ