ଯୈାତୁକ ପାଇଁ ନବବଧୁକୂୁ ହତ୍ୟା
ସମ୍ବଲପୁର :ସମ୍ବଲପୁର ଜିଲ୍ଳାରେ ଚାଞ୍ଚଲ୍ୟ । ପାଦରୁ ଅଳତା ଲିଭିନି । ମଥାରୁ ସୁନ୍ଦୁର ଲିଭିନି । ନୁଆ ଆଶା ଧରି ଆସିଥିଲା ମୁଁ ଗୋଟିଏ ନୂଆ ମା ଓ ନୂୁଆ ଘର ପାଇବି । କିନ୍ତୁୂ ନୂଆ ବୋହୁ ଅନିତାର ନିଜର ନୁଆ ଘରକୁ ଆସିଥିଲା ସତ ନୁଆ ଅତିଥିରୁପେ ପାଇଥିଲା ଦ୍ୱିତୀୟ ବାପା , ମା ଓ ସ୍ୱାମୀ ଦେବତା । କିନ୍ତୁ ଅନିତାର ବହୁ ଆଶା ନେଇ ଶାଶୁ ଘରେ ପାଦ ଦେଇଥିଲା ସତ । କିନ୍ତୁ ଶାଶୁ ଘର ପରିବାର ଲୋକଙ୍କ ନୁଆ ବୋହୁକୁ ପାଇ ଖୁସୀ ହେବା ବଦଳରେ ଯୈାତୁକ ଲୋଭରେ ଆରମ୍ଭ କରିଥିଲେ ନିର୍ଯ୍ୟାତନା । ଆଉ ଶେଷରେ ଯୈାତୁକ ରୁପି ସଇତାନ ମାନଙ୍କ କବଳରୁ ମୁକ୍ତି ନପାଇ ସହୁ ଦିନ ପାଇଁ ନୂଆ ବୋହୁ ଅନିତାର ପାଟିକୁ ଚୁପ କରାଇଦି÷ଆଗଲା ।କେହି କିଛି ଜାଣିବା ପୂର୍ବରୁ ଅନିତାକୂ ମାରି ଜଙ୍ଗଲ ନେଇ ପୋତି ଦେଇଥିଲେ । ଏହା ପରେ ଠିକ୍ ୧୭ ଦିନ ପରେ ବାପା ଘର ଲୋକ ବହୁ ହସଖୁସିରେ ଅନିତାକୁ ଦେଖିବାକୁ ଆସିଥିଲେ । କିନ୍ତୁ ହସ ବଦଳରେ ଆଖିରୁ ବୋହି ଥିଲା ଧାର ଧାର ଲୋତକ । କାରଣ ଅନିତାକୁ ଦେଖିବାକୁ ଆସିଥିଲେ ଅନିତାର ପରିବାର । କିନ୍ତୁ ଶଶୁର ଘରେ ଚାବି ପଡିଥିଲା । ଅନ୍ୟ ପଟେ ସାହି ପଡୋଶୀଙ୍କୁ ପଚାରୀ ବାରୁ କହିଥିଲେ ତାଙ୍କର ନୁଆ ବୋହୁ ଅନିତାଙ୍କୁ ମାରି ଜଙ୍ଗଲରେ ପୋତି ଦେଇଛନ୍ତି । ଏହି ଖବର ଶୁଣିବା ପରେ ଅନିତାର ପରିବାର ଲୋକଙ୍କ ପାଦରୁ ମାଟି ଖସିଯାଇଥିଲା । ଏହା ପରେ ପରିବାର ସାହାସ ଜୁଟାଇ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୋଲିସ ୪ ଜଣିଆ ଟିମ୍ ଗଠନ କରି ତନ୍ନ ତନ୍ନ କରି ଯାଂଚ କରିଥିଲେ । ଏଥି ସହ ପୋଲିସ ବିହାରରୁ ଅଭିଯୁକ୍ତ ସ୍ୱାମୀ କୁନାଲ ଯାଦବଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ପାଂଚ ଜଣ ସଂପୃକ୍ତ ରହିଥିବା ଜଣାପଡିଛି ।ପୋଲିସ ସମସ୍ତଙ୍କୁ ଥାନାରେ ଅଟକ ରଖି ତଦନ୍ତ ଜାରୀ ରଖିଛି । ଅନ୍ୟ ପଟେ ଆରତିଙ୍କୁ ୧ ତାରିଖରେ ମାରି ପୋତି ଦେଇଥିବା ଜଣାପଡିଛି । ଆଜି ପୁଲିସ, ମାଜିଷ୍ଟେଟ ଓ ସାଇଣ୍ଟିଫିକ୍ ଟିମ୍ ବାଗଡ଼ିହି ଆମ୍ବୁରେଇ ଜଙ୍ଗଳରେ ପହଞ୍ଚି ମାଟିତଳୁ ଆରତୀଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛନ୍ତି।


