ତିରୁଣା ପଂଚାୟତରେ ବିଜେଡିର କର୍ମୀ ସମ୍ମିଳନୀ

ନାଉଗାଁ : ନାଉଗାଁ ବ୍ଳକ ତିରୁଣା ପଂଚାୟତରେ ଗୁରୁବାର ବିଜେଡି ପକ୍ଷରୁ ଏକ ବାଇକ ରାଲି କରାଯିବା ସହିତ ତେଂଟୋଇ ଠାରେ ଏକ କର୍ମୀ ସମ୍ମିଳନୀର ଆୟୋଜନ କରାଯାଇଥିଲା । ଜଗତସିଂହପୁର ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ମୁଦୁଲିଙ୍କ ସମେତ ଦଳର କର୍ମୀ ମାନେ ପଂଚାୟତର କୁରିକି ,ନରଣପୁର,ତେଂଟୋଇ,ଉର,ତିରୁଣା,ଦହିପାଳ,ଅରିଏଦା ଆଦି ଗ୍ରାମରେ ବୁଲୁ ନିର୍ବାଚନୀ ପ୍ରଚାର କରିଥିଲେ । ବ୍ଳକ ବିଜେଡି ସଭାପତି ସୁଜିତ ମଲ୍ଲିକଙ୍କ ସଭାପତିତ୍ୱରେ ଆୟୋଜିତ କର୍ମୀ ସମ୍ମିଳନୀରେ ବିଧାୟକ ପ୍ରାର୍ଥୀ ମୁଦୁଲି ,ସଂସାଦ ପ୍ରାର୍ଥୀନୀ ଡାକ୍ତର ରାଜଶ୍ରୀ ମଲ୍ଲିକଙ୍କ ସମେତ ପୂର୍ବତନ ବିଧାୟକ ଜ୍ୟୋତିଷ ଚନ୍ଦ୍ର ଦାସ,ଜିଲ୍ଲା କୃଷକ ମୋର୍ଚ୍ଚାର ସଭାପତି ପ୍ରକାଶ ବସ୍ତିଆ,ସରପଂଚ ନିରୁପମା ଦାସ,ସମିତି ସଭ୍ୟା ଝୁମୁରି ମଲ୍ଲିକ,ଜିଲ୍ଲା ପରିଷଦ ସଭ୍ୟ ସୁବଳ ବେହେରା,ପଂଚାୟତ ସଭାପତି ଅଂଜନା ବିଶ୍ୱାଳ,ସରୋଜ ଲେଙ୍କା,ପ୍ରତ୍ୟୁଷ ପରିଡା,ବ୍ଳକ ମହିଳା ମୋର୍ଚ୍ଚା ସଭାପତି ରଂଜୁବାଳା ମୁଦୁଲି,ପ୍ରତାପ ବିଶ୍ୱାଳ ଆଦି ଯୋଗା ଦେଇ ନବିନ ସରକାର ଙ୍କର ବିଭିନ୍ନ ଜନହିତକର କାର୍ଯ୍ୟ ସଂପର୍କରେ ଆଲୋକପାତ କରିଥିଲେ । ଉଭୟ ବିଧାନ ସଭା ଓ ସାଂସଦ ପ୍ରାର୍ଥୀଙ୍କୁ ବିପୁଳ ମାତ୍ରାରେ ଶଙ୍ଖ ଚିହ୍ନରେ ଭୋଟ ଦେଇ ନିବିନ ପଟ୍ଟନାୟକଙ୍କୁ ଜିତାଇବା ପାଇଁ ନିବେଦନ କରିଥିଲେ । ଏହି କର୍ମୀ ସମ୍ମିଳନୀରେ ତିରୁଣାରୁ ଦୁର୍ଗାଚରଣ ସ୍ୱାଇଁ,ଟୁନା ମଲିକ,ଉରରୁ ଦିନବନ୍ଧୁ ସାହୁ,କ୍ଷୀରୋଦ ସ୍ୱାଇଁ,ଫକୀର ସ୍ୱାଇଁ,ଶରତ ବାରିକ ଆଦି ଅନ୍ୟ ଦଳ ଛାଡି ବିଜେଡି ଦଳରେ ଯୋଗ ଦେଇଥିଲେ । ଦଳରେ ନୂତନ ଭାବେ ଯୋଗ ଦେଇଥିବା କର୍ମୀମାନଙ୍କୁ ବିଧାୟକ ପ୍ରାର୍ଥୀ ମୁଦୁଲି ସ୍ୱାଗତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ