ପ୍ରଶାସନ ବିଫଳ, ରିଲଫ ବାଣ୍ଟିଲେ ବରୀ ବିଧାୟକ
ବରୀ,(ଚୈତନ୍ୟ ଜେନା) : ବରୀ ବ୍ଲକର ୨୦ ରୁ ଉର୍ଦ୍ଧ ପଞ୍ଚାୟତର ଲୋକମାନେ ବନ୍ୟା ଦ୍ଵାରା ପ୍ରଭାବିତ ହୋଇଥିଲେ ମଧ୍ୟ ନାମକୁ ମାତ୍ର କେତୋଟି ଗ୍ରାମର ବନ୍ୟା ପୀଡିତ ମାନଙ୍କୁ ଅଧା କେଜି ଲେଖାଁଏ ଚୁଡ଼ା ଓ ଗୁଡ଼ ଦେଇ ନିରବ ବସିଥିବା ବେଳେ ବରୀ ବିଧାୟକ ବିଶ୍ୱ ରଞ୍ଜନ ମଲିକ ବନ୍ୟା ବିପନ୍ନ ମାନଙ୍କୁ ରିଲିଫ୍ ପ୍ରଦାନ କରିଛନ୍ତି। ଅଙ୍ଗାଳୋ ପଂଚାୟତର ଅରିଲୋ, ଅଙ୍ଗାଳୋ, ବୋଇତାଳୁ ପାଟଣା, ମଧୁସୂଦନ ପୁର, ବାରିଙ୍ଗି ଓ ଚନ୍ଦନପୁର, ରମ୍ପା ପଞ୍ଚାୟତର ନେଉଳା, ରଜାପୁର ପଞ୍ଚାୟତର ଫୁଲୁପୁର, ରଜାପୁର, ଅରଙ୍ଗାବାଦ ପଞ୍ଚାୟତର ବନ୍ଧପଡ଼ା, ବାଳିବିଲ ପଞ୍ଚାୟତର କେଁ କରଡା ପ୍ରଭୁତି ଗ୍ରାମର ବନ୍ୟା ବିପନ୍ନଙ୍କୁ ବିସ୍କୁଟ, ପାଣିବୋତଲ, ଅଟା, ଚୁଡ଼ା, ମୁଢ଼ି ଆଦି ସାମଗ୍ରୀ ନିଜେ ବିଧାୟକ ବୁଲି ବୁଲି ପ୍ରଦାନ କରୁଥିବା ବେଳେ ବିଭିନ୍ନ ସ୍ଥାନରେ ରନ୍ଧା ଖାଦ୍ୟ ମଧ୍ଯ ପ୍ରଦାନ କରିବାର ବନ୍ଦୋବସ୍ତ କରିଛନ୍ତି। ବରୀ ବିଧାୟକ ବିଶ୍ୱ ରଞ୍ଜନ ମଲିକ, ବ୍ଲକ ଉପାଧକ୍ଷା ଅର୍ଚ୍ଚନା ମଲିକ, ଜିଲ୍ଲା ପରିଷଦ ସଭ୍ୟ ଅଶୋକ କୁମାର ସାମଲ, ସନ୍ତୋଷ କୁମାର ସାମଲ, ଦିଲ୍ଲିପ କୁମାର ମହାନ୍ତି, ପ୍ରସନ୍ନ କୁମାର ସାମଲ, ବୁଲୁ ଯାଦବ, ହିମାଂଶୁ ଦାଶ ପ୍ରମୁଖ ବିଭିନ୍ନ ପଞ୍ଚାୟତ ବୁଲି ବନ୍ୟା ବିପନ୍ନଙ୍କ ସମସ୍ୟା ବୁଝିବାସହ ଲୋକଙ୍କୁ ସହାୟତା ପ୍ରଦାନ କରିଛନ୍ତି। ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ବନ୍ୟା ମୁକାବିଲାରେ ବିଫଳ ହୋଇଥିବା ବିଜେଡି ନେତାମାନେ ଅଭିଯୋଗ କରିଛନ୍ତି। କାର୍ଯ୍ୟକ୍ରମରେ ବରୀ ବିଜେଡିର ବହୁ ଆଗ ଧାଡ଼ିର କର୍ମି ସାମିଲ ହୋଇ ରିଲିଫ କାର୍ଯ୍ୟକୁ ତ୍ୱରାନ୍ୱିତ କରୁଥିବାର ଦେଖିବାକୁ ମିଳିଛି।


