ଜାନୁୟାରୀ ୨୩ରୁ ଏକାଦଶ ଭୁବନେଶ୍ୱର ଚଳଚ୍ଚିତ୍ର ଉତ୍ସବ

ଭୁବନେଶ୍ୱର: ଭୁବନେଶ୍ୱର ୨୩ ରୁ ୨୬ ଜାନୁୟାରୀ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ୧୧ତମ ଭୁବନେଶ୍ୱର ଚଳଚ୍ଚିତ୍ର ଉତ୍ସବ ସମକାଳୀନ ଭାରତୀୟ ଚଳଚ୍ଚିତ୍ରର ବିବିଧତାକୁ ଦର୍ଶାଇବ ଜାତୀୟ ଓ ଅର୍ନ୍ତଜାତୀୟସ୍ତରରେ ନିଜର କଳାତ୍ମକ, ସାମାଜିକ, ସାଂସ୍କୃତିକ ଓ ପ୍ରାସଙ୍ଗିକ ବୈଶିଷ୍ଟ ଯୋଗୁ ବହୁ ଚର୍ଚ୍ଚିତ ଚଳଚ୍ଚିତ୍ର ଗୁଡ଼ିକ ଏଥିରେ ପ୍ରଦର୍ଶିତ କରାଯିବ । ଏହି ଚଳଚ୍ଚିତ୍ର ଗୁଡ଼ିକ ସମାଜର ସତ୍ୟତା, ଲିଙ୍ଗ ଅସମାନତା, ଜାତିଭିତ୍ତିକ ବୈଷମ୍ୟ ଉପରେ ପ୍ରଶ୍ନ ଉଠାଇବା ସହିତ ପରିବେଶ ବିଜ୍ଞାନ ଏବଂ ପରିବେଶ ସମ୍ବନ୍ଧୀୟ ବିଷୟ ବସ୍ତୁକୁ ନେଇ ନିର୍ମିତ । ଏହି ଚଳଚ୍ଚିତ୍ର ଉତ୍ସବ ଓଡ଼ିଆ ଚଳଚ୍ଚିତ୍ର ନିର୍ମାତା “ମନମୋହନ ମହାପାତ୍ରଙ୍କ” ପାଇଁ ଉତ୍ସର୍ଗୀକୃତ ଏବଂ ଏହି ଅବସରରେ ତାଙ୍କ ଚଳଚ୍ଚିତ୍ର “ଭିଜା ମାଟିର ସ୍ୱର୍ଗ” ପ୍ରଥମ ଦିନ ପରଦାରେ ଦର୍ଶକ ମାନଙ୍କ ପାଇଁ ପ୍ରଦର୍ଶିତ କରାଯିବ । ଏହି ଉତ୍ସବ ଚଳଚ୍ଚିତ୍ର ନିର୍ଦ୍ଦେଶକ ମୃଣାଲ୍ ସେନଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଜଣାଉଅଛି । ପ୍ରମୁଖ ନିର୍ଦ୍ଦେଶକ ଗୌତମ ଘୋଷଙ୍କ ଚଳଚ୍ଚିତ୍ର “ରାହାଗିରି” ହେଉଛି ଏହି ଉତ୍ସବର ଶେଷ ଚଳଚ୍ଚିତ୍ର । ଭୁବନେଶ୍ୱର ଚଳଚ୍ଚିତ୍ର ସମାଜ ଏହି ଉତ୍ସବକୁ ଓଡ଼ିଶୀ ଗବେଷଣା କେନ୍ଦ୍ରଠାରେ ଆୟୋଜନ କରୁଛି । ଚଳିତ ବର୍ଷ ସାରା ଭାରତରୁ ଏହି ଉତ୍ସବରେ ୫୦ରୁ ଉର୍ଦ୍ଧ ଛାତଛାତ୍ରୀ, ଛାତ୍ରଛାତ୍ରୀସ୍ତରୀୟ ଚଳଚ୍ଚିତ୍ର ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛନ୍ତି । ଏହାର ଜୁରୀ ବା ବିଚାରକ ଚନ୍ଦ୍ରଭାନୁ ପଟ୍ଟନାୟକ ଏବଂ ଅକଲଖ୍ ଅହମ୍ମଦ ଶ୍ରେଷ୍ଠ ଚଳଚ୍ଚିତ୍ର ଚୟନ କରିବେ । ଏହି ଉତ୍ସବରେ ନିର୍ବାଚିତ ଶ୍ରେଷ୍ଠ ଚଳଚ୍ଚିତ୍ରକୁ ପୁରସ୍କୃତ କରାଯିବ ଏବଂ ପୁରସ୍କୃତ ଚଳଚିତ୍ର ଗୁଡ଼ିକ ଏହି ଉତ୍ସବରେ ପ୍ରଦର୍ଶିତ କରାଯିବ ଏଥି ସହିତ ଏହି ଉତ୍ସବରେ କଳାକାର ଦେବାଶିଷ ବେଉରାଙ୍କର କଳା ପ୍ରଦର୍ଶନୀ ହେବ । ଏହା ସହିତ, ଫଟୋ, ପୁସ୍ତକର ମଧ୍ୟ ପ୍ରଦର୍ଶନୀ କରାଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ