ଇକୋ ରିଟ୍ରିଟ ମହୋତ୍ସବ ପରିସରରେ ଗୁଡିଉଡା ପ୍ରତିଯୋଗିତା

କୋଣାର୍କ ,(ଗଣେଶ ଚନ୍ଦ୍ର ବେହେରା): କୋଣାର୍କ-ପୁରୀ ବେଳାଭୂମି ମାର୍ଗର ସାହୁଖଣତା ଠାରେ ଅନୁଷ୍ଠିତ ହେଉଥିବା ଇକୋ ରିଟ୍ରିଟ ମହୋତ୍ସବ ସ୍ଥଳୀରେ ପବିତ୍ର ମକର ସଂକ୍ରାନ୍ତି ଅବସରରେ ଉତ୍ତରାୟନ ଗୁଡି ଉଡା ପ୍ରତିଯୋଗିତା ହୋଇଯାଇଛି। ୟଂଗ ଇଣ୍ଡିଆନସ, ଓଡ଼ିଶା ଶାଖା ଆନୁକୂଲ୍ୟରେ ଅନୁଷ୍ଠିତ ଏହି ଗୁଡିଉଡା ପ୍ରତିଯୋଗିତା ରେ ଓଡିଶା ସମେତ ଭାରତ ବର୍ଷର ଵିଭିନ୍ନ ରାଜ୍ୟ ର ଶତାଧିକ ପର୍ଯ୍ୟଟକ ଓ ଜନସାଧାରଣ ଏଥିରେ ଭାଗ ନେଇ ସମୁଦ୍ର କୂଳରେ ରଂଗ ଵେରଂଗ ଗୁଡି ଉଡାଇ ମଜାନେଇଥିଲେ। ଓଡ଼ିଶାର ପ୍ରାଚୀନ ପରମ୍ପରା କୁ ବହନ କରୁଥିବା ମକର ସଂକ୍ରାନ୍ତି ମେଳା ଅବସରରେ ଗୁଡିଉଡା ପରମ୍ପରା ଅତି ପୁରୁଣା ଓ ସଂସ୍କୃତି ର ଏକ ମାଇଲ ଖୁଣ୍ଟ ସଦୃଶ। ଏହି ପରମ୍ପରା ବର୍ତ୍ତମାନ ବିଲୁପ୍ତ ହେବାକୁ ଯାଉଥିବା ବେଳେ ୟଂଗ ଇଣ୍ଡିଆନସ, ଓଡ଼ିଶା ଶାଖା ଆନୁକୂଲ୍ୟରେ ଆୟୋଜିତ ଏହି ଗୁଡିଉଡା ମହୋତ୍ସବ ଵିଶେଷ ଭାଵରେ ଗୁରୁତ୍ବ ଵହନ କରିଛି ବୋଲି ବୁଦ୍ଧିଜୀବୀ ମହଲରେ ଭୂୟସୀ ପ୍ରଶଂସା କରାଯାଇଛି। ଏହି ଅବସରରେ ସମୁଦ୍ର କୂଳରେ ଆୟୋଜିତ ସଂଗଠନ ପକ୍ଷରୁ ଗୁଡି ଷ୍ଟଲ ମାନ ଖୋଲା ଯାଇ ଇକୋ ରିଟ୍ରିଟ ମହୋତ୍ସବ ବୁଲିବା ପାଇଁ ଆସୁଥିବା ହଜାରହଜାର ପର୍ଯ୍ୟଟକ ମାନଙ୍କ ପାଇଁ ଗୁଡି ପ୍ରତି ୨୦ଟଙ୍କା ରୁ ୨୦୦ଟଙ୍କା ରଖାଯାଇଥିଲା। ଏହା ଫଳରେ ପର୍ଯ୍ୟଟକ ମାନଙ୍କ ମଧ୍ୟରେ ଓଡ଼ିଶାର ପ୍ରାଚୀନ ପରମ୍ପରା ବିଷୟରେ ଅବଗତ ହେବା ସହ ଗୁଡି ଉଡାଇ ଏହାର ମଜା ଉଠାଇବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ଏହି ପ୍ରତିଯୋଗିତା ପୂର୍ବାହ୍ନ ୧୧ଟା ରୁ ଆରମ୍ଭ ହୋଇ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିଥିଲା। ଓଡ଼ିଶା ରେ ଏହି ଗୁଡି ଉଡା ମହୋତ୍ସବ ପ୍ରଥମ ଥର ପାଇଁ ସାହୁଖଣତା ଵେଳା ଭୂମି କୂଳରେ ଅନୁଷ୍ଠିତ ହେଉଥିବା ବେଳେ ପୁରୁଣା ସଂସ୍କୃତି ଆଡକୁ ପର୍ଯ୍ୟଟକ ଓ ଜନସାଧାରଣ ଙ୍କୁ ଆକୃଷ୍ଟ କରିବା, ଐତିହ୍ୟ ପ୍ରତି ଯୁବଗୋଷ୍ଠୀ ମାନଙ୍କୁ ସଚେତନ କରାଇବା ଏହି ମହୋତ୍ସବ ର ମୁଖ୍ୟ ଲକ୍ଷ୍ୟ ଵୋଲି ଆୟୋଜନ କରିଥିବା ୟଂଗ ଇଣ୍ଡିଆନସ ସଂଗଠନ ର ଅଧ୍ୟକ୍ଷ କମଲ ଅଗ୍ରଓଲ, ଉପାଧ୍ୟକ୍ଷା ରଶ୍ମି ଗୁପ୍ତା ପ୍ରକାଶ କରିଛନ୍ତି।ଏହି କାର୍ଯ୍ୟକ୍ରମରେ ବମ୍ବେରୁ ୧୦ଜଣିଆ ଗୁଡିଉଡା ଵିଶେଷଞ ଯୋଗ ଦେଇଥିଲେ। ଆଗାମୀ ଦିନରେ ଏହି କାର୍ଯ୍ୟକ୍ରମକୁ ଲୋକାଭିମୁଖୀ କରାଯିବା ସହ ପର୍ଯ୍ୟଟନ ଶିଳ୍ପର ଅଭିବୃଦ୍ଧି ଦିଗରେ ଏହା ଵିଶେଷ ସହାୟକ ହେବ ବୋଲି ଆୟୋଜକ ସଂସ୍ଥାର ଅଧ୍ୟକ୍ଷ ଶ୍ରୀ ଅଗ୍ରଓଲ ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ