ଆଦାନୀ ଫାଉଣ୍ଡେସନ ପକ୍ଷରୁ ପାଠ୍ୟ ଆସବାବ ଉପକରଣ ବଣ୍ଟନ

ଛତ୍ରପୁର,(ଓ୍ବାଇଏନଏସ):  ଗୋପାଳପୁର ବନ୍ଦରର ପାର୍ଶ୍ଵବର୍ତୀ ଗ୍ରାମ ଗୁଡିକରେ ଶିକ୍ଷା ଭିତ୍ତିଭୂମିକୁ ଉନ୍ନତ କରିବା ସହ ଆଧୁନିକୀକରଣ କରିବା ଲକ୍ଷ୍ୟ ନେଇ ଆଦାନୀ ଫାଉଣ୍ଡେସନ ଅନେକ ସାମାଜିକ ଦାଇତ୍ଵବୋଧ କାର୍ଯକ୍ରମ ହାତକୁ ନେଇଛି। ଏହି ପ୍ରୟାସ ଅନ୍ତର୍ଗତ ଆଜି ପାଖାପାଖି ୧୦୦ ଗୋଟି ପାଠ୍ୟ ଆସବାବ ଉପକରଣ ସାମଗ୍ରୀ ବଣ୍ଟନ କରାଯାଇଛି। ଆର୍ଯ୍ୟପଲ୍ଲୀ ପଞ୍ଚାୟତସ୍ଥିତ ବଡ ଆର୍ଯ୍ୟପଲ୍ଲୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଜି ଏକ ସ୍ବତନ୍ତ୍ର କାର୍ଯକ୍ରମ ମାଧ୍ୟମରେ ବଡ ଆର୍ଯ୍ୟପଲ୍ଲୀ, ହରିପୁର, ଆଗ୍ରାହାରମ ଓ ଚନ୍ଦ୍ରପଦା ଉଚ୍ଚ ପ୍ରାଥମିକ ଆଦି ବିଦ୍ୟାଳୟଗୁଡିକୁ ଆଦାନୀ ଫାଉଣ୍ଡେସନ ପକ୍ଷରୁ ଏହି ଦୁଇ ଆସନ ବିଶିଷ୍ଟ ପାଠ୍ୟ ଟେବୁଲ ସହିତ ଚେୟାର ଯୋଗାଇ ଦିଆଯାଇଛି। ଏହି କାର୍ଯକ୍ରମରେ ଗୋପାଳପୁର ବନ୍ଦର ବିଜନେସ ମୁଖ୍ୟ ପ୍ରଶାନ୍ତ ପାତ୍ର ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲା ବେଳେ ଅନ୍ୟମାନଙ୍କ ମଧ୍ୟରେ ଆର୍ଯ୍ୟପଲ୍ଲୀ ପଂଚାୟତ ସରପଞ୍ଚ ତ୍ରିଲୋଚନ ବେହେରା, ବିଦ୍ୟାଳୟ ସଭାପତି ମୂରଲୀ ସାହୁ , ପ୍ରଧାନ ଶିକ୍ଷକ ରଜତ ଗୋଛାୟତ ଓ ବଡ ଆର୍ଯ୍ୟପଲ୍ଲୀ ପଂଚାୟତ ଗ୍ରାମ୍ୟ କମିଟିର ବହୁ  ସଦସ୍ୟ ଓ ଭଦ୍ର ବ୍ୟକ୍ତିଙ୍କ ଉପସ୍ଥିତିରେ ଏହି ସାମଗ୍ରୀ ଗୁଡିକୁ ବଣ୍ଟନ କରାଯାଇଥିଲା। ଗୁଣାତ୍ମକ ଶିକ୍ଷା ସହ ଶ୍ରେଣୀ ଗୃହ ପାଠ୍ୟକ୍ରମକୁ ଅଧିକ ସୁରକ୍ଷିତ, ଆରାମଦାୟକ ପରିବେଶ ସ୍ଥାନ ସୃଷ୍ଟି କରିବା ପାଇଁ ଆଦାନୀ ଫାଉଣ୍ଡେସନ ପକ୍ଷରୁ ଏହି ଫର୍ନିଚର ଗୁଡିକୁ ଯୋଗାଇ ଦିଆଯାଇଛି। ଶ୍ରେଣୀଗୃହରେ ନୃତନ ବେଞ୍ଚ ଓ ଡ଼େସ୍କରେ ବସି ପାଠ ପଢିବା ପାଇଁ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଅନେକ ଉତ୍ସାହ ପରିଲିଖିତ ହୋଇଥିଲା ।  ସରକାରୀ ବିଦ୍ୟାଳୟଗୁଡିକୁ ଏହି ଆବଶ୍ୟକୀୟ ଫର୍ନିଚର ଯୋଗାଇଯାଇଥିବାରୁ ସ୍ଥାନୀୟ ଗ୍ରାମ୍ୟ ନେତୃମଣ୍ଡଳ ଆଦାନୀ ଫାଉଣ୍ଡେସନ କୁ ଉଚ୍ଚ ପ୍ରଶଂସା କରିଥିଲେ। ଏହି ଅବସରରେ ଗୋପାଳପୁର ବନ୍ଦର ବିଜନେସ ମୁଖ୍ୟ ପ୍ରଶାନ୍ତ ପାତ୍ର କହିଥିଲେ ଯେ ଛାତ୍ରଛାତ୍ରୀମାନଙ୍କୁ ଉତ୍ତମ ପାଠ୍ୟ ସୁବିଧା ଯୋଗାଇବା ସହ ସେମାନଙ୍କୁ ସଶକ୍ତ କରିବା ପାଇଁ ଆବଶ୍ୟକ ସମ୍ବଳ ନିଶ୍ଚିତ କରିବା ଆଦାନୀ ଫାଉଣ୍ଡେସନର ମୂଳ ଲକ୍ଷ୍ୟ ଅଟେ।  ଶିକ୍ଷା ହେଉଛି ସମୃଦ୍ଧିର ମୂଳଦୁଆ ଏବଂ ଆମର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ବିଦ୍ୟାଳୟଗୁଡ଼ିକୁ ସହଯୋଗ କରି ଆମର ଭବିଷ୍ୟତ ପିଢ଼ି ପାଇଁ ଏକ ଦୃଢ଼ ଭିତ୍ତିଭୂମି ନିର୍ମାଣ କରିବା ପ୍ରତି ଆମେ ସର୍ବଦା ବଦ୍ଧପରିକର।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ