ଅଂଶୁଘାତରେ ବୃଦ୍ଧଙ୍କ ମୃତ୍ୟୁ

ଚିଲିକା (ଜୁଗାବ୍ଦ ନ୍ୟୁଜ୍‍): ବାଣପୁର ବ୍ଲକର କୁଲେଇ ପଞ୍ଚାୟତ ଅଧିନ ଗୋତପଲି ଗାଁର ଦିଗମ୍ବର ବେହେରା (୬୫)ଙ୍କର ସୋମବାର ମଧ୍ୟାହ୍ନରେ ଅଂଶୁଘାତରେ ମୃତ୍ୟୁ ହୋଇଯାଇଥିବା ତାଙ୍କ ପରିବାର ସୂତ୍ରରୁ ପ୍ରକାଶ । ସ୍ୱର୍ଗତ ବେହେରା ନିଜର ବାର୍ଦ୍ଧକ୍ୟ ଭତ୍ତା ଆଣିବାକୁ ସକାଳୁ ଘରୁ ୩ କିମି ଦୂର ମାନସିଂପୁରସ୍ଥିତ କୁଲେଇ ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇ ଧୁ ଧୁ ଖରାରେ ଘରକୁ ଫେରୁଥିବା ବେଳେ ବାଟରେ ପଡ଼ି ମୃତ୍ୟୁବରଣ କରିଥିବା ପ୍ରକାଶ । ତାଙ୍କ ମୃତ୍ୟୁରେ ଗାଁରେ ଶୋକର ଛାୟା ଖେଳିଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ