ଜାତୀୟ ଉଠାଦୋକାନୀ ଦିବସ ପାଳିତ

ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ୍‌) : ନିଖିଳ ଉତ୍କଳ କ୍ଷୁଦ୍ର ବ୍ୟବସାୟୀ ଓ ଭେଣ୍ଡିଂଜୋନ ସୁରକ୍ଷା ଟ୍ରଷ୍ଟ ତରଫରୁ ୟୁନିଟ୍‌-୧ ଫଳ ଭେଣ୍ଡିଂଜୋନଠାରେ ଜାତୀୟ ଉଠାଦୋକାନୀ ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ନଗର ଉନ୍ନୟନ ଓ ଆଇନ୍ ମନ୍ତ୍ରୀ ପ୍ରତାପ ଜେନା ଉଦ୍‌ଘାଟନ କରି କହିଲେ ଯେ, ନବୀନଙ୍କ ସରକାର ସଦାସର୍ବଦା ଉଠାଦୋକାନୀମାନଙ୍କ ଉନ୍ନତି କଥା ହିଁ ଚିନ୍ତା କରିଥାନ୍ତି ଏବଂ ଉଠାଦୋକାନୀମାନଙ୍କ ସୁବିଧା ପାଇଁ ଯାହା ଆବଶ୍ୟକ ହେବ ଆମ ସରକାର ତାହା ପୂରଣ କରିବା ପାଇଁ ପ୍ରସ୍ତୁତ ଅଛି, ଏଥିରେ କେବେହେଲେ ଅବହେଳା କରାଯିବ ନାହିଁ । ଉଠାଦୋକାନୀମାନଙ୍କ ସମସ୍ୟା ଖୁବ୍ ଶୀଘ୍ର ପୂରଣ ହେବ । ମୁଖ୍ୟ ବକ୍ତା ଭାବେ ମୋ ପରିବାରର ଆବାହକ ଅରୁପ ପଟ୍ଟନାୟକ ଯୋଗଦେଇ କହିଲେ ଯେ, ମୁଁ ସଦା ସର୍ବଦା ଉଠାଦୋକାନୀମାନଙ୍କ ସହିତ ଅଛି ଓ ରହିବି । ଯେତେବେଳେ ଉଠାଦୋକାନୀମାନଙ୍କ କିଛି ଅସୁବିଧା ହେବ ମୋ ପାଖକୁ ଯାଇପାରିବେ, ଏଥରେ କୌଣସି ସନ୍ଦେହ ନାହିଁ । ସମ୍ମାନିତ ଅତିଥି ଭାବରେ ପୂର୍ବତନ ଅର୍ଥମନ୍ତ୍ରୀ ତଥା କେନ୍ଦ୍ରାପଡ଼ା ବିଧାୟକ ଶଶିଭୂଷଣ ବେହେରା ଯୋଗଦେଇ କହିଲେ ଯେ, ଦୀର୍ଘ ୨୦ ବର୍ଷ ହେବ ଉଠାଦୋକାନୀମାନଙ୍କ ସହିତ ଅଛି ଏବଂ ରହିବି । ଭୁବନେଶ୍ୱର ଭେଣ୍ଡିଂଜୋନ ହେଉଛି ଦେଶର ଏକ ମାଇଲ୍ ଖୁଣ୍ଟ ସଦୃଶ । ଟ୍ରଷ୍ଟର ଉପଦେଷ୍ଟା ତଥା ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଯୋଗଦେଇ କହିଲେ ଯେ, ଉଠାଦୋକାନୀମାନେ ଭୁବନେଶ୍ୱରର ଅଙ୍ଗ । ସଦାସର୍ବଦା ଦୋକାନୀମାନେ ସରକାରଙ୍କ ସହିତ ଅଛନ୍ତି ଏବଂ ସରକାର ମଧ୍ୟ ଉଠାଦୋକାନୀମାନଙ୍କ ସମସ୍ତ ପ୍ରକାର ସୁବିଧା ଅସୁବିଧା ଦୂର କରିଛନ୍ତି ଏବଂ ଫନି ବାତ୍ୟାରେ ଭାଙ୍ଗି ଯାଇଥିବା ଦୋକାନର କ୍ଷତିପୂରଣ ଯେଉଁ ଦୋକାନୀଭାଇମାନେ ପାଇନାହାଁନ୍ତି, ସେମାନଙ୍କୁ ତୁରନ୍ତ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ସେ କହିଥିଲେ । ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ଼ର ଅଧ୍ୟକ୍ଷ ସୁବାସ ସିଂ ଯୋଗଦେଇ କହିଲେ ଯେ, ଶ୍ରମିକ ବୋର୍ଡ଼ ଉଠାଦୋକାନୀ ମାନଙ୍କ ପାଇଁ ବିଭିନ୍ନ ପ୍ରକାର ପଲିସ୍‌ର ସୁବିଧା ସୁଯୋଗ ଯୋଗାଇଦେବ । ସାମାଜିକ ସୁରକ୍ଷା, ଭିନ୍ନକ୍ଷମ ଓ ସଶକ୍ତିକରଣ ଅଧ୍ୟକ୍ଷା ସୁଲୋଚନା ଦାସ କହିଲେ ଯେ ସରକାର ଓ ଉଠାଦୋକାନୀମାନେ ଗୋଟିଏ ମୁଦ୍ରାର ଦୁଇପାଶ୍ୱର୍ ପରି । ତେଣୁ ସରକାର ଉଠାଦୋକାନୀମାନଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେଉଛନ୍ତି ଏବଂ ଯୋଗାଇ ଦେବେ ମଧ୍ୟ । ଏହି ଅବସରରେ ଟ୍ରଷ୍ଟର ଏକ କ୍ୟାଲେଣ୍ଡର ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ଟ୍ରଷ୍ଟର ପ୍ରତିଷ୍ଠାତା ସଭାପତି ପ୍ରତାପ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ପୂର୍ବତନ କର୍ପୋରେଟର ଅମରେଶ ଜେନା, ଗୁରୁଚରଣ ସାହୁ, ରାମଚନ୍ଦ୍ର ପ୍ରଧାନ, ନରେନ ସାହୁ, ଉଠାଦୋକାନୀ ନେତା ଅଞ୍ଜନ ନାଥ ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ସୁଦର୍ଶନ ପୃଷ୍ଟି, ବିପିନ ବିହାରୀ ଦାସ, ସୂର୍ଯ୍ୟମଣି ସାହୁ, ପ୍ରବୋଧ ପଣ୍ଡା, ନିରଞ୍ଜନ ପାଣ୍ଡେ, ଅନୁ ମିଶ୍ର, ଦୀପାଞ୍ଚଳି ରାଉତ, ସଙ୍ଗୀତା କିଷାନ, ବିପିନ ବିହାରୀ ଜେନା, ସତ୍ୟନାରାୟଣ ମହାପାତ୍ର, କହମ୍ମଦ କଇମ ଖାନ, ବିରଞ୍ôଚ ନାରାୟଣ ଗାଣ୍ଠିଆ, ମହମ୍ମଦ ଗୁଲ୍‌ଜର ଏବଂ କୁନୁ ସାହୁ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ସାଧାରଣ ସମ୍ପାଦକ ଅନୁଜ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ