ଆସିକା ଦଳ ଚମ୍ପିୟାନ ଜଗତ ମ୍ୟାନ ଅଫ୍ ଦି ମ୍ୟାଚ୍ ଓ ସ୍ୱାଧିନ ମ୍ୟାନ୍ ଅଫ୍ଦି ସିରିଜ୍
ହିଞ୍ଜିଳିକାଟୁ, (ଯୁଗାବ୍ଦ ନ୍ୟୁଜ, ଶେଷଦେବ ସାହୁ) : ହିଞ୍ଜିଳିକାଟୁ ସ୍ୱଂୟଶାସିତ ବିଜ୍ଞାନ ମହାବିଦ୍ୟାଳୟ ଖେଳପଡ଼ିଆ ପରିସରରେ ରୟାଲ କ୍ରିକେଟ କ୍ଳବ ପକ୍ଷରୁ ଅନୁଷ୍ଠିତ ଗୌତମ ଗୌଡ଼ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଂଟ ଶନିବାର ଉଦଯାପିତ ହୋଇଯାଇଛି । ଫାଇନାଲ ମ୍ୟାଚ୍ ରୟାଲ କ୍ରିକେଟ କ୍ଳବ, ହିଞ୍ଜିଳିକାଟୁ ଓ ଅମରନାଥ କ୍ରିକେଟ କ୍ଳବ, ଆସିକା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଫାଇନାଲ ମ୍ୟାଚରେ ହିଂଜିଳିକାଟୁ ଦଳକୁ ୪୨ରନ୍ରେ ପରାସ୍ତ କରି ଆସିକା ଅମରନାଥ କ୍ରିକେଟ କ୍ଳବ ଚମ୍ପିୟାନ ଆଖ୍ୟା ଅର୍ଜନ କରିଛି । ଟସ୍ ଜିତି ରୟାଲ କ୍ରିକେଟ କ୍ଳବ, ହିଂଜିଳିକାଟୁ ଦଳ ବ୍ୟାଟିଂ ପାଇଁ ଆସିକା ଦଳକୁ ଆମନ୍ତ୍ରିତ କରିଥିଲା । ଆସିକା ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୯ଟି ୱିକେଟ ହରାଇ ୧୭୦ ରନ୍ ସଂଗ୍ରହ କରିଥିଲେ । ଜବାବରେ ବିପକ୍ଷ ହିଂଜିଳିକାଟୁ ଦଳ ୧୮.୫ ଓଭରରେ ସମସ୍ତ ୱିକେଟ ହରାଇ ମାତ୍ର ୧୨୮ ରନ୍ କରିବାକୁ ସକ୍ଷମ ହୋଇଥିଲା । ଅମରନାଥ କ୍ରିକେଟ କ୍ଳବ, ଆସିକା ଦଳ ୪୨ ରନ ବ୍ୟବଧାନରେ ବିଜୟ ଲାଭ କରିବା ସହ ଚମ୍ପିୟାନ ଆଖ୍ୟା ଅର୍ଜନ କରିଛି । ହିଂଜିଳିକାଟୁ ଦଳ ପକ୍ଷରୁ ସ୍ୱାଧିନ ବେହେରାଙ୍କୁ ମ୍ୟାନ ଅଫ୍ ଦି ସିରିଜ ଓ ଆସିକା ଦଳର ଜଗତଙ୍କୁ ମ୍ୟାନ ଅଫ୍ଦି ମ୍ୟାଚ ଭାବେ ପୁରସ୍କୃତ କରାଯାଇଥିଲା । ଶ୍ରେଷ୍ଠ ବୋଲର ଭାବେ ହିଂଜିଳିକାଟୁ ଦଳର ସ୍ୱାଧିନ ବେହେରା ଓ ଶ୍ରେଷ୍ଠ ବ୍ୟାଟସମ୍ୟାନ ଭାବେ କେଶବ ମହାରଣାଙ୍କୁ ପୁରସ୍କୃତ କରାଯାଇଥିଲା । ଉଦଯାପନି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରସନ୍ନ କୁମାର ପାତ୍ର ଓ ସମ୍ମାନିତ ଅତିଥି ଭାବେ ପୌର ପରିଷଦର ନିର୍ବାହୀ ଅଧିକାରୀ ଡ଼ଃ. ମନୋରଂଜନ ସାହୁ, ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ, ପ୍ରେସ କ୍ଳବ ସଭାପତି ପ୍ରିୟଦର୍ଶୀ ପଟ୍ଟନାୟକ, ସମ୍ପାଦକ ଦ୍ୱୀତିକୃଷ୍ଣ ପଣ୍ଡା, ଯୁବ ସାମ୍ବାଦିକ ଶେଷଦେବ ସାହୁ, ନିଳାଚଂଳ ସାହୁ, ବିଦ୍ୟାଧର ପାଣିଗ୍ରାହୀ, ଯୁବ ସମାଜସେବୀ କାହ୍ନୁ ପଣ୍ଡା ଓ ଜନ୍ମେଜୟ ଶତପଥୀ ଯୋଗଦେଇ ବିଜୟୀ ଓ ପରାଜୟ ଦଳକୁ ପୁରସ୍କୃତ କରିଥିଲେ । ଆମ୍ପାୟର ଭାବେ ନିଶିକାନ୍ତ ପଣ୍ଡା ଓ ଲକ୍ଷ୍ମୀ ନାରାୟଣ ବିଶ୍ୱାସରାୟ ମ୍ୟାଚ୍ ପରିଚାଳନା କରିଥିଲେ । ଆଶୁତୋଷ ଶତପଥୀ ଓ ବସନ୍ତ ନାୟକ ଧାରା ବିବରଣୀ ପ୍ରଦାନ କରିଥିବା ବେଳେ ସ୍କୋରର ଭାବେ ରାହୁଲ ପଣ୍ଡା ଓ ରୁଦ୍ର ପାଣିଗ୍ରାହୀ ଦାୟିତ୍ୱ ନିର୍ବାହ କରିଥିଲେ । ବିନାୟକ ପଟ୍ଟନାୟକ, ଓମ ପାଢି, ପ୍ରବିଣ ଦାସ, ପ୍ରଶାନ୍ତ ନାୟକ, ଟୁକୁନା ନାୟକ, ସୁନିଲ ତରାଇ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।


