ବନ୍ୟା କ୍ଷତିଗ୍ରସ୍ତଙ୍କ ଘରେ ପହଞ୍ଚିବ ସରକାରୀ ସର୍ଭେ ଟିମ୍

ଧାମନଗର(ଓ୍ବାଇଏନଏସ):  ଗତ ଜୁଲାଇ ଓ ଅଗଷ୍ଟ ମାସରେ ପ୍ରବଳ ବର୍ଷା ଓ ଲଗାତାର ବନ୍ୟାରେ ଧାମନଗର ଅଞ୍ଚଳର ବହୁ ପରିବାର ପ୍ରଭାବିତ ହୋଇଥିବାବେଳେ ଧନ ଜୀବନ ସହ ବ୍ୟାପକ କ୍ଷୟକ୍ଷତି ହୋଇଛି, ଏହାର ପ୍ରକୃତ କ୍ଷତିଗ୍ରସ୍ତଙ୍କୁ ସରକାରୀ ସହାୟତା ଯୋଗାଇବା ପାଇଁ ତହସିଲ ପ୍ରଶାସନ ପକ୍ଷରୁ ସର୍ଭେ ଆରମ୍ଭ ହେବ। NDRF ଓ SDRF ନିୟମାବଳୀ ଅନୁଯାୟୀ ଯୋଗ୍ୟ ହିତାଧିକାରୀ ଚିହ୍ନଟ ପାଇଁ ଗ୍ରାମପଞ୍ଚାୟତୱାରୀ ସର୍ଭେ ଟିମ୍ ଗଠନ କରାଯାଇଛି। ପ୍ରତି ପଞ୍ଚାୟତରେ ସମ୍ପୃକ୍ତ ରାଜସ୍ୱ ନିରୀକ୍ଷକ (RI), ପଞ୍ଚାୟତ ନିର୍ବାହୀ ଅଧିକାରୀ (PEO), ADEO ସ୍ତରର ନୋଡାଲ ଅଧିକାରୀ, ଗ୍ରାମ ରୋଜଗାର ସେବକ (GRS)ଙ୍କ ସମେତ କ୍ଷେତ୍ରୀୟ କର୍ମଚାରୀଙ୍କୁ ନେଇ ଟିମ୍ ଗଠିତ ହୋଇଛି। ସର୍ଭେ ଟିମ୍ ଘରକୁ ଘର ବୁଲି ବନ୍ୟାଜଳ ବାସଗୃହରେ ପ୍ରବେଶ କରିଥିଲା କି ନାହିଁ ଓ ପରିବାର କ୍ଷତିଗ୍ରସ୍ତ ହୋଇଛି କି ନାହିଁ, ତାହାର କ୍ଷେତ୍ରସ୍ତରୀୟ ଯାଞ୍ଚ କରିବେ। ଯାଞ୍ଚ ପରେ ସହାୟତା ପାଇବାକୁ ଯୋଗ୍ୟ ପରିବାରଙ୍କ ତାଲିକା ପ୍ରସ୍ତୁତ କରି ତହସିଲ କାର୍ଯ୍ୟାଳୟରେ ଦାଖଲ କରାଯିବ। ସର୍ଭେ କାର୍ଯ୍ୟକୁ ତ୍ୱରାନ୍ୱିତ କରି ଶୀଘ୍ର ତାଲିକା ଦାଖଲ କରିବାକୁ ଟିମ୍‌ଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ଭଦ୍ରକ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଭଦ୍ରକ ଉପଜିଲ୍ଲାପାଳ ଓ ଧାମନଗର ବିଡିଓଙ୍କୁ ମଧ୍ୟ ଅବଗତ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ