ସତ୍ୟପାଠରେ ମୋଦି ସମ୍ପତି ତଥ୍ୟ ଲୁଚାଇବା ଅଭିଯୋଗ ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା

ନୂଆଦିଲ୍ଲୀ(ଏଜେନ୍ସି): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ନିର୍ବାଚନୀ ସତ୍ୟପାଠରେ ସମ୍ପତ୍ତି ସମ୍ପର୍କିତ ତଥ୍ୟ ଦେଇନଥିବା ଅଭିଯୋଗରେ ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର କରାଯାଇଛି । ଆବେଦନକାରୀ ସାମ୍ବାଦିକ ସାକେତ୍ ଗୋଖଲେ ଏହି ଘଟଣାର ଯାଞ୍ଚ କରିବା ପାଇଁ ଏକ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ ଗଠନ କରିବାକୁ ଦାବି ମଧ୍ୟ କରିଛନ୍ତି । ସାକେତ ଅଭିଯୋଗ କରିଛନ୍ତି ଯେ, ମୋଦି ୧୯୮୮ରେ ଗୁଜରାଟ ସରକାରଙ୍କ ବିବାଦୀୟ ଜମି ଆବଣ୍ଟନ ଯୋଜନାର ଜଣେ ଲାଭାର୍ଥୀ ଥିଲେ ଯେଉଁଥିରେ ସାର୍ବଜନୀନ ଜମିକୁ ବିଧାୟକମାନଙ୍କୁ କମ୍ ମୂଲ୍ୟରେ ଆବଣ୍ଟନ କରାଯାଇଥିଲା । ମୋଦିଙ୍କୁ ୨ଠଠ୨ରେ ଏହି ଯୋଜନାର ଲାଭ ମିଳିଥିଲା ଏବଂ ୨ଠଠ୨ ଅକ୍ଟୋବର ୨୫ରେ ଗାନ୍ଧିନଗର ସହରରେ ମାତ୍ର ୧ଲକ୍ଷ ୩୦ ହଜାର ଟଙ୍କା ମୂଲ୍ୟରେ ତାଙ୍କୁ ଏକ ଫ୍ଲାଟ୍ ଦିଆଯାଇଥିଲା ।
୨ଠଠ୭ ଗୁଜରାଟ ବିଧାନସଭା ନିର୍ବାଚନରେ ମୋଦି ସେହି ଫ୍ଲାଟ ସମ୍ପର୍କରେ ସୂଚନା ଦେଇଥିବା ବେଳେ ୨ଠ୧୪ ଲୋକସଭା ନିର୍ବାଚନ ଏବଂ ୨ଠ୧୫, ୨ଠ୧୬ ଓ ୨ଠ୧୭ ସମ୍ପତ୍ତି ଘୋଷଣା ସମୟରେ ସେସମ୍ପର୍କରେ ଘୋଷଣା କରିନାହାନ୍ତି । ତେବେ ପରବର୍ତ୍ତୀ ସମୟରେ ସେହି ଜମି ଆବଣ୍ଟନ ଯୋଜନା ମାମଲା ଗୁଜରାଟ ହାଇକୋର୍ଟ ଓ ପରେ ସୁପ୍ରିମକୋର୍ଟରେ ବି·ର ପାଇଁ ଗ୍ରହଣ କରାଯାଇଥିଲେ ମଧ୍ୟ ସେହି ମାମଲାର ଶୁଣାଣିରୁ କେତେ ଜଣ ବିଚାରପତି ଓହରି ଯିବାରୁ ବିଚାର ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇପାରିନଥିଲା । ସାକେତ ନିଜ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ମୋଦି ସତ୍ୟପାଠରେ ଫ୍ଲାଟ୍ ସଂଖ୍ୟା ୪୧୧ ବଦଳରେ ଗାନ୍ଧିନଗରର ଫ୍ଲାଟ ସଂଖ୍ୟା ୪ଠ୧/ଏର ଏକ ଚତୁର୍ଥାଂଶର ନିଜକୁ ମାଲିକ ବୋଲି ଦର୍ଶାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ