ଯୁବତୀଙ୍କ ମୃତଦେହ ଉଦ୍ଧାର , ଆତ୍ମହତ୍ୟା ସନ୍ଦେହ

ମୋହନା,(ଯୁଗାବ୍ଦ ନ୍ୟୁଜ୍‌): ଗଜପତି ଜିଲ୍ଲା ଅଡବା ଥାନା ବୁଲେରି ଗ୍ରାମର ଏକ ଘରୁ ଯୁବତୀଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ମୃତକ ଜଣକ ପରିଚୟ କାମିନୀ ମଲ୍ଲିକ ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଘରେ କେହି ନଥିବା ବେଳେ ହଠାତ୍ ମା ଆସି ଘରକୁ ଆସି ଦେଖିଥିଲେ ଯୁବତୀଙ୍କ ମୃତ୍ୟୁ ଦେହ । ଏହା ପରେ ସାହି ପଡୋଶୀଙ୍କୁ ଡାକି କାମିନିକୁ ମୋହନା ଗୋଷ୍ଠି କେନ୍ଦ୍ରରେ ଭର୍ତ୍ତିକରିଥିଲେ । ଡାକ୍ତର ସେଠାରେ ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଅଡବା ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରୀ ରଖିଛି । ଅନ୍ୟ ପଟେ ଯୁବତୀ ଜଣକ କୈାଣସି ମାନସିକ ଚାପରେ ଏଭଳି ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ଅନୁମାନ କରାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ