ଡଙ୍କୁରୀ ଗ୍ରାମରେ ବାର୍ଷିକ ସାଂସ୍କୃତିକ କାର୍ଯ୍ୟକ୍ରମ ’ବାଦୀପାଲା’
ହାଟଡିହି,(ବିକାଶ ବିଶ୍ୱାଳ): ପାଲା ସଂସ୍କୃତି ଏକ ଓଡିଆ ଭାଷା ସାହିତ୍ୟ ସଂସ୍କୃତିର ଐତିହ୍ୟ ବହନ କରୁଥିବା ବେଳେ ହାଟଡିହି ବ୍ଲକ ଅନ୍ତର୍ଗତ ମରେଈଗାଁ ପଞ୍ଚାୟତ ଡଙ୍କୁରୀ ଗ୍ରାମରେ ଦୀର୍ଘ ୫୧ବର୍ଷ ଧରି ହୋଇ ଆସୁଥିବା ବାର୍ଷିକ ବାଦୀପାଲା ଉତ୍ସବ ଉଦଯାପିତ ହୋଇଯାଇଛି। ଚଳିତ ବର୍ଷ ଏହି ବାଦୀପାଲା ଗତ ଗୁରୁବାରଠାରୁ ଆରମ୍ଭ ହୋଇ ଆସୁଛି । ଏଥିରେ ସୁନାମଧନ୍ୟ ପାଲା ଗାୟକ ବାଚସ୍ପତି ବନବିହାରୀ ଗ୍ରହାଚାର୍ଯ୍ୟ ଓ ଗାୟକ ଅଳଙ୍କାର ଶ୍ୟାମ ସୁନ୍ଦର ତ୍ରିପାଠୀ ପାଲା ପରିବେଷଣ କରୁଛନ୍ତି। ଏଥିପାଇଁ ଗ୍ରାମବାସୀଙ୍କ ପକ୍ଷରୁ ବିରାଟ ଆୟୋଜନ କରାଯାଇଛି । ସୁବାଷ ଚରଣ ଜେନାଙ୍କ ପୌରହିତ୍ୟରେ ସତ୍ୟନାରାୟଣଙ୍କ କଳସ ପୂଜା ପଣ୍ତିତଙ୍କ ଦ୍ୱାରା ଯଥା ରୀତିନୀତି ଅନୁଯାୟୀ କରାଯାଇଛି । ଅନୁଷ୍ଠାନର ସଭାପତି ବିଶ୍ୱନାଥ ଜେନା ଓ ସମ୍ପାଦକ ସୁବାଷ ଚନ୍ଦ୍ର ଜେନାଙ୍କ ପରିଚାଳନାରେ ଗ୍ରାମର ପୂର୍ଣ୍ଣଚନ୍ଦ୍ର ଜେନା, ସୁରେନ୍ଦ୍ର ଜେନା, ଗଗନ ବିହାରୀ ଦାସ, ହଳଧର ଜେନା, ଶ୍ରୀକାନ୍ତ ଜେନା, ଶୁକଦେବ ଜେନା, ଭୀମସେନ ଜେନା, ପାର୍ଥସାରଥୀ ଜେନା, ଗଣେଶ୍ୱର ଦାସ ପ୍ରମୁଖଙ୍କ ସହଯୋଗରେ ସତ୍ୟ ନାରାୟଣ ବାଦୀପାଲା ଉତ୍ସବଟି ଧୁମଧାମରେ ପାଳନ କରାଯିବା ସହିତ ଆଜି ଶନିବାର ଏହାର ଉଦଯାପନୀ ଦିବସ ହେଉଛି । ପ୍ରତିଦିନ ଆଖ ପାଖ ଅଞ୍ଚଳରୁ ଶହ ଶହ ପାଲା ପ୍ରେମୀ ସଂସ୍କୃତି ପ୍ରେମୀ ସାମିଲ ହେଉଥିବା ଦେଖିବାକୁ ମିଳିଛି।


