ସାଥୀଙ୍କୁ ପ୍ରଭାବିତ କରେ ସ୍ମାର୍ଟଫୋନର ବ୍ରାଣ୍ଡ୍‌

ଯଦି ଆପଣଙ୍କ ଡେଟିଂ ଲାଇଫ୍‌ ଠିକ୍‌ ଭାବେ ଚାଲୁନାହିଁ, ତେବେ ଏହାର ଏକ କାରଣ ଆପଣଙ୍କ ଫୋନ୍‌ ମଧ୍ୟ ହୋଇପାରେ। ମୋବାଇଲ୍‌ ଫୋନ୍‌ ଆପଣଙ୍କ ପ୍ରେମ ସମ୍ପର୍କରେ ବହୁତ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ପାର୍ଟନରଙ୍କୁ ଆପଣ କେତେ ଆକର୍ଷଣୀୟ ଲାଗୁଛନ୍ତି, ଏହା ମଧ୍ୟ ବହୁତ ମାତ୍ରାରେ ଆପଣଙ୍କ ମୋବାଇଲ୍‌ ଫୋନ୍ ଉପରେ ନିର୍ଭର କରେ। ଏବେ ଆପଣ ଭାବୁଥିବେ, ଆପଣଙ୍କ ଲଭ୍‌ ଲାଇଫ୍‌ ସହିତ ମୋବାଇଲ୍‌ର କ’ଣ ସମ୍ପର୍କ ରହିଛି? ଏକ ଗବେଷଣା ଫଳାଫଳ ଆଧାରରେ ଏହି ରିପୋର୍ଟ ପ୍ରକାଶ କରାଯାଇଛି। ତେବେ ଚାଲନ୍ତୁ ଜାଣିବା ଏହି ଗବେଷଣାର ରିପୋର୍ଟ କ’ଣ କହୁଛି।
ଡିକ୍ଲଟର ହେଉଛି ପୁରୁଣା ଉପକରଣ ଓ ଟେକ୍ନୋଲୋଜି ବିକ୍ରି କରୁଥିବା ଏକ କମ୍ପାନୀ। ଏହି କମ୍ପାନୀ ପାଖାପାଖି ୧୫୦୦ରୁ ଊର୍ଦ୍ଧ୍ବ ସିଙ୍ଗଲ ଲୋକଙ୍କ ଉପରେ ସର୍ଭେ କରିଥିଲା। ଏହି ସର୍ଭେରେ ସାମିଲ୍‌ ହୋଇଥିବା ସମସ୍ତ ବ୍ୟକ୍ତିଙ୍କୁ ସେମାନଙ୍କ ପ୍ରେମ ଜୀବନ ଓ ପସନ୍ଦର ମୋବାଇଲ ସମ୍ପର୍କରେ ଅନେକ ପ୍ରଶ୍ନ କରାଯାଇଥଲା।
ସର୍ଭେ ଫଳାଫଳରୁ ଜଣାପଡ଼ିଥିଲା ଯେ ୭୦ ପ୍ରତିଶତ ସିଙ୍ଗଲ ବ୍ୟକ୍ତି ଆଣ୍ଡ୍ରଏଡ୍‌ ଫୋନ୍‌ ବ୍ୟବହାରକାରୀଙ୍କ ଅପେକ୍ଷା ଆଇଫୋନ୍‌ ବ୍ୟବହାର କରୁ୍‌ଥିବା ବ୍ୟକ୍ତିଙ୍କୁ ଡେଟ୍‌ କରିବାକୁ ଚାହୁଥିବା କହିଥିଲେ। ଏଥିସହିତ ସର୍ଭେରେ ସାମିଲ୍‌ ଥିବା ପ୍ରତ୍ୟେକ ୫ ଜଣରୁ ୨ ଜଣ ବ୍ୟକ୍ତିଙ୍କ କହିବାନୁସାରେ ପାର୍ଟନରଙ୍କୁ ଇମ୍ପ୍ରେସ୍‌ କରିବା ଲାଗି ମୋବାଇଲ୍‌ ଫୋନ୍‌ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ସର୍ଭେରୁ ଆହୁରି ମଧ୍ୟ ଜଣାପଡ଼ିଛି ଯେ ପାଖାପାଖି ୬୫ ପ୍ରତିଶତ ଆଇଫୋନ୍‌ ବ୍ୟବହାର କରୁଥିବା ଲୋକେ ଆଣ୍ଡ୍ରଏଡ୍‌ ଫୋନ୍‌ ବ୍ୟବହାରକାରୀଙ୍କୁ ଡେଟ୍‌ କରିବାରେ କମ୍ଫର୍ଟେବଲ ଥିଲେ। ସେହିପରି ୪୫ ପ୍ରତିଶତ ଆଇଫୋନ୍‌ ବ୍ୟବହାରକାରୀ ଆଣ୍ଡ୍ରଏଡ ବ୍ୟବହାରକାରୀ ଲୋକଙ୍କୁ ଡେଟ୍‌ କରିବାକୁ ଚାହୁ ନ ଥିବା କହିଥିଲେ। ଏହାବ୍ୟତୀତ ସର୍ଭେ ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ କେବଳ ୫୩ ପ୍ରତିଶତ ଆଣ୍ଡ୍ରଏଡ୍‌ ବ୍ୟବହାରକାରୀ ପ୍ରଥମେ ଆଇଫୋନ୍‌ ବ୍ୟବହାରକାରୀଙ୍କ ସହ ଡେଟ୍‌ରେ ଯିବାକୁ ଆଗ୍ରହ ପ୍ରକାଶ କରିଥିବା ଜଣାପଡ଼ିଛି। ସର୍ଭେରେ ଆହୁରି ମଧ୍ୟ ଜଣାପଡ଼ିଥିଲା ଯେ ସମ୍ପର୍କ ଭଲ ନ ରହିଲେ, ଆଇଫୋନ୍‌ ବ୍ୟବହାରକାରୀ ପ୍ରଥମେ ଛାଡ଼ିବାର ସମ୍ଭାବନା ରହିଛି। ଏହାବ୍ୟତୀତ ଅଧିକାଂଶ ଆଇଫୋନ୍‌ ବ୍ୟବହାରକାରୀ ମେସେଜ୍‌ ମାଧ୍ୟମରେ ନିଜ ପାର୍ଟନରଙ୍କ ସହ ବ୍ରେକ୍‌ଅପ୍‌ କରୁଥିବା ସର୍ଭେରୁ ଜଣାପଡ଼ିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ