ନିମାପଡ଼ା ବିଜେଡି ପ୍ରାର୍ଥୀଙ୍କ ନିର୍ବାଚନ ପ୍ରଚାର
ଚାରିଛକ (ଜୁଗାବ୍ଦ ନ୍ୟୁଜ୍):ବିଧାୟକ ସମୀର ରଞ୍ଜନ ଦାଶ ସୋମବାର ନିମାପଡା ନିର୍ବାଚନ ମଣ୍ଡଳୀର ଧନୁଆ ଓ ଶାଇଁସ ଶାସନ ପଞ୍ଚାୟତରେ ଘରକୁ ଘର ବୁଲି ଭୋଟ ପ୍ରଚାର କହିବା ସହ ଲୋକଙ୍କ ସୁଖଦୁଃଖ କଥା ପଚାରି ବୁଝିଥିଲେ । ଆସନ୍ତା ନିର୍ବାଚନରେ ଶଙ୍ଖ ଚିହ୍ନରେ ଭୋଟ ଦେଇ ଜଗତସିଂହପୁର ସାଂସଦ ପ୍ରାର୍ôଥନୀ ଡ.ରାଜଶ୍ରୀ ମଲ୍ଲିକ ଓ ନିମାପଡା ବିଧାୟକ ପ୍ରାର୍ଥୀ ସମୀର ରଞ୍ଜନ ଦାଶଙ୍କୁ ଭୋଟ ଦେବାକୁ ଭୋଟରଙ୍କୁ ନିବେଦନ କରିଥିଲେ । ତାଙ୍କ ସହିତ ପୂର୍ବତନ ନଗରପାଳ ସନାତନ ପ୍ରଧାନ, ରେଞ୍ଚ ପଞ୍ଚାୟତର ପୂର୍ବତନ ସରପଞ୍ଚ ବିଷ୍ଣୁଚରଣ ମହାନ୍ତି, ଆମୁନିରଥ, ସୁକାନ୍ତ କୁମାର ବରାଳ,ରାମଚନ୍ଦ୍ର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।