ମାଣିତରା ମା ସରସ୍ଵତୀ ବିଦ୍ୟା ମନ୍ଦିରର ୧୭ ତମ ବାର୍ଷିକ ଉତ୍ସବ
ବୁଗୁଡା- ବୁଗୁଡ଼ାବ୍ଲକ ଅନ୍ତର୍ଗତ ମାଣିତରା ମା ସରସ୍ଵତୀ ବିଦ୍ୟା ମନ୍ଦିରର ୧୭ ତମ ବାର୍ଷିକ ଉତ୍ସବ ଶନିବାର ଦିନ ଅନୁଷ୍ଟିତ ହୋଇଯାଇଛି । ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରି ଉତ୍ସବକୁ ଉଦ୍ଘାଟନ କରିଥିଲେ । ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ୟ୍ୟ ଦିବାକର ସାମାନ୍ତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ୟ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ବେଳଗୁଣ୍ଠା ସରସ୍ୱତୀ ବିଦ୍ୟା ଭବନ ପ୍ରଧାନ ଆଚାର୍ୟ୍ୟ ସୂର୍ୟ୍ୟ ନାରାୟଣ ପାତ୍ର ଏବଂ ସମ୍ମାନୀତ ଅତିଥି ଭାବେ ଜିଲ୍ଲା ପରିଷଦ ସଦସ୍ୟା ଭୁବନେଶ୍ୱରୀ ଖଟେଇ, ସରପଞ୍ଚ ଶାନ୍ତିଲତା ନାୟକ,ସମିତି ସଭ୍ୟା ସୁଜାତା କୁମାରୀ ପ୍ରଧାନ, ଶିକ୍ଷାବିତ ତଥା ସାମ୍ବାଦିକ ଅନିଲ କୁମାର ମହାରଣା, ମାଣିତରା କନିଷ୍ଠ ମହାବିଦ୍ୟାଳୟ ଅଧ୍ୟକ୍ଷ ଅନୁପ କୁମାର ପଣ୍ଡା,ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଖଦାଳ ଖଟେଇ,ସମାଜସେବୀ ପ୍ରଫୁଲ କୁମାର ପଣ୍ଡା, ଶିକ୍ଷାନୁଷ୍ଠାନ ସଭାପତି ଜୟଦେବ ରାଉତ, ସମ୍ପାଦକ ପୀତାମ୍ବର ପଣ୍ଡା,ଉପଦେଷ୍ଟା ସନକ କୁମାର ବିଶ୍ବାଳ ପ୍ରମୁଖ ଯୋଗଦେଇଥିଲେ । ଏହି ଅବସରରେ ଶିକ୍ଷାନୁଷ୍ଠାନର ଛାତ୍ରୀ ସାଇ ପ୍ରିୟଙ୍କା ପଣ୍ଡା ଓ ସାଇନା ନାୟକ ତୃତୀୟ ଶ୍ରେଣୀ ବୃତ୍ତି ପାଇଥିବା ଯୋଗୁଁ ତାଙ୍କୁ ପୁରସ୍କୃତ କରିବା ସହ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ ପ୍ରଦାନ କରାଯାଇଥିଲା । ଶେଷରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାସ୍କୃତିକ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।


