ପରିବହନ ମନ୍ତ୍ରୀଙ୍କ ସହ ଆଲୋଚନା କରିବେ ସାସଂଦ

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍‌): ଗଞ୍ଜାମ ଜିଲ୍ଲା ମଧ୍ୟଦେଇ ଯାଇଥିବା ଜାତୀୟ ରାଜପଥର ସମ୍ପ୍ରସାରଣ, ଆଲୋକୀ କରଣ ଏବଂ ଓଭର ବ୍ରିଜ୍ ନିର୍ମାଣ ବିଷୟରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶଖର ସାହୁ ଓ ଆସ୍କା ସାଂସଦ ପ୍ରମିଳା ବିଷୋୟୀ କେନ୍ଦ୍ର ପରବହନ ମନ୍ତ୍ରୀଙ୍କ ସହିତ ସାକ୍ଷାତ ଆଲୋଚନା କରିବେ । ସ୍ଥାନୀୟ ଜିଲ୍ଲା ପରିଷଦ ଭବନରେ ଅନୁଷ୍ଠିତ ସଂସଦୀୟ କ୍ଷେତ୍ର ସଡକ ସୁରକ୍ଷା ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ସାହୁ ଜାତୀୟ ରାଜପଥରେ ଦୁର୍ଘଟଣା ରୋକିବାକୁ ଅଗ୍ରାଧିକାର ଦେଇଥିଲେ । ଏହା ବ୍ରହ୍ମପୁର ସନ୍ନିକଟ ଥିବାରୁ ଅଧିକ କୋଳାହଳମୟ ହେଉଛି । ତେଣୁ ଏହାର ଛଅଟିକିଆ ସମ୍ପ୍ରସାରଣ, ଆବଶ୍ୟକ ସ୍ଥଳେ ଓଭରବ୍ରିଜ୍ ଓ ଅଣ୍ଡର ପାସ ନିର୍ମାଣ ଏବଂ ବିସ୍ତୃତ ଆଲୋକୀ କରଣ କୁ ପ୍ରାଧାନ୍ୟ ଦିଆଯିବ । ଦୁର୍ଘଟଣା ରୋକିବାକୁ ଯଥା ସମ୍ଭବ ଚେଷ୍ଟା କରାଯିବ । ଗାଡିର ବେଗ ନିୟନ୍ତ୍ରଣ ସୂଚନା ନିର୍ଦ୍ଦିଷ୍ଟ ଅନ୍ତରରେ ପ୍ରଦର୍ଶନ କରାଯିବ । ଲୋକ ମାନଙ୍କ ସହିତ କର୍ମଚାରୀ ମାନେ ମିଶିବା ସମୟରେ ସଡକ ସୁରକ୍ଷା ବାବଦ ଆଲୋଚନା କରିବାପାଇଁ କୁହାଯାଇଛି । ବିଭିନ୍ନ ବିଦ୍ୟାଳୟ ଓ ମହା ବିଦ୍ୟାଳୟ ମାନଙ୍କରେ ସଡକ ସୁରକ୍ଷା ବିଷୟରେ ଆଲୋଚନା କରାଯିବ । ୫୯ ନମ୍ବର ଜାତୀୟ ରାଜପଥର ବ୍ରହ୍ମପୁର ଠାରୁ ଭଞ୍ଜନଗର ପର୍ଯ୍ୟନ୍ତ ସମ୍ପ୍ରସାରଣ ପାଇଁ ପ୍ରାଥମିକ ପର୍ଯ୍ୟାୟ ପ୍ରକଳ୍ପ ତଥ୍ୟ ପ୍ରସ୍ତୁତ କରିବାପାଇଁ କୁହାଯାଇଛି । ଜିଲ୍ଲାର ସମସ୍ତ ପୌରାଞ୍ଚଳ ଏବଂ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ କାଓ କ୍ୟାଚର ମହଯୁଦ ରଖିବାପାଇଁ କୁହାଯାଇଛି । ଯେଉଁ ପେଟ୍ରୋଲ ଟାଙ୍କି ଗୁଡିକ ବିନା ହେଲମେଟଧାରୀଙ୍କୁ ପେଟ୍ରୋଲ ଦେବେ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେବ । ଯେଉଁ ଦୁଇ ଚକିଆ ଯାନ ବିନା ହେଲମେଟ ରେ ପେଟ୍ରୋଲ ପାଇଁ ଯାଉଛନ୍ତି ସେ ଗାଡି ନମ୍ବର ତୁରନ୍ତ କର୍ତ୍ତୃପକ୍ଷଙ୍କୁ ଜଣାଇଲେ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେବ । ଏଥର ଧର ପଗଡ ପାଇଁ ତହସିଲଦାର, ଥାନା ଭାରପ୍ରାପ୍ତ ଅଧିକାରୀ ଏବଂ ଉପ ଜିଲ୍ଲାପାଳଙ୍କୁ କ୍ଷମତା ନ୍ୟସ୍ତ କରାଯିବ । ବ୍ରହ୍ମପୁରରେ ପାର୍କିଂ ସ୍ଥାନ ବ୍ୟତୀତ ଅନ୍ୟତ୍ର ବସ୍ ରଖିଲେ ଜୋରିମାନା କରାଯିବ । ବସ୍ ଗୁଡିକ କ୍ଷମତା ଠାରୁ ଅଧିକ ଯାତ୍ରୀ ପରିବହନ କରୁଥିଲେ ତାକୁ ଜବତ କରାଯିବ । ଜାତୀୟ ରାଜପଥ କୁ ମାପଚୁପ କରାଯାଇ ଏହାର ସୀମା ନିର୍ଦ୍ଧାରଣ କରାଯିବ । ଏହି ସୀମା ମଧ୍ୟରେ ରହୁଥିବା ବେଆଇନ୍ ଦଖଲକୁ ତୁରନ୍ତ ଉଚ୍ଛେଦ କରାଯିବ । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଗୋପାଳପୁର ବିଧାୟକ ଡଃ ପ୍ରଦୀପ କୁମାର ପାଣିଗ୍ରାହୀ, ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା, ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣୀ ବୈଦ୍ୟ, ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ଛତ୍ରପୁର ଆରକ୍ଷୀ ଅଧୀକ୍ଷକ ବ୍ରିଜେଶ କୁମାର ରାଏ, ବ୍ରହ୍ମପୁର ଉପ ଜିଲ୍ଲାପାଳ ସିନ୍ଦେ ଦତ୍ତାତ୍ରେୟ ଭାଉ ସାହେବ ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ