ମା ରାମାୟାଣାମ୍ମା ଠାକୁରାଣୀ ଯାତ୍ରା କମିଟି ପକ୍ଷରୁ ମନ୍ଦିରକୁ ଦାନ
ଛତ୍ରପୁର, (ଓ୍ବାଇଏନଏସ): ଛତ୍ରପୁର ସହର ର ଆରଧ୍ୟ୍ୟ ଦେବୀ ମା ରାମାୟାଣାମ୍ମା ଠାକୁରାଣୀ ଯାତ୍ରା କମିଟି, ମନ୍ଦିର ପରିଚାଳନା କମିଟି ଓ ବହୁମାନ୍ୟଗଣ୍ୟ ବ୍ୟକ୍ତି ମାନଂକୁ ନେଇ ଏକ ସ୍ୱତନ୍ତ୍ର ବୈଠକ ପରିଚାଳନା କମିଟି ର ସଭାପତି ଏସ. ରାମମୋହନ ରାଓ ଏବଂ ସମ୍ପାଦକ ଵି. ଶ୍ରୀନିବାସ ଙ୍କ ସଂଯୋଜନା ରେ ମନ୍ଦିର ପରିସର ରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ମନ୍ଦିର ର ବିଭିନ୍ନ ଉନ୍ନୟନ କାର୍ଯ୍ୟ ସହିତ ଚଳିତ ବର୍ଷ ମାଙ୍କ ଠାକୁରାଣୀ ଯାତ୍ରା ଶେଷ ହୋଇଥିବା କାର୍ଯ୍ୟ ସମ୍ପର୍କ ରେ ବିସ୍ତୃତ ଆଲୋଚନା ହୋଇଥିଲା l ଯାତ୍ରା କମିଟି ର ମ୍ୟାନଜର ସିଏଚ. ଦୟାନନ୍ଦ ରେଡ୍ଡୀ, ଆସିଷ୍ଟାଣ୍ଡ ମ୍ୟାନଜର ଏମ. ସମରେନ୍ଦ୍ର ସେନାପତି, ସେକ୍ରେଟାରୀ ପି. ରାଜୁ, ସିଏଚ. ଚିନ୍ନାବାବୁ, ଏସ.ଶ୍ରୀନିବାସ ଓ ଦିଲ୍ଲୀପ କୁମାର ପାଳ ଏବଂ ଅନ୍ୟାନ୍ୟ ସଦସ୍ୟ ମାନେ ଉପସ୍ଥିତ ରହି ମାଙ୍କ ଯାତ୍ରା ଚଳିତବର୍ଷ ଶାନ୍ତି ଶୃଙ୍ଖଳା ଏବଂ ବହୁ ଯାକଜକମ ଶେଷ ହୋଇଥିବା ରୁ ମନ୍ଦିର ପରିଚାଳନା କମିଟି, ଛତ୍ରପୁର ଓ ଆଖ ପାଖ ଅଂଚଳ ର ସମସ୍ତ ଜନସାଧାରଣ, ଶ୍ରଦ୍ଧାଳୁ, ପୋଲିସ ଓ ପ୍ରଶାସନ,ଛତ୍ରପୁର ବିଧାୟକ ଏବଂ ଜନ ପ୍ରତିନିଧି ଓ ଗଣ ମାଧ୍ୟମ ପ୍ରତିନିଧି ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି l ଏହି ଅବସର ରେ ଯାତ୍ରା କମିଟି ମ୍ୟାନଜର ସିଏଚ. ଦୟାନନ୍ଦ ରେଡ୍ଡୀ ମନ୍ଦିର ପରିଚାଳନା କମିଟି କୁ ୨ ଲକ୍ଷ ୫୪ ହଜାର ଟଙ୍କା ସହିତ ଏକ ଏସି ( ଶୀତ ତାପ ଯନ୍ତ୍ର) ପ୍ରଦାନ କରିଥିଲେ l ଏହା ସହିତ ନୀଳକଣ୍ଠେଶ୍ଵର ମନ୍ଦିର କମିଟି କୁ ମଧ୍ୟ ସେ ୧୦ ହଜାର ଟଙ୍କା ପ୍ରଦାନ କରିଛନ୍ତି l ଏହି ମଙ୍ଗଳ କାର୍ଯ୍ୟ ନିମନ୍ତେ ଯାତ୍ରା କମିଟି ମ୍ୟାନଜର ଏବଂ ତାଙ୍କ ଟିମ କୁ ସମସ୍ତେ ଶୁଭେଚ୍ଛା ପ୍ରଦାନ କରାଯାଇଥିଲା l ଏହି ବୈଠକ ରେ ଅନ୍ୟମାନଙ୍କ ମଧ୍ୟ ରେ କୋଷାଧ୍ୟକ୍ଷ ଏନ. ପ୍ରଭାକର ରାଓ, ଉପଦେଷ୍ଟା ଏ. ରାବଣା ରାଓ, ରବୀନ୍ଦ୍ର ନାଥ ସାହୁ, ଏମ. ସତ୍ୟ ନାରାୟଣ, ଲିଙ୍ଗରାଜ ରେଡ୍ଡୀ, ଏସ. ଦାଲେୟା ରେଡ୍ଡୀ, କେ. ରାମବାବୁ, ଏସ. ରମେଶ ରେଡ୍ଡୀ ଓ ବୁଲୁ ରେଡ୍ଡୀ ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଉପସ୍ଥିତ ଥିଲେ l ଶେଷରେ ସମ୍ପାଦକ ଵି. ଶ୍ରୀନିବାସ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ l


