ଟିଲୋ ଓ ବସନ୍ତିଆରେ ବିଜେଡିର କର୍ମୀ ସମ୍ମିଳନୀ: ମଞ୍ଜୁଲତା ଓ ପ୍ରଫୁଲ୍ଲଙ୍କୁ ଜିତାଇବା ପାଇଁ ଜୋରଦାର ପ୍ରଚାର

ବନ୍ତ,(ଯୁଗାଦ୍ଧ ନ୍ୟୁଜ୍) : ଚଳିତ ମାସ ୨୯ ତାରିଖରେ ୪ର୍ଥ ପର୍ଯ୍ୟାୟ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ଭଦ୍ରକ ଜିଲାର ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳ ପକ୍ଷରୁ ଜୋରଦାର ପ୍ରଚାର ଆରମ୍ଭ ହୋଇଯାଇଛି । ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ତଥା ବିଧାୟକ ପ୍ରାର୍ଥୀ ପ୍ରଫୁଲ୍ଲ ସାମଲ ନିର୍ବାଚନ ପ୍ରଚାରର ମଂଗ ଧରିଛନ୍ତି । ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ଅଧିନ ଭଣ୍ଡାରିପୋଖରୀ ଓ ବନ୍ତ ବ୍ଲକରେ ରାଜ୍ୟ ତଥା ଜିଲାର ବରିଷ୍ଠ ନେତୃତ୍ୱ ମାନଙ୍କୁ ଧରି ବିଭିନ୍ନ ସ୍ଥାନରେ କର୍ମୀ ସମ୍ମିଳନୀ କରିବା ସହ ଗାଁ ଗାଁ ବୁଲି ନବୀନ ସରକାରଙ୍କର ସଫଳତା ଓ କେନ୍ଦ୍ରର ବିଫଳତା ସଂପର୍କରେ ସାଧାରଣ ଲୋକ ମାନଙ୍କୁ ଅବଗତ କରାଉଛନ୍ତି । ଏପରିପେକ୍ଷୀରେ ବୁଧବାର ବନ୍ତ ବ୍ଲକ ଅନ୍ତର୍ଗତ ବସନ୍ତିଆସ୍ଥିତ କାଳୀପଡିଆ ଠାରେ ବିଜୁ ଜନତା ଦଳ ତରଫରୁ ବିଶାଳ କର୍ମୀ ସମ୍ମିଳନୀ ଆୟୋଜିତ ହୋଇଥିଲା । ବସନ୍ତିଆ ସେବା ସମବାୟ ସମିତିର ସଭାପତି ବସନ୍ତ କୁମାର ବେହେରାଙ୍କ ପୌରହିତ୍ୟରେ ଅନୁଷ୍ଠିତ ସମ୍ମିଳନୀରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ପ୍ରାକ୍ତନ ବିଧାୟକ ରଥ ଦାସ, ଜିଲା ପରିଷଦ ସଭ୍ୟା ରେବତୀ ନାୟକ, ବ୍ଲକ ବିଜେଡି ସଭାପତି କମଳାକାନ୍ତ ସାହୁ, ରାଜ୍ୟ ବିଜେଡି ମହିଳା ସଂପାଦିକା ସୁଜାତା ଜେନା, ସରପଞ୍ଚ ସତ୍ୟପ୍ରିୟା ଜେନା, ପ୍ରାକ୍ତନ ସମିତି ସଭ୍ୟା ସଂଯୁକ୍ତା ଦାସ ପ୍ରମୁଖ ଯୋଗ ଦେଇ ନବୀନ ସରକାରଙ୍କର ବିଭିନ୍ନ ବିକାଶ ମୂଳକ ଯୋଜନା ସମ୍ପର୍କରେ ଆଲୋକପାତ କରିବା ସହ ବିଜୁ ଜନତା ଦଳ ପକ୍ଷରୁ ଭଦ୍ରକ ଲୋକସଭା ପ୍ରାର୍ଥୀ ମଞ୍ଜୁଲତା ମଣ୍ଡଳ ଓ ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ପ୍ରଫୁଲ୍ଲ ସାମଲଙ୍କୁ ଜିତାଇ ନବୀନ ସରକାରଙ୍କର ହାତମୁଠାକୁ ଟାଣ କରିବାକୁ ନିବେଦନ କରିଥିଲେ । କାର୍ଯ୍ୟକ୍ରମରେ ପ୍ରଦୀପ କୁମାର ପଣ୍ଡା, ଚିନ୍ତାମଣି ଜେନା, ଗଣନାଥ ନାୟକ, ଶମ୍ଭୁନାଥ ମହାନ୍ତି, ରାମଚନ୍ଦ୍ର ବେହେରା, ନିମାଇଁ ଜେନା, ସୁବାଷ ମହାଳିକ, ବନମାଳୀ ଘୋଷ ପ୍ରମୁଖ ସହଯୋଗ କରିଥିଲେ । ଏଥିରେ ୧୫ ଶହରୁ ଉଦ୍ଧ୍ୱର୍ କର୍ମୀ ଯୋଗ ଦେଇଥିବାର ଦେଖାଯାଇଥିଲା । ସେହିପରି ଟିଲୋସ୍ଥିତ ଗଡଚଣ୍ଡି ପୀଠରେ ଆୟୋଜିତ ସମ୍ମିଳନୀରେ ବ୍ଲକ ବିଜେଡି ସମ୍ପାଦକ ସୁବାଷ ଦାସ ସଭାପତିତ୍ୱ କରିଥିଲେ । ଏଥିରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ପ୍ରାକ୍ତନ ବିଧାୟକ ରଥ ଦାସ, ରାଜ୍ୟ ମହିଳା ସଂପାଦିକା ସୁଜାତା ଜେନା, ଜିଲା ପରିଷଦ ସଭ୍ୟା ରେବତୀ ନାୟକ, ବ୍ଲକ ବିଜେଡି ସଭାପତି କମଳାକାନ୍ତ ସାହୁ, ସରପଞ୍ଚ ନିହାରିକା ରାଉତ, ବୟୋଜ୍ୟେଷ୍ଠ ସଭ୍ୟ ରବିନ୍ଦ୍ର ଦାସ, ପଞ୍ଚାୟତ ସଭାପତି ବରୁଣ ନାୟକ, ବ୍ଲକ ଛାତ୍ର ବିଜେଡି ସଭାପତି ପ୍ରଣବ କିଶୋର ଲେଙ୍କା, ସମୀମ୍ ନୱାଜ୍ ପ୍ରମୁଖ ଯୋଗ ଦେଇ ରାଜ୍ୟ ସରକାରଙ୍କର ସଫଳତା ସଂପର୍କରେ ଆଲୋକପାତ କରିବା ସହ ଦଳୀୟ ପ୍ରାର୍ଥୀଙ୍କୁ ବିଜୟୀ କରିବା ନେଇ ନିବେଦନ କରିଥିଲେ । କାର୍ଯ୍ୟକ୍ରମରେ ପୂର୍ବତନ ସରପଞ୍ଚ ବିଜୟ ନାୟକ, ଶକ୍ତିଧର ରାଉତ, ଅଶୋକ ରାଉତ, ବିପିନ ରାଉତ, ପ୍ରବୀର ରାଉତ, ହୃଦୟ ରଞ୍ଜନ ମହାପାତ୍ର, ଆଦିକନ୍ଦ ମହାପାତ୍ର, ନିରଞ୍ଜନ ମହାପାତ୍ର, ସତ୍ୟ ରଞ୍ଜନ ମହାପାତ୍ର ପ୍ରମୁୁଖ ସହାୟତା କରିଥିଲେ । ଏଥିରେ ଟିଲୋ ପଞ୍ଚାୟତର ହଜାରରୁ ଉଦ୍ଧ୍ୱର୍ ମହିଳା ଓ ପୁରୁଷ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ