ଗୋଲଡେନ୍ ବ୍ଲଡ୍ ଗ୍ରୁପ୍ ଅତି ବିରଳ ପୃଥିବୀରେ ରହିଛନ୍ତି ମାତ୍ର ୪୩ ଜଣ

ସାଧାରଣତଃ ୪ଟି ବ୍ଲଡ୍ ଗ୍ରୁପ୍ର ଲୋକ ପୃଥିବୀରେ ରହିଥାନ୍ତି । ସେଥି ମଧ୍ୟରେ ଏ, ବି, ଏବି ତଥା ଓ ଗ୍ରୁପ୍ ରହିଥାଏ । ଏହା ସହିତ ଅନ୍ୟ ଏକ ବିରଳ ଗ୍ରୁପ୍ ରହିଛି ତାହା ହେଉଛି ଆର୍ ଏଚ୍ ନଲ୍ ବ୍ଲଡ୍ ଗ୍ରୁପ୍ । ଏହାକୁ ଗୋଲଡେନ୍ ବ୍ଳଡ୍ ଗ୍ରୁପ୍ କୁହାଯାଇଥାଏ । ଚିକିତ୍ସା ବିଜ୍ଞାନରେ ଏହାକୁ ରିସସ୍ ନେଗେଟିଭ୍ ଗ୍ରୁପ୍ କୁହାଯାଏ । ଗତ ୫୨ ବର୍ଷ ମଧ୍ୟରେ ପୃଥିବୀର କେଳବ ୪୩ ଜଣ ଲୋକଙ୍କଠାରେ ଏହି ଗ୍ରୁପ୍ର ବ୍ଲଡ୍ ରହିଛି । ବ୍ଲଡ୍ରେ ଆଣ୍ଟିଜେନ୍ ପରିମାଣ କମ୍ ରହିଲେ ଏହାକୁ ବିରଳ ଗ୍ରୁପ୍ ବୋଲି କୁହାଯାଇଥାଏ । ଆଣ୍ଟିଜେନ୍ ଶରୀରରେ ଆଣ୍ଟିବଡି ତିଆରି କରିଥାଏ । ଆଣ୍ଟିବଡ଼ି ଦ୍ୱାରା ରୋଗ ପ୍ରତିଷେଧକ ଶକ୍ତି ସୃଷ୍ଟି ହୋଇଥାଏ । ରେସସ୍ ନେଗେଟିଭ୍ ବ୍ଲଡ୍ ଗ୍ରୁପ୍ ଲୋକଙ୍କର ଜୀବନଶୈଳୀ ସାଧାରଣ ଲୋକଙ୍କ ପରି ହୋଇଥାଏ । ତେବେ ସେମାନଙ୍କୁ ନିଜ ପ୍ରତି ଅଧିକ ଯତ୍ନଶୀଳ ହେବାକୁ ପଡ଼ିଥାଏ । ସେମାନେ ସମସ୍ତ ବ୍ଲଡ୍ ଗ୍ରୁପ୍ର ଡୋନର ଭାବେ କାର୍ଯ୍ୟ କରିଥାନ୍ତି । ତେବେ ସେମାନଙ୍କ ପାଇଁ ଡୋନର୍ ମିଳିବାରେ ଅସୁବିଧା ଦେଖା ଦେଇଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ