କଟାମା ପଞ୍ଚୟତଙ୍କ ଅନସ୍ଥା ପ୍ରସ୍ତାବ ଗୃହୀତ

ପାରଳାଖେମୁଣ୍ଡି : (ତାରିଣୀ ପ୍ରସାଦ ପଣ୍ଡା) ଗଜପତି ଜିଲ୍ଲା ମୋହନା ବ୍ଲକ୍ ଅନ୍ତର୍ଗତ କଟାମା ଗ୍ରାମପଞ୍ଚାୟତରେ ସରପଞ୍ଚଙ୍କ ବିରୋଧରେ ୱାର୍ଡ ସଭ୍ୟ/ସଭ୍ୟାଙ୍କ ବିଷୋଧାଗାର ବହୁ ମାସଧରି ଲାଗି ରହିଥିଲା । ତାହା ଆଜି ପୂର୍ଣ୍ଣଛେଦ ପଡିଥିବା ଜଣାପଡିଛି । ସରପଞ୍ଚ ରୀନା ପ୍ରଧାନ କାର୍ଯ୍ୟାଳୟକୁ ଆସୁନଥିବା  କର୍ତ୍ତବ୍ୟ ଓ ଉନ୍ନତିମୂଳକ କାର୍ଯ୍ୟରେ ଅବହେଳା ପ୍ରଦର୍ଶନ କରୁଥିବା ପୂର୍ବରୁ ୱାର୍ଡ ସଭ୍ୟ/ସଭ୍ୟା ଜିଲ୍ଲାପାଳଙ୍କ ନିକଟରେ ଲିଖିତ ମୌଖିକ ଓ ସାକ୍ଷାତରେ ଜଣାଇଥିଲେ । ଗତକାଲି କାଟାମା ଗ୍ରାମପଞ୍ଚୟତ କାର୍ଯ୍ୟାଳୟ ପରିସରେ ସରପଞ୍ଚ ଶ୍ରୀମତୀ ପ୍ରଧାନଙ୍କ ବିରୋଧରେ ଆସିଥିବା ଆଗତ ଅନସ୍ଥା ପ୍ରସ୍ଥାବ ଉପରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ପଞ୍ଚାୟତରେ ୧୩ଜଣ ନିର୍ବାଚିତ ୱାର୍ଡ ସଭ୍ୟ/ସଭ୍ୟାଙ୍କ ମଧ୍ୟରୁ ୧୨ଜଣ ଉପସ୍ଥିତ ରହି ଅନାସ୍ଥାପ୍ରସ୍ତାବ ସପକ୍ଷରେ କମ୍ପୁଟର ବେଲେଟ ପେପର ମାଧ୍ୟମରେ ଭୋଟ ଦେଇଥିଲେ । ଫଳରେ ଅନାସ୍ଥା ପ୍ରସ୍ତାବ ଗୃହୀତ ହୋଇଥିଲା ଏହି ପ୍ରସ୍ତାବରେ ସରପଞ୍ଚ ରୀନା ପ୍ରଧାନ ନିଜ ପଦବୀ ହରାଇଥିଲେ । ଏହି ଅନସ୍ଥା ପ୍ରସ୍ତାବ ବେଳେ ମୋହନା ତହସିଲଦାର କଲ୍ୟାଣୀ ସଂଘମିତ୍ରା ଦେବୀ ପ୍ରିଶାଇଣ୍ଡିଙ୍ଗ ଅଫିସର ରହିଥିବା ବେଳେ, ମାଜିଷ୍ଟ୍ରଡ ଦାୟିତ୍ୱରେ ବିଡିଓ ବଂଶୀଧର ଖୋସ୍ଲା, ପାରଳାଖେମୁଣ୍ଡି ଡିଏସପି ଅନୀଲ କୁମାର ପ୍ରଧାନ ଓ ପୋଲିସ କର୍ମଚାରୀ ଉପସ୍ଥିତ ରହି ଶାନ୍ତିଶୃଙ୍ଘଳା ରକ୍ଷା କରିଥିଲେ । କାର୍ଯ୍ୟକ୍ରମକୁ ଜିପିଇଓ ନରସିଂହ ମଣ୍ଡାଙ୍ଗୀ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ