ନାବାଳିକାକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ

ନୟାଗଡ : ଫତେଗଡ ଥାନା ମଙ୍ଗଳପୁର ଗାଁରେ ଜଣେ ନାବାଳିକାକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତକୁ ଧରି ନିସ୍ତୁକ ପିଟିଛନ୍ତି ଗ୍ରାମବାସୀ । ଅଭିଯୁକ୍ତକୁ ଉଦ୍ଧାର କରିବାକୁ ଆସି ପୋଲିସ ମଧ୍ୟ ଆକ୍ରମଣର ଶୀକାର ହୋଇଛି । ସୂଚନା ଅନୁସାରେ ମଙ୍ଗଳପୁର ଗାଁର ଜଣେ ନାବାଳିକାକୁ ବାହାଡା ଛକରେ ଛାଡିଦେବାକୁ କହି ସେହି ଗାଁର ଜିତୁ ମହାରଣା ବାଇକ୍ ରେ ନେଇ ଯାଇଥିଲେ । ତେବେ ଜିତୁ ନାବାଳିକାକୁ ଜବରଦସ୍ତ ଖଣ୍ଡପଡା ସାନଶଙ୍ଖ ନିକଟରେ ଥିବା ପାଣିଟାଙ୍କି ନିକଟକୁ ନେଇ ଦୁଷ୍କର୍ମ କରିଥିବା ନାବାଳିକା ଜଣକ ଘରକୁ ଫେରି ପ୍ରକାଶ କରିଥିଲେ । ଫଳରେ ପରିବାରଲୋକ ଏବଂ ଗ୍ରାମବାସୀ ମିଶି ଜିତୁକୁ ନିସ୍ତୁକ ପିଟିଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚିଥିଲା । ପୋଲିସ ମଧ୍ୟ ଉତ୍ତ୍ୟକ୍ତ ଲୋକଙ୍କ ଆକ୍ରମଣର ଶୀକାର ହୋଇଛି । ବୁଝାସୁଝା ପରେ ପୋଲିସ ଜିତୁକୁ ଉଦ୍ଧାର କରି ଥାନାକୁ ନେଇଛି । ଘଟଣାର ତଦନ୍ତ ଜାରି ରଖିଛି ପୋଲିସ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ