ନିଯୁକ୍ତି ହେଲେ ଗଂଜାମ ହସପିଟାଲରେ ପ୍ରିୟଦର୍ଶିନୀ

ଗଞ୍ଜାମ,(ଯୁଗାବ୍ଦ ନ୍ୟୁଜ୍‌): ଗଞ୍ଜାମ ସ୍ଥିତ ସରକାରୀ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର( ନୂତନ) ରେ ନୂଆ ମେଡିକାଲ ଅଫିସର ରୂପେ ଡାକ୍ତର ପ୍ରିୟଦର୍ଶନି ରାଉତରାୟ ଦାଇତ୍ୱ ଗ୍ରହଣ କରିଛନ୍ତି । ଡାକ୍ତର ରାଉତରାୟ ଙ୍କ ପାଠ ସରିବା ପରେ ନିଜଗ୍ରାମ ମେଡିକାଲ ରେ ପ୍ରଥମ ପୋଷ୍ଟିଙ୍ଗ ହୋଇଥବାରୁ ବିଭିନ୍ନ ମହଲରୁ ଅଭିନନ୍ଦନ ଜଣାଯାଇଛି ।, ଗଞ୍ଜାମ ସହର ର ବଜାର ତାଙ୍କର ଘର ହୋଇଥିବାବେଳେ , ଗଞ୍ଜାମ ସ୍ଥିତବାଳିକା ଉଚ୍ଚ ବିଦ୍ୟାଳୟ ରୁ ମେଟ୍ରିକ ପାସ କରିବା ପରେ ବ୍ରହ୍ମପୁର ସ୍ଥିତ ଖଲ୍ଲିକୋଟ ମହାବିଦ୍ୟାଳୟ ରୁ ଯୁକ୍ତ ଦୁଇ ପାସ କରିଥିଲେ । ପରେ ଭୁବନେଶ୍ୱର ର ସ୍ଥିତ ହାଇ-ଟକ୍ ମେଡିକାଲରୁ ଏମ.ବି.ବି.ଏସ ପାସ କରିଥିଲେ । ଗଂଜାମ ମେଡିକାଲ ର ଉପ କେନ୍ଦ୍ର ରେ ଦାଇତ୍ୱ ରେ ଏ.ଏନ.ଏମ ବୀଣାପାଣି ନରେନ୍ଦ୍ର ତାଙ୍କର ମାଆ ହୋଇଥିବା ବେଳେ , ବାପା ଅଚ୍ୟୁତା ନନ୍ଦ ରାଉତରାୟ ଛତ୍ରପୁରସରକାରୀ ମେଡିକାଲ ରେ ସିନିୟର ପାଥଲୋଜି ଟେକ୍ନିସିଆୟନ ରୂପେ କାର‌୍ୟ୍ୟରତ । ସେହିପରି ବଡ଼ ଭାଇ ଅବନିକାନ୍ତ କାନାର ଦେଶରେ ଇଂଜିନିୟରିଂ ଥିବା ବେଳେ ସାନ ଭାଇ ଅର୍ପିତ ଭାରତୀୟ ଆର୍ମ ରେ କାର‌୍ୟ୍ୟ ରତ । ଦୀର୍ଘ ମାସ ଧରି ଗଞ୍ଜାମ ମେଡ଼ିକାଲ ରେ ଡାକ୍ତର ପୋଷ୍ଟ ଖାଲି ପଡିଥିବା ବେଳେ ବିଭିନ୍ନ ସମୟରେ ଆନ୍ଦୋଳନ ଫଳରେ ଗଞ୍ଜାମ ଝିଅ ଗଞ୍ଜାମ ମେଡିକାଲ ରେ ଡାକ୍ତର ନିଯୁକ୍ତି ହୋଇଥିବା ରୁ ଅଞ୍ଚଳରେ ଆନନ୍ଦର ଲହରୀ ଖେଳିଯାଇଛି । ବିଭିନ୍ନ ବର୍ଗର ଲୋକମାନେ ନୂତନ ଡାକ୍ତର ଙ୍କୁ ଭେଟି ଶୁଭେଚ୍ଛା ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ