ହାଟଡିହିରେ ବ୍ଲକ୍‌ସ୍ତରୀୟ ମନରେଗା ଜନଶୁଣାଣି

ହାଟଡିହି (ଓ୍ବାଇଏନଏସ): ହାଟଡିହି ବୃକ୍ ସଭାଗୃହ ପରିସରରେ ଆଜି ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ଓ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନ୍ତର୍ଗତ ବ୍ଲକ୍‌ ସ୍ତରୀୟ ସାମାଜିକ ଜନଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଞ୍ଜନ କୁମାର ପରିଡ଼ାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ଏବିଡ଼ିଓ ରସ୍ମିରେଖ ନାଇକ,  ଏପିଓ ଭୈରବେନ୍ଦ୍ର ତ୍ରୀପାଠୀ  ପ୍ରମୁଖ ଉପସ୍ଥିତ ରହି ବ୍ଳକର ୩୧ଟି ଯାକ ପଞ୍ଚାୟତରୁ ଆସିଥିବା ମନରେଗା ସମ୍ପର୍କିତ ଅଭିଯୋଗର ସମାଧାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସାଂସଦ ପ୍ରତିନିଧି ଜ୍ଞାନ ରଞ୍ଜନ ସାମନ୍ତ ସିଂହାର , ସହକାରୀ ଯନ୍ତ୍ରୀ ମଦନ ବେହେରା ରବୀନ୍ଦ୍ର କୁମାର ସୋରେନ,  ସହରାଇ ମିଞ୍ଜ, କନିଷ୍ଠଯନ୍ତ୍ରୀ ପ୍ରଫୁଲ୍ଲ ବେହେରା, କ୍ଷେତ୍ରମୋହନ ମାରାଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ। ଏହି ଶିବିରରେ ବ୍ଲକର ଅନେକ ଅଧିକାରୀ  ଉପସ୍ଥିତ ନଥିବାରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ଖାଦ୍ୟ ସୁରକ୍ଷା ଯୋଜନାରେ କିଛି ସରକାରୀ ଚାକିରିଆ ରେଶନ ସାମଗ୍ରୀ ଉଠାଉ ଥିବା ଭିଆରପି ମାନେ ଅଭିଯୋଗ ଆଣିଥିଲେ। ତୁରନ୍ତ ସେଗୁଡିକର ତଦନ୍ତ କରି ନାମ ବାଦ ଦେବାକୁ ବିଡ଼ିଓ ନିର୍ଦ୍ଦେଶ ଦେଇଥିଲେ। ୨୦୨୪ ଅକ୍ଟୋବର ୧ ତାରିଖରୁ ୨୦୨୫ ମାର୍ଚ୍ଚ ମାସ ୩୧ ତାରିଖ ମଧ୍ୟରେ ବ୍ଳକ ଅଂଚଳର ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା ହୋଇଥିଲା। ଏହି ଅବଧୂ ମଧ୍ୟରେ ମନରେଗାର ୯୭ ଟି ପ୍ରକଳ୍ପ କାମ ଯୋଗାଇ ୮୭ ଟି ପ୍ରକଳ୍ପ ସମ୍ପୂର୍ଣ କରାଯାଇଛି। ୧୬୪ପରିବାରକୁ ଶହେ ଦିନର କାମ ଯୋଗାଇ ଦିଆଯାଇଥିବା ବେଳେ ୩ଲକ୍ଷ ୯୫ହଜାର ୪୪୧ଶ୍ରମ ଦିବସ ସୃଷ୍ଟି ହୋଇଛି। ୮୭୭୨ ଜବକାର୍ଡ ଧାରୀଙ୍କୁ କାମ ଯୋଗାଇ ଦିଆ ଯାଇଛି। ମୋଟ ୧୧କୋଟି ୯୯ଲକ୍ଷ ଟଙ୍କାର ଆର୍ଥିକ ଅନୁଦାନ ଦିଆଯାଇଛି ବୋଲି ସୁଚନା ଦିଆ ଯାଇଥିଲା। ଏସିପି ପ୍ରସାନ୍ତ ସେଠୀ, ସବିତା ଆଇଚ, ମାନସୀ ନାୟକ, ଶୁଭଶ୍ରୀ ରାଉତ, ସୁଦର୍ଶନ ଘଡେଇ, ଵିନୋଦ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ