କର୍ତବ୍ୟବୋଧ ଦିବସ ପାଳନ
ନାଉଗାଁ,(ଯୁଗାବ୍ଦ ନ୍ୟୁଜ୍): ଓଡିଶା ରାଷ୍ଟ୍ରବାଦୀ ଶିକ୍ଷକ ପରିଷଦ ଆନୁକୁଲ୍ୟରେ ଜଗତସିଂହପୁର ଜିଲ୍ଲା ତରଫରୁ ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଠାରେ କର୍ତବ୍ୟବୋଧ ଦିବସ ପାଳନ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ସଭାପତି ସୁଧାକର ସ୍ୱାଇଁଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ବାଲିୁକୁଦା ମହାବିଦ୍ୟଳୟ ଅଧ୍ୟକ୍ଷ ନଳିନକାନ୍ତ ମହାପାତ୍ର, ରାଜ୍ୟ ସଭାପତି ନିଲୁରାମ ଜେନା ଯୋଗ ଦେଇ ସଭାର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ । ଡଃ ନିରଂଜନ ବିଶ୍ୱାଳ କର୍ତବ୍ୟବୋଧର ଆବଶ୍ୟକତା ସଂର୍ପକରେ ଆଲୋଚନା କରିଥିଲେ । ସଭା ଆରମ୍ଭରେ ବନ୍ଦେ ମାତରମ ଗାନ କରାଯାଇଥିଲା । ଗୁରଚରଣ ବିଶ୍ୱାଳ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅଧ୍ୟାପକ ପ୍ରତାପ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।


