ଶାଢ଼ି ଲୁକ୍ରେ କଙ୍ଗନା
ବଲିଉଡ୍ କ୍ବୀନ୍ କଙ୍ଗନା ରାନାୱତ ସିଲ୍ଭର ସ୍କ୍ରିନ୍ରେ ନିଜର ଦମଦାର ଅଭିନୟ ପାଇଁ ଯେତିକି ଜଣାଶୁଣା, ଅଫ୍ସ୍କ୍ରିନ୍ରେ ନିଜ ବେପରୱା ବୟାନ ପାଇଁ ମଧ୍ୟ ସେତିକିଚର୍ଚ୍ଚାରେ ରହିଥାନ୍ତି। ନୂଆବର୍ଷରେ ୨୪ ଜାନୁଆରୀରେ କଙ୍ଗନାଙ୍କ ଫିଲ୍ମ ‘ପଙ୍ଗା’ ରିଲିଜ୍ ହେବାକୁ ଯାଉଛି। ଏବେ କଙ୍ଗନା ଏହି ଫିଲ୍ମର ପ୍ରମୋସନରେ ବ୍ୟସ୍ତ ଅଛନ୍ତି। ଏହି ସମୟରେ କଙ୍ଗନା ସୁନ୍ଦର ସୁନ୍ଦର ଶାଢ଼ି ଲୁକ୍ରେ ନଜର ଆସୁଛନ୍ତି।
ସ୍କାଏ ବ୍ଲୁ ରଙ୍ଗର ସିଲ୍କ ଶାଢ଼ି
କଙ୍ଗନା ପରିଧାନ କରିଥିବା ଏହି ଶାଢ଼ି ୱେଡିଂ ସିଜନ ପାଇଁ ପୂରାପୂରି ଉପଯୁକ୍ତ। ନିକଟରେ କଙ୍ଗନା ସ୍କାଏ ବ୍ଲୁ ରଙ୍ଗର ସିଲ୍କ ଶାଢ଼ିରେ ନଜର ଆସିଥିଲେ। ଏହି ଶାଢ଼ି ସହିତ ସେ ଡିପ୍ ବ୍ଲୁ ରଙ୍ଗର ପ୍ଲେନ୍ ବ୍ଲାଉଜ୍, ଚୋକର ନେକ୍ଲେସ୍ ଓ ମ୍ୟାଚିଂ ଇଅରରିଙ୍ଗସ୍ ଟିମ୍ଅପ୍ କରି ପିନ୍ଧିଥିଲେ। ଏହି ଲୁକ୍ ସହିତ କଙ୍ଗନା ଜୁଡ଼ା ଓ ମ୍ୟାଚିଂ ଆଇ ମେକ୍ଅପ୍ କରିଥିଲେ।
ଅର୍ଗାଞ୍ଜା ଶାଢ଼ି ସହିତ ଲେସ୍ ଯୁକ୍ତ ବ୍ଲାଉଜ୍
ସେହିପରି ହାଲୁକା ପର୍ପଲ ରଙ୍ଗର ଅର୍ଗାଞ୍ଜା ଶାଢ଼ିରେ ଗୋଲ୍ଡେନ୍ କଲରର ଫ୍ଲୋରାଲ ୱାର୍କ କରାଯାଇଥିବା ଶାଢ଼ି କଙ୍ଗନାଙ୍କୁ ଖୁବ୍ ମାନୁଥିଲା। ଏହି ଶାଢ଼ି ସହିତ ସେ ଫୁଲ୍ ସ୍ଲିଭ୍ସ ଲେସ୍ଯୁକ୍ତ ବ୍ଲାଉଜ୍ ସହିତ ଟିମ୍ଅପ୍ କରି ପିନ୍ଧିଥିଲେ। ଏଥସହିତ ମ୍ୟାଚିଂ ଇଅରରିଙ୍ଗସ୍ ଓ ପିଙ୍କ୍ ରଙ୍ଗର ପଏଣ୍ଟେଡ୍ ହିଲ୍ସ ମଧ୍ୟ ପିନ୍ଧିଥିଲେ।
ରୋଜ୍ ପ୍ରିଣ୍ଟ ମଲ୍ଟିକଲର ଶାଢ଼ି
କଙ୍ଗନା ରୋଜ୍ ପ୍ରିଣ୍ଟେଡ୍ ମଲ୍ଟିକଲର ଭିଣ୍ଟେଜ୍ ଶାଢ଼ିକୁ ଲୋକପ୍ରିୟ ଫ୍ୟାଶନ୍ ଡିଜାଇନର ମସାବା ଗୁପ୍ତର ଡିଜାଇନ୍ କରିଛନ୍ତି। ଏଥିସହିତ କଙ୍ଗନ ମ୍ୟାଚିଂ ଅଫ୍ ଶୋଲ୍ଡର ବ୍ଲାଉଜ୍ ଓ ଚୋକର ନେକ୍ଲେସ୍ ପିନ୍ଧିଥିଲେ। ଏଥିସହିତ ଲାଲ ରଙ୍ଗର ଫୁଟ୍ ୱିଅର, ବୋଲ୍ଡ ରେଡ୍ ଲିପ୍ଷ୍ଟିକ୍ ଓ କେଶ ଖୋଲା ରଖିଥିଲେ। ଏହି ଲୁକ୍ରେ କଙ୍ଗନା ବହୁତ ସୁନ୍ଦର ଦେଖାଯାଉଥିଲେ।
ବ୍ରୋଞ୍ଜ ଏଣ୍ଡ ଗ୍ରେ’ର କୋର୍ଡିନେସନ୍
‘ପଙ୍ଗା’ ଫିଲ୍ମର ଟ୍ରେଲର ଲଞ୍ଜ ଅବସରରେ କଙ୍ଗନା ରାନାୱତ ବ୍ରୋଞ୍ଜ ଏଣ୍ଡ ଗ୍ରେ ରଙ୍ଗର ଶାଢ଼ିରେ ବହୁତ ସୁନ୍ଦର ଓ କ୍ବୀନ୍ ଭଳି ଦେଖାଯାଉଥିଲେ। କଙ୍ଗନାଙ୍କ ଏହି ଶାଢ଼ିରେ ଏମ୍ବୋଡୋରୀ ହୋଇଛି। ଯାହାକୁ ସେ ବ୍ରୋଞ୍ଜ ଓ ଗ୍ରେ ରଙ୍ଗର ଷ୍ଟ୍ରାଇପ୍ଯୁକ୍ତ ହାଫ୍ ସ୍ଲିଭ୍ସ ବ୍ଲାଉଜ୍ ସହିତ ଟିମ୍ଅପ୍ କରି ପିନ୍ଧିଥିଲେ। ଏଥସହିତ ସେ କେବଳ ନେକ୍ଲେସ୍ ପିନ୍ଧିବା ସହିତ ଆଉ କୌଣସି ଆସେସରିଜ୍ ପିନ୍ଧି ନ ଥିଲେ। ଏହି ଶାଢ଼ିରେ ସେ ଏକ ଛୋଟ ବିନ୍ଦି ଓ କେଶ ଖୋଲା ରଖିଥିଲେ।
ବ୍ଲାକ୍ ଏଣ୍ଡ ହ୍ବାଇଟ୍ ମନୋକ୍ରୋମ ଶାଢ଼ି
ଆଜିକାଲି ବ୍ଲାକ୍ ଶାଢ଼ି ମଧ୍ୟ ବେଶ୍ ଟ୍ରେଣ୍ଡରେ ରହିଛି। ଅନେକ ବଲିଉଡ୍ ସେଲିବ୍ରିଟି ଅଲଗା ଅଲଗା ଷ୍ଟାଇଲ୍ କରି ପିନ୍ଧୁଥିବା ନଜର ଆସୁଛନ୍ତି। କଙ୍ଗନା ମଧ୍ୟ ଏବେ ‘ପଙ୍ଗା’ ସିନେମାର ପ୍ରମୋସନ ପାଇଁ ଶାଢ଼ିରେ ସ୍ବାଗ ଦେଖାଯାଉଥିବା ନଜର ଆସୁଛନ୍ତି। କଙ୍ଗନା ବ୍ଲାକ୍ ଏଣ୍ଡ ହ୍ବାଇଟ୍ ରଙ୍ଗର ଷ୍ଟ୍ରାଇପ୍ଯୁକ୍ତ ମନୋକ୍ରୋମ ଶାଢ଼ିକୁ କଳା ରଙ୍ଗା ପ୍ଲେନ୍ ବ୍ଲାଉଜ୍, ହ୍ବାଇଟ୍ ରଙ୍ଗର ଚକୋର ନେକ୍ଲେସ୍ ଓ ଖୋଲା କେଶ ସହିତ ଟିମ୍ଅପ୍ କରି ପିନ୍ଧିଥିଲେ।


