ସୂର୍ଯ୍ୟପରାଗ ନେଲା ୧୫ ଜଣଙ୍କ ଦୃଷ୍ଟିଶକ୍ତି

ଜୟପୁର: ଖାଲି ଆଖିରେ ସୂର୍ଯ୍ୟପରାଗ ଦେଖିବା ରାଜସ୍ଥାନର ପ୍ରାୟ ୧୫ଜଣ ପିଲାଙ୍କ ପାଇଁ ମହଙ୍ଗା ପଡ଼ିଛି। ସେମାନଙ୍କର ଆଖି ୪୦ରୁ ୭୦ ପ୍ରତିଶତ ଖରାପ ହୋଇଯାଇଛି। ଗତ ଡିସେମ୍ବର ୨୬ରେ ହୋଇଥିବା ସୂର୍ଯ୍ୟପରାଗକୁ ସହରର କେତେକ ଯୁବପିଢ଼ି ଓ ପିଲାମାନେ ଖାଲି ଆଖିରେ ଦେଖିଥିଲେ। କିଛିଦିନ ପରେ ଏମାନଙ୍କୁ ସବୁ କିଛି ଝାପସାଝାପସା ଦେଖା ଯାଇଥିଲା। ଏଭଳି ଅବସ୍ଥା ଦେଖି ଅଭିଭାବକମାନେ ପିଲାଙ୍କୁ ଧରି ଡାକ୍ତରଙ୍କ ପାଖକୁ ଯାଇଥିଲେ। ସେଠାରେ ଡାକ୍ତର ପିଲାଙ୍କ ଚକିତ୍ସା ପରେ ଯେଉଁ ରିପୋର୍ଟ ଦେଇଥିଲେ ତାହାକୁ ପାଇବା ପରେ ଅଭିଭାବକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଅନେକ ଯୁବକ ସମେତ ଛୋଟ ପିଲାମାନଙ୍କ ଆଖିର ରେଟିନା ପୋଡ଼ିଯାଇଛି। ରେଡିଏସନ ଯୋଗୁଁ ସେମାନଙ୍କ ଆଖିର ଏଭଳି ଅବସ୍ଥା ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ