ଖଲ୍ଲିକୋଟ ପୋଲିସର ସଡ଼କ ସୁରକ୍ଷା ସଚେତନ କାର୍ଯ୍ୟକ୍ରମ
ଖଲ୍ଲିକୋଟ-(ସିଲୁ ବିଶ୍ଵାଳ ) : ୩୧ତମ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ପାଳନ ଅବସରରେ ଖଲ୍ଲିକୋଟ ପୋଲିସ ତରଫରୁ ଆଜି ସ୍ଥାନୀୟ ବସଷ୍ଟାଣ୍ଠା ଠାରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲ।ଆୟୋଜିତ କାର୍ଯ୍ୟକ୍ରମ କୁ ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ । ସ୍ଥାନୀୟ ରାମଚନ୍ଦ୍ର ମର୍ଦ୍ଦରାଜ ବିଜ୍ଞାନ ମହାବିଦ୍ୟାଳୟ ଆସୋସିଏଟ ପ୍ରଫେସର ଡକ୍ଟର ବିମଳ ପ୍ରସାଦ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଚେତନତା କାର୍ଯ୍ୟକ୍ରମ ରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୋନମ ପଲେଇ ,ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଚିକିତ୍ସା ଅଧିକାରୀ ଡାକ୍ତର ପ୍ରଦୀପ କୁମାର ଗନ୍ତାୟତ ,ଛତ୍ରପୁର ଏମ.ଭି. ଆଇ ଶ୍ରୀ ଏ. କେ. ଜେନା ,ଛତ୍ରପୁର ଏସ ଡି ପି ଓ ଗୌତମ କିଷାନ ,ପୂର୍ବତନ ନଗରପାଳ ରାମମୋହନ ପଣ୍ଡା ,ସମାଜସେବୀ ରତ୍ନାକର ସାହୁ, ଦୈତାରି ବେହେରା, ଖଲ୍ଲିକୋଟ ଓକିଲ ସଂଘର ସଭାପତି ରାଜେନ୍ଦ୍ର ପ୍ରସାଦ ରଥ ପ୍ରମୁଖ ଯୋଗ ଦେଇ ନିଜ ବକ୍ତବ୍ୟ ରେ ସଡ଼କ ଦୁର୍ଘଟଣା କୁ ଏଡ଼ାଇବା ପାଇଁ ଗାଡି ଧୀରେ ଚଳାଇବା, ନିଶ୍ଚିତ ହେଲମେଟ ପିନ୍ଧିବା, ଗାଡି ଚଳାଇବା ବେଳେ ମୋବାଇଲ ରେ କଥା ହେବା ନାହିଁ, ସାଙ୍ଗରେ ଆବଶ୍ୟକ କାଗଜପତ୍ର ନେବା,୧୮ବର୍ଷ ରୁ କମ ବୟସ୍କ ପିଲା ଙ୍କୁ ଗାଡି ଚଳାଇବାକୁ ନ ଦେବା ପାଇଁ ପରାମର୍ଶ ଦେଇଥିଲେ ।ଏମ ଭି ଆଇ ଶ୍ରୀ ଜେନା କମ ବୟସ ର ପିଲା ଓ ଡି ଏଲ ନଥିବା ପିଲା ଯଦି ଗାଡି ଚଳାଇ କଲେଜ ଆସନ୍ତି ତା ହେଲେ ଅଭିଭାବକ ଙ୍କୁ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଦେବାକୁ ପଡିପାରେ ବୋଲି କହିଥିଲେ ।ଖଲ୍ଲିକୋଟ ଥାନା ଅଧିକାରୀ ସତ୍ୟରଞ୍ଜନ ପ୍ରଧାନ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଉକ୍ତ ସଚେତନତା କାର୍ଯ୍ୟକ୍ରମ ରେ ଏସ ଆଇ ସିଲୁ ଧଳ ଓ ଥାନାର ଅନ୍ୟ କର୍ମଚାରୀ ମାନେ ସହଯୋଗ କରିଥିଲେ । ଶେଷରେ ସଚେତନା ପଦଯାତ୍ରା କରି ବିନା ହେଲମେଟ ବାଇକ ଆରୋହୀଙ୍କ ଠାରୁ ଫାଇନ ଆଦାୟ କରିବା ପରିବର୍ତ୍ତେ ଗୋଲାପ ଫୁଲ ଏଵଂ ରସଗୋଲା ଦେଈ ସଚେତନ କରିବା ସହ ସଭା ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।


