ପୁଣି କମିଲା ତୈଳ ଦର
ନୂଆଦିଲ୍ଲୀ :- ବିଶ୍ୱ ବଜାରରେ ତେଲଦର ହ୍ରାସ ପାଇବାରେ ଲାଗିଛି । ଆଜି ପୁଣି କମିଛି ପେଟ୍ରୋଲ ଓ ଡିଜେଲ ଦର । ପେଟ୍ରୋଲ ଲିଟର ପିଛା ୧୫ ପଇସା ଓ ଡିଜେଲ ଲିଟର ପିଛା ୧୬ ପଇସା ହ୍ରାସ ପାଇଛି । ଆଜିର ଏହି ହ୍ରାସ ପରେ ଦିଲ୍ଲୀରେ ପେଟ୍ରୋଲ ଦର ଟ.୭୫.୨୬ ଓ ଡିଜେଲ ଦର ଲିଟର ପିଛା ଟ.୬୮.୬୧ ରେ ପହଞ୍ଚିଛି ବୋଲି ଇଣ୍ଡିଆନ ଅଏଲ ପକ୍ଷରୁ ଜାରି ତାଲିକାରେ କୁହାଯାଇଛି । ଅନ୍ୟପକ୍ଷରେ ଓଡ଼ିଶାର ଭୁବନେଶ୍ୱରରେ ପେଟ୍ରୋଲ ଟ.୭୪.୨୩ ଓ ଡିଜେଲ ଟ. ୭୩.୬୦ ରେ ବିକ୍ରି ହେଉଛି । ତେବେ ଭାଟ୍ ଅନୁସାରେ ରାଜ୍ୟର ଅନ୍ୟ ଜିଲ୍ଲାରେ ଦରରେ ତାରତମ୍ୟ ଦେଖାଯାଇପାରେ । ଅନ୍ତର୍ଜାତୀୟ ବଜାରରେ ବ୍ରେଣ୍ଟ କ୍ରୁଡ ମୂଲ୍ୟ ୬୪.୮୫ ଡଲାର ଓ ଇଣ୍ଡିଆନ ବାସ୍କେଟ ମୂଲ୍ୟ ୬୪.୬୫ ଡଲାର ରହିଛି ।