୧୦ ମ ଜାତୀୟ ମତଦାତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍‌) : ଆସନ୍ତା ଜାନୁୟାରୀ ୨୫ ତାରିଖରେ ୧୦ମ ଜାତୀୟ ମତଦାତା ଦିବସ ଜିଲ୍ଲାସ୍ତରରେ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପୂର୍ବରୁ ପ୍ରସ୍ତୁତ କରାଯାଇଥିବା ଚୂଡାନ୍ତ ଭୋଟର ତାଲିକା ଫେବୃୟାରୀ ୭ ତାରିଖରେ ପ୍ରକାଶ ପାଇବ । ନୂତନ ଭାବେ ପଞ୍ଜିକୃତ ହୋଇଥିବା ମତଦାତା ଯେପରି ମତଦାନରୁ ବଞ୍ଚିତ ହେବେ ନାହିଁ ସେତିପ୍ରତି ସତର୍କ ଦୃଷ୍ଟି ଦିଆଯିବ । ଜାନୁୟାରୀ ୨୫ ତାରିଖ ସକାଳ ୮ ଘଣ୍ଟା ସମୟରେ ଜନସାଧାରଣଙ୍କ ସଚେତନତା ନିମନ୍ତେ ଛାତ୍ରଛାତ୍ରୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ହାତରେ ପ୍ଲାକ୍ କାର୍ଡ ଧରି ସ୍ଲୋଗାନ୍ ଦେଇ ଶୋଭାଯାତ୍ରାରେ ସହର ପରିକ୍ରମା କରି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟ ପରିସର ଋଷିକୁଲ୍ୟା ସମ୍ମାଳନୀ କକ୍ଷରେ ପୂର୍ବାହ୍ନ ୧୦ ଘଣ୍ଟାରେ ସଭାସ୍ଥଳେ ପହଞ୍ଚିବେ । ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗିଙ୍କୁ ପୁରୁସ୍କୃତ କରାଯିବ । ଉପଖଣ୍ଡସ୍ତରରେ ଜାତୀୟ ମତଦାତା ଦିବସକୁ ପୃଥକ ଭାବେ ପାଳନ କରାଯିବ ଏବଂ ବୁଥ୍ ସ୍ତରରେ ପ୍ରତ୍ୟେକ ବୁଥ୍ ଲେବଲ ଅଫିସର ସଂପୃକ୍ତ ବୁଥ୍‌ରେ ରହି କେଉଁମାନଙ୍କ ନାମ ନୂତନ ଭାବେ ପଞ୍ଜିକୃତ ହେଲା ତାହା ଜଣାଇବେ । ଶେଷରେ ଡେପୁଟୀ କଲେକ୍ଟର ଡ.ବିଜୟାନନ୍ଦ ସେଠୀ ଦିବସର ତାତ୍ପର୍ଯ୍ୟ ବିଷୟରେ ଗୁରୁତ୍ୱାରୋପ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମନୋରମା ରେଡ୍ଡୀ, ଜିଲ୍ଲା କ୍ରୀଡା ଅଧିକାରୀ ପ୍ରଶାନ୍ତ କୁମାର ସାହୁ, ଭାରପ୍ରାପ୍ତ ଜିଲ୍ଲା ସଂସ୍କୃତି ଅଧିକାରୀ ଶଙ୍କର୍ଷଣ ପଟ୍ଟନାୟକ, ସମଗ୍ର ଶିକ୍ଷା ଅଭିଯାନର ଏସ୍‌ଟି,ଏସ୍‌ସି ବିଭାଗର ଜିଲ୍ଲା ସଂଯୋଜକ ଡ.ସରୋଜ ମୋହନ ପାଳ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ