ଜେଟ୍ ସଙ୍କଟ ଗୋଏଲ୍ଙ୍କ ସପକ୍ଷରେ ଆମେରିକା ଓ ଲଣ୍ଡନର କମ୍ପାନୀ

ମୁମ୍ବାଇ, (ଏଜେନ୍ସି): କ୍ୟାସ୍ ଅଭାବ ସହିତ ସଂଘର୍ଷ କରୁଥିବା ଦେଶର ପ୍ରଥମ ପ୍ରାଇଭେଟ୍ ବିମାନ କମ୍ପାନୀ ଜେଟଡ଼୍ ଏୟାର୍ୱେଜ୍କୁ ବାହାରିବା ପାଇଁ ଆମେରିକାର ଡେଲାୱେୟର କମ୍ପାନୀ ଫ୍ୟୁଚର୍ ଟ୍ରେଣ୍ଡ କ୍ୟାପିଟାଲ୍ ସଂସ୍ଥାପକ ନରେଶ ଗୋଏଲ୍ଙ୍କ ସାହାଯ୍ୟ କରିବାର ସମ୍ଭାବନା ରହିଛି । ପୂର୍ବରୁ ଜେଟ୍ ଏୟାର୍ୱେଜ୍ ପାଇଁ ଅନେକ ଏପରି ଘଟଣାମାନ ଘଟିଛି, ଯାହାକି ଏହାର ଭବିଷ୍ୟତକୁ ନେଇ ପ୍ରଶ୍ନ ସୃଷ୍ଟି କରିଛି । ଏଥିରେ କର୍ମଚାରୀଙ୍କ ବେତନ, ଆର୍ଥିକ ସଙ୍କଟ, ବିମାନ ସଂଖ୍ୟାରେ ହ୍ରାସ୍ ମଧ୍ୟ ସାମିଲ ରହିଛି । ଜେଟ୍ ଏୟାର୍ଗ୍ରୁପ୍, ଜେଟ୍ ଏୟାର୍ୱେଜ୍ର ଜେନେରାଲ୍ ସେଲ୍ସ ଏଜେନ୍ସି ରହିଛି । ଯେଉଁଠି ଏହି କମ୍ପାନୀର ଉତ୍ପତି ହୋଇଥିଲା । କମ୍ପାନୀରେ ବୋଲି ଲଗାଇବା ସର୍ତ୍ତ ଅନୁସାରେ ନିବେଶକଙ୍କ ବାର୍ଷିକ ଆୟ ହଜାରେ କୋଟି ଟଙ୍କା ହେବା ଆବଶ୍ୟକ । ଏଥିସହ ଏହା ନିକଟରେ ଜେଟ୍ରେ ନିବେଶ କରିବା ପାଇଁ ଅଧିକ ହଜାରେ କୋଟି ଟଙ୍କା ରହିବା ଆବଶ୍ୟକ । ସୂଚନାନୁସାରେ ଲଣ୍ଡନ ସ୍ଥିତ କମ୍ପାନୀ ଅଡ଼ି ପାଟନର୍ସ ମଧ୍ୟ ଜେଟ୍ ଏୟାର୍ ଓ ଫ୍ୟୁଚର୍ଟ୍ରେଣ୍ଡ ଗ୍ରୁପ୍ ସହିତ ସଂଶ୍ଲିଷ୍ଟ ହୋଇଛି । ଜଣେ ବ୍ୟାଙ୍କର୍ଙ୍କ ଅନୁସାରେ ଏତିହାଦ୍ ଏୟାର୍ୱେଜ୍, ନ୍ୟାସ୍ନାଲ୍ ଇନ୍ଫ୍ରାଷ୍ଟ୍ରକଚ୍ର ଆଣ୍ଡ ଇନ୍ଭେଷ୍ଟମେଣ୍ଟ ଫଣ୍ଡ (ଏନ୍ଆଇଆଇଏଫ୍) ଓ ଟିପିଜି କ୍ୟାପିଟାଲ୍ ତଥା ଇଣ୍ଡିଗୋ ପାଟନର୍ସ ପରି ପ୍ରାଇଭେଟ୍ ଇକ୍ୱିଟି ଫଣ୍ଡ ଯଦି ନିବେଶ କରେ ଏବଂ କମ୍ପାନୀର ବର୍ଦ୍ଧିତ ଇକ୍ୱିଟି ପୁଲ୍ରେ ୩ଟିରୁ ପ୍ରତ୍ୟେକ ୨୪% ତଥା ଏହା ଠାରୁ କମ୍ ଷ୍ଟକ୍ ନିଏ ତେବେ ଅଫ୍ର ପ୍ରକାଶ କରିବାକୁ ପଡ଼ିବନି । ଏତିହାଦ ଜେଟ୍ ଏୟାର୍ୱେଜ୍ରେ ନିଜ ଅଂଶ ୨୪%ରୁ ଅଧିକ ବୃଦ୍ଧି କରିବାକୁ ଚାହୁଁନାହିଁ । ଏତିହାଦ ସଂଯୁକ୍ତ ଅରବ ଅମିରାତର ଦ୍ୱିତୀୟ ସର୍ବବୃହତ୍ତ ଏୟାର୍ଲାଇନ୍ । ଏହା ନିକଟରେ ୨୪% ଶେୟାର ରହିଛି । ପ୍ରକାଶ ଯେ କମ୍ପାନୀ ନିକଟରେ କେବଳ ୬ଟି ବିମାନ ରହିଛି । ଜେଟ୍ର ପୂର୍ବତନ ଭାଇସ୍ ପ୍ରେସିଡେଣ୍ଟ ଓ ଇଣ୍ଡିପେଣ୍ଡେଣ୍ଟ ଆଭିଏସନ୍ ମ୍ୟାନେଜ୍ମେଣ୍ଟ ପ୍ରଫେସ୍ନାଲ୍ ମନୀଷ ରନିଗାଙ୍କ ଅନୁସାରେ ବ୍ୟାଙ୍କ୍ ଯଦି ଅନ୍ତରିମ ଫଣ୍ଡିଂ ଦିଏ ତେବେ ଜେଟ୍ ଏୟାର୍ୱେଜ୍କୁ ରକ୍ଷା କରାଯାଇପାରିବ । ଯଦି ଜେଟ୍କୁ ରକ୍ଷା କରାନଯାଏ ତେବେ ଏହା ଦ୍ୱାରା ଦେଶରେ ବିମାନ ସେବା ଉପରେ ନକରାତ୍ମକ୍ ପ୍ରଭାବ ପଡ଼ିବ । ଯଦି କମ୍ପାନୀର ସ୍ଥିତି ଖରାପ ହୁଏ ତେବେ ନିବେଶକଙ୍କ ଆକର୍ଷଣ ମଧ୍ୟ ହ୍ରାସ୍ ପାଇବାର ସମ୍ଭାବନା ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ