ଚଷାଖଣ୍ଡ ନିକଟରେ ଓଲଟିଲା ୧୨ଚକିଆ ବାଲି ବୋଝେଇ ହାଇୱା
ହାଟଡିହି (ଓ୍ବାଇଏନଏସ): ଚଷାଖଣ୍ଡ ନିକଟରେ ଓଲଟିଲା ଏକ ୧୨ଚକିଆ ବାଲି ବୋଝେଇ ହାଇୱା। ବାଲି ଘାଟରୁ ବାଲି ଆଣି ଚଷାଖଣ୍ଡ ଗାଁ ଦେଇ ଯାଇଥିବା ବେଳେ ବିପର୍ଯ୍ୟସ୍ତ ରାସ୍ତା ଯୋଗୁଁ ହାଇୱାଟି ଓଲଟି ପଡ଼ିଥିଲା। ସୌଭାଗ୍ୟ ବଶତ ଚାଳକ ଜଣକ ଗାଡିରୁ ଡେଇଁପଡ଼ି ନିଜ ଜୀବନ ବଞ୍ଚାଇ ଥିବାବେଳେ ରାସ୍ତାରେ ଯାଉଥିବା ଦୁଇଜଣ ପଥଚାରୀ ମଧ୍ଯ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏହାକୁ ନେଇ ଗାଁ ରେ ଉତ୍ତେଜନା ପ୍ରକାଶ ପାଇଛି। ଗାଡ଼ି ମାଲିକ ଗାଡ଼ି ଉଠାଇବା ପାଇଁ ଆସିଥିବା ବେଳେ ଗ୍ରାମବାସୀ ମାନେ ଗାଡ଼ି ଉଠାଇ ଦେଇ ନାହାନ୍ତି। କଦର୍ଯ୍ୟ ରାସ୍ତା ଯୋଗୁଁ ବାରମ୍ବାର ଏହି ରାସ୍ତାରେ ଦୁର୍ଘଟଣା ଘଟି ଧନ ଜୀବନ ହାନି ଘଟୁଥିବା ଗାଁ ଲୋକେ କହିଛନ୍ତି।


