ଜିଲ୍ଲା ସ୍ତରୀୟ ଜାତୀୟ ସଡକ ସୁରକ୍ଷା ସପ୍ତାହ ଉଦଯାପିତ

କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍‌): କେନ୍ଦ୍ରାପଡା ଆଂଚଳିକ ପରିବହନ ବିଭାଗ ପକ୍ଷରୁ ଗତ ୧୧ତାରିଖରୁ ଆରମ୍ଭ ହୋଇଥିବା   ୩୧ତମ ଜାତୀୟ  ସଡକ  ସୁରକ୍ଷା ସପ୍ତାହ ଶୁକ୍ରବାର ଉଦଯାପିତ ହୋଇଯାଇଛି । ଏହି ଉପଲକ୍ଷେ ଆଂଚଳିକ ପରିବହନ କାର୍ଯ୍ୟାଳୟ ପରିସରରେ ଭାରପ୍ରାପ୍ତ ଆଂଚଳିକ ପରିବହନ ଅଧିକାରୀ ନିଖିଳ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତ୍ୟେକ ବ୍ୟକ୍ତି ଗାଡି ଚଳାଇବା ସମୟରେ ନିଜ ଜୀବନ ସୁରକ୍ଷା ପ୍ରତି ଧ୍ୟାନ ଦେଲେ ସଡକ ସୁରକ୍ଷା ସପ୍ତାହ ପାଳନର ଉଦେଶ୍ୟ ସଫଳ ହୋଇଯିବ ବୋଲି ମତବ୍ୟକ୍ତ କରିଥିଲେ । ଗାଡି ଚଳାଇବା ସମୟରେ ଟ୍ରାଫିକ ନୀୟମ ମାନିବା,ଦୁଇ ଚକିଆ ଯାନର ଚାଳକ ହେଲମେଟ ପିନ୍ଧିବା,ଚାରି ଚକିଆ ଯାନ ଚାଳକ ସିଟ ବେଲଟ ବାନ୍ଧିବା ଓ ଧୀର ଗତିରେ ଗାଡି ଚଳାଇବା ଦ୍ୱାରା ଦୂର୍ଘଟଣା ରୋକାଯାଇ ପାରିବା ସହ ଜୀବନ ଭଳି ଅମୁଲ୍ୟ ସମ୍ପଦର ସୁରକ୍ଷା ହୋଇପାରିବ । ପ୍ରତ୍ୟେକ ବ୍ୟକ୍ତି ସଚେତନ ହେଲେ ଏହି ସପ୍ତାହ ପାଳନର ଆଭିମୁଖ୍ୟ ପୁରଣ ହୋଇପାରିବ । ସମ୍ମାନୀତ ଅତିଥି ଭାବରେ ଆଇନଜୀବି ବିଧୁଭୂଷଣ ମହାପାତ୍ର,ଓରିଏଂଟାଲ ଇନସୁରାନ୍ସ କେନ୍ଦ୍ରାପଡା ଶାଖାର ସହାୟକ ପ୍ରବନ୍ଧକ ସତ୍ୟପୀର ସାହୁ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗୀତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଶେଷରେ ସହକାରୀ ଆଂଚଳିକ ପରିବହନ ଅଧିକାରୀ ଅକ୍ଷୟ କୁମାର ସେନାପତି ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ