ମାଣିକେଶ୍ୱରୀ ଵିଦ୍ୟାପୀଠରେ ଆତ୍ମସୁରକ୍ଷା ତାଲିମ ପ୍ରଦାନ
କୋଦଳା: ଶନିବାର ଦିନ ଶ୍ରୀ ମାଣିକେଶ୍ୱରୀ ବିଦ୍ୟାପୀଠରେ ମାଧ୍ୟମିକ ବାଳିକା ଆତ୍ମସୁରକ୍ଷା କୌଶଳ ପ୍ରଶିକ୍ଷଣ କ।ର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏଥିରେ ଵିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସନ୍ତୋଷ କୁମାର ରଣହାନ୍ଦୋଳ ସଭାପତିତ୍ୱ କରିଥିଲେ । ଏହା ସହ ଅନ୍ୟ ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ସହଯୋଗ କରିଥିଲେ । ଦଶମ ଶ୍ରେଣୀର ୫୫ଜଣ ବାଳିକା ଓ ନବମ ଶ୍ରେଣୀର ୬୪ଜଣ ବାଳିକା ମାନଙ୍କୁ ନେଇ ପ୍ରଶିକ୍ଷଣ କ।ର୍ଯ୍ୟକ୍ରମ ହୋଇଥିଲା । ଆତ୍ମସୁରକ୍ଷା କୌଶଳ ପ୍ରଶିକ୍ଷଣ ଦେବାପାଇଁ ପୂର୍ବରୁ ତାଲିମ ପାଇଥିବା ବିଦ୍ୟାଳୟର ଚାରିଜଣ ବାଳିକା ସନ୍ଧ୍ୟାରାଣୀ ବରଡ଼,ଗିରିଜା ପଲାଇ,ରୋଜାଲିନ ସାହୁ,ଶ୍ରୀନୁ ବରଡ଼ଙ୍କ ମାଧ୍ୟମରେ ତାଲିମ ଦିଆଯାଇଥିଲା । ବିଦ୍ୟାଳୟର କ୍ରୀଡା ଶିକ୍ଷକ ଅଜୟ ସାହୁ ଏହି କ।ର୍ଯ୍ୟକୁ ପରିଚାଳନା କରିଥିଲେ ।


