ଫ୍ରଷ୍ଟ ଇଣ୍ଟରନ୍ୟାସନାଲ୍‌ ଲିମିଟେଡ୍‌ ଠକେଇ ମାମଲା : ବିଭିନ୍ନ ସ୍ଥାନରେ ଚଢଉ

ମୁମ୍ବାଇ : ୪ ହଜାର କୋଟିର ଠକେଇ ମାମଲାରେ ଉତ୍ତର ପ୍ରଦେଶ ଏବଂ ମୁମ୍ବାଇର ୧୩ଟି ସ୍ଥାନରେ ସିବିଆଇ ପକ୍ଷରୁ ଚଢଉ କରାଯାଇଛି । ଫ୍ରଷ୍ଟ ଇଣ୍ଟରନ୍ୟାସନାଲ୍‌ ଲିମିଟେଡ୍‌ ନାମରେ ୪ ହଜାର କୋଟିର ଠକେଇ ମାମଲାକୁ ନେଇ ୧୩ଟି ସ୍ଥାନରେ ଚଢାଉ କରାଯାଇଛି । ଦିଲ୍ଲୀ,ମୁମ୍ବାଇ ଏବଂ ୟୁପିର ମୁଖ୍ୟାଳୟ ସମେତ ୧୩ଟି ସ୍ଥାନରେ ଏହି ଚଢାଉ କରାଯାଇଛି । ମୁମ୍ବାଇର ତିନି ସ୍ଥାନରେ ଏବଂ ଦିଲ୍ଲୀର ୪ ସ୍ଥାନ ବ୍ୟତିରେକ କାନପୁରର ୬ଟି କାର୍ଯ୍ୟାଳୟ ଉପରେ ସିବିଆଇ ପକ୍ଷରୁ ଚଢାଉ କରାଯାଇଥିଲା । ଉଲ୍ଲେଖଯୋଗ୍ୟ ଯେ, ବ୍ୟାଙ୍କ ଅଫ୍‌ ଇଣ୍ଡିଆ ସମେତ ୧୪ଟି ରାଷ୍ଟ୍ରାୟତ ବ୍ୟାଙ୍କରୁ ୪୦୬୧.୧୭ କୋଟି ଟଙ୍କାର ଠକେଇ ଅଭିଯୋଗ ଆସିବା ପରେ ୧୯ ତାରିଖ ଦିନ ଅଭିଯୋଗ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ