ଧର୍ମ ପ୍ରାଣ ବ୍ୟକ୍ତିଙ୍କ ସ୍ମୃତି ଚାରଣ ସଭା

ବରୀ,(ଚୈତନ୍ୟ ଜେନା) : ବରୀବ୍ଲକ ଅନ୍ତର୍ଗତ ଇଶାଣପୁର ପଞ୍ଚାୟତ ସ୍ବର୍ଗତ କୁଳମଣି ଦାସଙ୍କ ଏକାଦଶାହ ଉପଲକ୍ଷେ ତାଙ୍କ ବାସଭଵନଠାରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହେଇଯାଇଛି l ସଂଧ୍ୟାରେ ଅନୁଷ୍ଠିତ ଏହି ସ୍ମୃତିଚାରଣ ସଭାରେ ଗୀତିକାର, ସଙ୍ଗୀତ ନିର୍ଦ୍ଦେଶକ ଦିଲ୍ଲିପ କୁମାର ଜେନା, ଅନିରୁଦ୍ଧ ମଲ୍ଲ, ପୁର୍ବତନ ସରପଞ୍ଚ ଗୋବିନ୍ଦ ଜେନା, ସମିତି ସଭ୍ୟ ଚିନ୍ତାମଣି ଜେନା, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ କର୍ଣ୍ଣ ଚନ୍ଦ୍ର ଘଡ଼ାଇ, ଭାଗବତ ଜେନା, ଅଭିମନ୍ୟୁ ଜେନା, ତୁଷାର ସ୍ୟାନ୍ତି, ବସନ୍ତ ଭୂୟାଁ, ମନୋଜ ମହାପାତ୍ର ପ୍ରମୁଖ ଯୋଗଦେଇ ସ୍ବର୍ଗତ ଜେନାଙ୍କ ସ୍ମୃତିଚାରଣ କରିଥିଲେ। ତାଙ୍କର ଅବର୍ତମାନରେ ଏ ଅଞ୍ଚଳ ଜଣେ ମୁରବିକୁ ହରାଇଲା ବୋଲି ବକ୍ତାମାନେ କହିଥିଲେ। କାର୍ଯ୍ୟକ୍ରମ ସ୍ବର୍ଗତ ଦାସଙ୍କ ପୂତ୍ର ଆଲୋକ ଦାସ ଏଵଂ ଅଶୋକ ଦାସ ପରିଚାଳନା କରିଥିଲେ। ଏହି ଅବସରରେ ଇଶାନେଶ୍ୱରି ଭଜନ ଗ୍ରୁପ୍ ଦ୍ଵାରା ଭଜନ ପରିବେଷଣ କରାଯାଇଥିଲା। ଏଠାରେ ଉଲ୍ୟେଖନୀୟ ସ୍ବର୍ଗତ ଦାସଙ୍କର ଗତ ମାସ ୨୧ ତାରିଖରେ ସାପ କାମୁଡାରେ ମୃତ୍ୟୁ ଘଟିଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ