ଶ୍ରୀବଳଦେବଜୀଉ ମନ୍ଦିରରେ ୯ଜଣ ମହିଳାଙ୍କ ଠାରୁ ସୁନାଚେନଓ ହାର ଲୁଟ ଅଭିଯୋଗ

କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍‌): ମକର ସଂଙ୍କ୍ରାନ୍ତି ଅବସରରେ ବୁଧବାର ଇଛାପୁରସ୍ଥିତ ଶ୍ରୀବଳଦେବଜୀଉଙ୍କ ମନ୍ଦିରରେ ପ୍ରବଳ ଜନଗହଳି ଲାଗିରହିଥିବାରୁ ତାହାର ସୁଯୋଗ ନେଇ ଏକ ମହିଳା ଲୁଟେରା ଗ୍ୟାଙ୍ଗ ୯ ଜଣ ମହିାଳା ଦର୍ଶନାର୍ଥିଙ୍କ ବେକରୁ ସୁନାହାର ଓ ସୁନାଚେନ ଲୁଟ କରିନେଇଥିବା ଟାଉନ ଥାନାରେ ଅଭିଯୋଗ ହୋଇଛି । ଯାଜପୁର ଜିଲ୍ଲାର ବିଞ୍ଝାରପୁର ଥାନା ଅନ୍ତର୍ଗତ ସୁନ୍ଦରପୁର ଗ୍ରାମର ଇନ୍ଦୁରେଖା ନାୟକଙ୍କ ବେକରୁ ୩୨ଗ୍ରାମର ସୁନାଚେନ ଲୁଟ ହୋଇଥିବା ବେଳେ ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଶ୍ରୀରାମପୁର ଗ୍ରାମର ଉଷାରାଣୀ ମଲ୍ଲିକଙ୍କ ବେକରୁ ୧୫ଗ୍ରାମର ସୁନାଚେନ, ମାର୍ଶାଘାଇ ଥାନା ଅନ୍ତର୍ଗତ ବଡକୂଳ ଗ୍ରାମର ମନୋରମା ମହାରଣାଙ୍କ ବେକରୁ ୧୨ ଗ୍ରାମର ସୁନାଚେନ, ଟାଉନ ଥାନା ଅନ୍ତର୍ଗତ କଜଳା ଗ୍ରାମର ତିଳୋତ୍ତମା ପରିଡାଙ୍କ ବେକରୁ ୧୬ ଗ୍ରାମ ଓଜନର ଏକ ସୁନା ଚେନ ଲୁଟ ହୋଇଥିବା ଅଭିଯୋଗ ହୋଇଛି । ଏହିଭଳି ଭାବରେ ଆଜି ବଳଦେବଜୀଉଙ୍କ ମନ୍ଦିର ପରିସରରୁ ୯ଜଣ ମହିଳାଙ୍କ ବେକରୁ ପ୍ରାୟ ୧୫୦ଗ୍ରାମ ଓଜନର ସୁନାହାର ଓ ସୁନାଚେନ ଲୁଟ ହୋଇଥିବା ଟାଉନ ଥାନାରେ ଅଭିଯୋଗ ହୋଇଥିବା ଟାଉନ ଥାନା ଇନିସପେକ୍ଟର ଏସ.କେ.ଲାକ୍ରା ସୂଚନା ଦେଇଛନ୍ତି । ଲୁଟର ଶିକାର ହୋଇଥିବା ମହିଳା ସେମାନଙ୍କ ବେକରୁ ଚେନ ଛିଣ୍ଡାଉଥିବା ସମୟରେ ୨ଜଣ ଲୁଟେରା ମହିଳାଙ୍କୁ କାବୁକରି ପୋଲିସ ଜିମା ଦେଇଥିବା ବେଳେ ସେମାନଙ୍କୁ ଟାଉନ ଥାନାରେ ଅଟକ ରଖାଯାଇ ପଚରାଉଚୁରା କରାଯାଉଥିବା ସୂଚନା ମିଳିଛି । ସେମାନଙ୍କ ମଧ୍ୟରୁ ଜଣେ ବ୍ରହ୍ମପୁର ଅଚଂଲର ହୋଇଥରବା ବେଳେ ଅନ୍ୟଜଣେ ପଶ୍ଚିମବଙ୍ଗର ବୋଲି ପୋଲିସ ସୂଚନା ଦେଇଛି । ମକର ସଂକ୍ରାନ୍ତି ଅବସରରେ ଆଜି ଶ୍ରୀଜୀଉଙ୍କ ମନ୍ଦିର ପରିସରରେ ବ୍ୟାପକ ପୋଲିସ ସୁରକ୍ଷା ବନ୍ଦୋବସ୍ତ ହୋଇଥିଲେବି ଏକ ମହିଳା ଲୁଟେରା ଗ୍ୟାଙ୍ଗ ଦ୍ୱାରା ଏପରି ଲୁଟ ହୋଇଥିବା ଅଭିଯୋଗ ହୋଇଛି । ପୋଲିସର ନିଷ୍କ୍ରିୟତା ନେଇ ସାଧାରଣରେ ଗଭୀର ଅସନ୍ତୋଷ ପ୍ରକାଶ ପାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ