ମା’ ବରଜାଙ୍କ ସ୍ୱ ନକ୍ଷତ୍ର ଚଳିତ ମାସ ୨୪ ରେ
ଯାଜପୁର,: ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ପବିତ୍ର ସ୍ୱ ନକ୍ଷତ୍ର ଦିବସ ପାଳିତ ହୁଏ ପ୍ରତେକ ବର୍ଷ ମାଘ ମାସ ଅମାବାସ୍ୟା ତିଥିରେ । ଚଳିତ ବର୍ଷ ଏହି ତିଥି ଜାନୁୟାରୀ ୨୪ ତାରିଖରେ ପଡୁଥିବାରୁ ମା’ଙ୍କର ଜନ୍ମ ଦିନ ପାଳନ ପାଇଁ ରୀତିନୀତି ଅନୁସାରେ କାର୍ଯ୍ୟସୂଚୀ ଚୁଡାନ୍ତ ହୋଇଚ୍ଥି । ସେଦିନ ପ୍ରତ୍ୟୁଷ ଘ. ୫.୩୦ ମିନିଟରେ ନିତ୍ୟ ସ୍ନାନ, ବେଶଲାଗି ଓ ପିଷ୍ଟକାଦି ନୈବେଦ୍ୟ ସମର୍ପଣ ଅନୁଷ୍ଠିତ ହେବ । ସକାଳ ଘ. ୭.୦୫ ମନିଟରୁ ଘ. ୭.୪୬ ମିନିଟ ମଧ୍ୟେ ମହାସ୍ନାନ, ମହାସ୍ନାନ ପରେ ଚନ୍ଦନ ଲାଗି, ସାବିତ୍ରୀ ବେଶ, ଅଳଙ୍କାରଲାଗି , ବେଶ ଅନ୍ତେ ସିଂହାସନେ ଷୋଡଶୋପଚାର ପୂଜା ବିଧି ଓ ସ୍ୱ ନକ୍ଷତ୍ର ପୂଜା, ପୂଜାନ୍ତେ ଯଜ୍ଞାରମ୍ଭ, ନବରତ୍ନ ମଣ୍ଡପେ ଯଜ୍ଞ ବେଦୀରେ ଯଜ୍ଞାନୁଷ୍ଠାନ ଓ ପରିଶେଷରେ ପୂର୍ଣ୍ଣାହୁତି ଆରତୀ ଦର୍ଶନ, ଘଟ ବିସର୍ଜନାଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ବିରଜା ମନ୍ଦିରର ମୁଖ୍ୟ ପରିଚାଳକ ଉପଜିଲ୍ଳ୍ାପାଳ ନାରାୟଣ ଚନ୍ଦ୍ର ଧଳ ଓ ମନ୍ଦିରର ମୁଖ୍ୟ ପୁରୋଧା ହିମାଂଶୁ ଶେଖର ପତିମିଶ୍ର ଅବଗତ କରାଇଚ୍ଥନ୍ତି । ମା’ଙ୍କର ଏହି ପବିତ୍ର ଓ ଦୁର୍ଲଭ ବେଶକୁ ପ୍ରତ୍ୟକ୍ଷ କରିବା ସହ ଆଶିଷ ପ୍ରାପ୍ତ ହେବାକୁ ଉପଜିଲ୍ଳ୍ାପାଳ ଶ୍ରୀ ଧଳ ଅନୁରୋଧ କରିଚ୍ଥନ୍ତି ।


