୧୫ କିଲୋ ଓଜନ ବଢ଼ାଇବେ କୃତି

ମୁମ୍ବାଇ : ବଲିଉଡ୍ ଅଭିନେତ୍ରୀ କୃତି ସାନନ କିଛି ଦିନ ଭିତରେ ଅନେକ ଗୁଡ଼ିଏ ହିଟ୍‌ ସିନେମା ଦେଇ ସାରିଛନ୍ତି। ଏବେ ସେ ନିଜ ଆଗାମୀ ପ୍ରୋଜେକ୍ଟରେ ବ୍ୟସ୍ତ ଅଛନ୍ତି। କୃତି ନିଜର ଆଗାମୀ ଫିଲ୍ମ ପାଇଁ କୃତି ଫିଜିକାଲା ଟ୍ରାନସ୍‌ଫର୍ମେସନ୍‌ ମଧ୍ୟ ବିଶେଷ ଧ୍ୟାନ ଦେଇଛନ୍ତି। ସୂଚନାଯୋଗ୍ୟ ଯେ ପଙ୍କଜ ତ୍ରିପାଠୀଙ୍କ ଫିଲ୍ମ ‘ମିମି’ରେ କୃତି ମୁଖ୍ୟ ଭୂମିକାରେ ନଜର ଆସିବାକୁ ଯାଉଛନ୍ତି। ମିଡିଆ ରିପୋର୍ଟ ମୁତାବକ ଏହି ଚରିତ୍ରରେ ଫିଟ୍‌ ହେବା ଲାଗି କୃତି ୧୫ କିଲୋଗ୍ରାମ୍‌ ଓଜନ ବଢ଼ାଇବେ। କୃତିଙ୍କ ଓଜନ ଏବେ ୫୬ କିଲୋ। କିନ୍ତୁ ଏହି ଚରିତ୍ର ପାଇଁ ତାଙ୍କୁ ଓଜନ ବଢ଼ାଇବାକୁ ପଡ଼ିବ। ତେଣୁ କୃତି ଏବେ ନୂଆ ଫିଜିକ୍‌ ଟ୍ରାନ୍‌ସଫର୍ମେସନ୍‌ ସହିତ ସାମ୍ନାକୁ ଆସିବେ। କୃତି ଏ ସମ୍ପର୍କରେ କହିଛନ୍ତି ଯେ ଓଜନ ବୃଦ୍ଧି କାମ ଚାଲିଛି। ଏବେ ସେ କେବଳ ‘ମିମି’ ଉପରେ ଧ୍ୟାନ ଦେଉଛନ୍ତି। ଏହା ତାଙ୍କ ପାଇଁ ପୂରା ଅଲଗା ଓ ନୂଆ ବୋଲି କୃତି କହିଛନ୍ତି। କୃତି ଆହୁରି ମଧ୍ୟ କହିଛନ୍ତି ଯେ ତାଙ୍କ ପାଇଁ ଓଜନ ବୃଦ୍ଧି କରିବା ବହୁତ ବଡ଼ ଚ୍ୟାଲେଞ୍ଜ ଓ ତାଙ୍କ ଶରୀର ପାଇଁ ମଧ୍ୟ ପୂରାପୂରି ନୂଆ। ଏଥିପାଇଁ ତାଙ୍କୁ ମେଟାବଲଇଜମ୍ ସହିତ ଲଢ଼େଇ କରିବାକୁ ପଡ଼ିବ। ଏଥିପାଇଁ ତାଙ୍କୁ ଖୁବ୍‌ କମ୍ ସମୟରେ ଦ୍ରୁତଗତିରେ କ୍ୟାଲୋରୀ ବଢ଼ାଇବାକୁ ପଡ଼ିବ। କିନ୍ତୁ ଏଥିପାଇଁ ସେ ବହୁତ ଉତ୍ସାହିତ ଅଛନ୍ତି। ଏହି ଚରିତ୍ର ତାଙ୍କ ହୃଦୟର ବହୁତ ନିକଟତର। ତେଣୁ ଏହି ଚରିତ୍ର ପାଇଁ ସେ କିଛି ବି କରିପାରିବେ ବୋଲି କୃତି କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ