ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଆଇନ୍ ଆସିବା ଦରକାର- ମୋହନ ଭାଗବତ
ମୋରାଦାବାଦ- ପୁଣି ଥରେ ଚର୍ଚ୍ଚାରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ମୁଖ୍ୟ ମୋହନ ଭାଗବତ । ଦେଶର ଜନସଂଖ୍ୟା ନିୟନ୍ତ୍ରଣ ଲାଗି ଆଇନ ପ୍ରଣୟନ କରିବାକୁ ସାଂସଦମାନେ ସଂସଦରେ ବିଧେୟକ ଆଗତ କରନ୍ତୁ ବୋଲି କହି ଚର୍ଚ୍ଚାରେ ଆର୍ଏସ୍ଏସ୍ ମୁଖ୍ୟ । ମୋରାଦାବାଦ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲଜିରେ ସମବେତ ଜନତାଙ୍କୁ ଉଦ୍ବୋଧନ ଦେଇ ସେ କହିଲେ କେବଳ ଦୁଇଟି ସନ୍ତାନ ନିମନ୍ତେ ଆଗତ ଯେ କୌଣସି ଆଇନ୍କୁ ଆର୍ଏସ୍ଏସ୍ ସମର୍ଥନ କରିବ । ପ୍ରାୟ ୪୦ଜଣ ବରିଷ୍ଠ ଆର୍ଏସ୍ଏସ୍ କର୍ମୀଙ୍କର ଉକ୍ତ ସଭାରେ ସଂଘ ପରିବାରର ମୁଖ୍ୟ ଭାଗବତ କହିଲେ, ଯଦିବା ଏହା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରିବା ସରକାରଙ୍କ ଇଚ୍ଛାଧୀନ, ଆମ ବିଚାରରେ ଆଜିର ସମୟକୁ ଚାହିଁ ତାହା କରାଯିବା କଥା । ଏହି ଆଇନର କୌଣସି ନିର୍ଦ୍ଦିଷ୍ଟ ଧର୍ମ ସହ କିଛି ସମ୍ପର୍କ ରହିବ ନାହିଁ । ତେଣୁ ସମସ୍ତଙ୍କ ପ୍ରତି ତାହା ଲାଗୁ କରାଯାଇପାରିବା । ସୂଚନାଥାଉକି ଚାରିଦିନିଆ ମୋରାଦାବାଦ ଗସ୍ତରେ ଥିବା ଆର୍ଏସ୍ଏସ୍ ମୁଖ୍ୟ ମୋହନ ଭାଗବତ, ଦେଶର ପ୍ରକୃତ ବିକାଶ ଲାଗି ପ୍ରତ୍ୟେକ ଦମ୍ପତି ଦୁଇଟି ସନ୍ତାନ ନିମନ୍ତେ ଗୁରୁତ୍ୱଦେବା ଆବଶ୍ୟକ ବୋଲି କହିଛନ୍ତି ।