ନରସିଂହପୁର ଗ୍ରାମବାସୀଙ୍କୁ ୫ମାସ ଧରି ରାସନ ସାମଗ୍ରୀ ମିଳିନଥିବା ଅଭିଯୋଗ

କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍‌):ଡେରାବିଶି ବ୍ଲକ ଅନ୍ତର୍ଗତ ନରସିଂହପୁର ଗ୍ରାମବାସୀଙ୍କୁ ଚାଉଳ,ଗହମ,କିରୋସିନି ସମେତ ଏଲ.ଇ.ଡି ବଲ୍ୱ ମିଳିନଥିବା ଅଭିଯୋଗ ହୋଇଛି । ଗ୍ରାମବାସୀମାନେ ଶନିବାର ବେଷାମରିକ ଯୋଗାଣ ଅଧିକାରୀ ରଜନିକାନ୍ତ ଦାସଙ୍କୁ ଭେଟି ଅଭିଯୋଗ କରିଛନ୍ତି ଯେ ତାଙ୍କ ଗ୍ରାମ ନିମନ୍ତେ ଥିବା କଂଟ୍ରୋଲ ଡିଲର ସୂର୍ଗତ ଫକିର ମୋହନ ବେହେରାଙ୍କ ମୃତ୍ୟୁ ହୋଇଯିବାରୁ ୫ମାସରୁ ଉର୍ଦ୍ଧ୍ୱ ହେବ ସେମାନେ କୈାଣସି ରାସନ ସାମଗ୍ରୀ ପାଇନଥିବା ବେଳେ ଏବେ ଗ୍ରାମ ଠାରୁ ୫କିଲୋମିଟର ଦ୍ୱର ଏଣ୍ଡର ପ୍ରାଥମିକ କୃଷି ସମବାୟ ସଂସ୍ଥାକୁ ଟ୍ୟାଗିଂ କରାଯିବାର ମସୁଧା ହେଉଛି । କିନ୍ତୁ ସେଭଳି ହେଲେ ରାସନକାର୍ଡଧାରୀମାନେ ୫କିଲୋମିଟର ଦ୍ୱରକୁ ଯାଇ ରାସନ ସାମଗ୍ରୀ ଆଣିବା ସମ୍ଭବ ହେବ ନାହିଁ । ତେଣୁ ପୂର୍ବରୁ ତାଙ୍କ ଗ୍ରାମର ଡିଲର ଥିବା ଅନନ୍ତ ଗୋପାଳ ସ୍ୱୟଂ ସହାୟକ ଗୋଷ୍ଠିକୁ ଡିଲର ଭାବରେ ନିଯୁକ୍ତି ପ୍ରଦାନ କରାଯିବାକୁ ବୈଷ୍ଣବ ଚରଣ ବେହେରା,ବସନ୍ତ ରାଉତ,ତପନ କୁମାର ରାଉତ,ଧ୍ରୁବ ଚରଣ ରାଉତ,ରଞ୍ଜନ ରାଉତ,ନାରାୟଣ ରାଉତ,ମ-୍‌ଜୁଲତା ରାଉତ,ଅଞ୍ଜନା ରାଉତ,ମମତା ବେହେରା ପ୍ରମୁଖ ବେଷାମରିକ ଯୋଗାଣ ଅଧିକାରୀ ଶ୍ରୀ ଦାସଙ୍କୁ ଭେଟି ନିବେଦନ କରିଥିଲେ । ଏଥିସହିତ ସେମାନେ ଡେରାବିଶ ବିଡିଓଙ୍କୁ ମଧ୍ୟ ସାକ୍ଷାତକରି ଲିଖିତ ଭାବରେ ଜଣାଇଥିବା ସୂଚନା ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ