ଆବାସିକ ବିଦ୍ୟାଳୟରେ ୨୩ ଉର୍ଦ୍ଧ୍ବ କନିଷ୍ଠ ଛାତ୍ରଙ୍କୁ ବରିଷ୍ଠ ଛାତ୍ରଙ୍କ ନିସ୍ତୁକ ମାଡ଼: ହଷ୍ଟେଲରେ ଛାତ୍ରଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ?

କଲ୍ୟାଣସିଂହପୁର (ଏଙ୍କେଟେଶ୍ୱର ପାଢ଼ୀ ): କନିଷ୍ଟଙ୍କୁ  ବରିଷ୍ଠ ଛାତ୍ରଙ୍କ ଚାଲିଥିଲା ନିଷ୍ଠୁର ଅମାନବୀୟ ନିସ୍ତୁକ ମାଡ଼ର ପ୍ରତିଯୋଗିତା। ଗୋଟିଏ ଖସିଗଲେ ଆଉ ଗୋଟିଏ ଅଧିକା ମାଡ଼।ବରିଷ୍ଠ ନାବାଳକ ଛାତ୍ରମାନେ ନିଜର ପତିଆରାକୁ ନେଇ ହିଂସାର ପଥ ବାଛିନେଇଛନ୍ତି। ଏମିତି ଘଟଣା ଘଟିଛି ରାୟଗଡ଼ା ଜିଲ୍ଲାର କଲ୍ୟାଣସିଂହପୁର ଓ କଲୋରା ବ୍ଲକ ସୀମାନ୍ତ ରିବଲକଣା ଏସେସଡ଼ି ଆବାସିକ ବିଦ୍ୟାଳଳୟରେ ଛାତ୍ରଙ୍କ ମଧ୍ୟରେ ସତରେ ମାଡ଼ ପ୍ରତିଯୋଗିତା ଚାଲିଥିବା ଭାଇରଲ ଭିଡିଓକୁ ଦେଖିଲେ ଜଣା ପଡୁଛି।କଥା ଜିଲ୍ଲାର ଅନ୍ତବାସୀଙ୍କ ସୁରକ୍ଷାକୁ ନେଇ ଚିନ୍ତାରେ ଅଭିଭାବକ। ବରିଷ୍ଠ ଛାତ୍ର ମାନେ ପ୍ରାୟ ୨୩ ଜଣ କନିଷ୍ଠ  ଛାତ୍ରମାନଙ୍କୁ ଜଣ ଜଣକୁ ଗାଈଗୋରୁଙ୍କୁ ପିଟିବା ଭଳି ଘଟଣା ଭିଡିଓ ଭାଇରଲ ସାମ୍ନାକୁ ଆସିଛି। କଲ୍ୟାଣସିଂହପୁର ବ୍ଲକ ସୀମାନ୍ତ ରିଭଲକଣା ଉଚ୍ଚ ବିଦ୍ୟାଳୟରେ ଦଶମ ଶ୍ରେଣୀର ଛାତ୍ର ୯ମ ଶ୍ରେଣୀର ଛାତ୍ରମାନଙ୍କୁ ନଡିଆ ବାହୁଙ୍ଗୀ ଓ ବାଡ଼ିରେ ପିଟୁଥିବା ଦୃଶ୍ୟ ସାମ୍ନାକୁ ଆସିଛି ।ଉକ୍ତ ମାରପିଟ ଘଟଣାରେ ପ୍ରାୟ ୨୩ରୁ ଅନ୍ତେବାସୀ ପିଚାରେ ନଡ଼ିଆ ବୋଉଙ୍ଗୀ ଓ ହାତରେ ବାଡ଼ିରେ ମାଡ଼ ଖାଇଥିବା ଭିଡିଓରୁ ଜଣା ପଡିଛି।ଏହି ଘଟଣା ୨ଦିନ ପୂର୍ବର ହୋଇଥିବା ବେଳେ ଆଜି ସାମ୍ନାକୁ ଆସି ଜିଲ୍ଲାରେ ବିରାଟ ପ୍ରଶ୍ନ ସୃଷ୍ଟି କରିଛି । ବିଦ୍ୟାଳୟର ଜଣେ ଛାତ୍ର ନବମ ଶ୍ରେଣୀର ୨୩ରୁ ଊର୍ଦ୍ଧ ହଷ୍ଟେଲ ଅନ୍ତେବାସୀଙ୍କୁ ନଡିଆ ବାହୁଙ୍ଗା ଓ ବାଡ଼ିରେ ନିସ୍ତୁକ ମାଡ଼ ମାରୁଥିବାର ଏକ ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି। ଘଟଣାଟି ରବିବାର ରାତିରେ ଘଟିଥିବା ଜଣାପଡ଼ିଛି।ସୂଚନା ଅନୁଯାୟୀ, ନବମ ଶ୍ରେଣୀର କିଛି ଛାତ୍ର, ସମ୍ପୃକ୍ତ ଛାତ୍ର ଓ ଅନ୍ୟ ଛାତ୍ରଙ୍କ ବିରୋଧରେ ଶିକ୍ଷକଙ୍କ ନିକଟରେ ଅଭିଯୋଗ କରିଥିଲେ ଅଭିଯୋଗ କରିଥିବା ଛାତ୍ରମାନଙ୍କୁ ମାଡ଼ ମରାଯାଉଥିବା ଜଣା ପଡିଛି।ପରେ ଶିକ୍ଷକ ସମ୍ପୃକ୍ତ ଛାତ୍ରଙ୍କୁ ତାଗିଦ୍ କରିଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ସେ ଓ ତାଙ୍କ କିଛି ସହପାଠୀ ମିଶି ଗତ ରବିବାର ରାତିରେ ନବମ ଶ୍ରେଣୀର ୨୦ରୁ ଅଧିକ ହଷ୍ଟେଲ ଅନ୍ତେବାସୀଙ୍କୁ ଅକଥନୀୟ ନିସ୍ତୁକ ଭାବେ ମାଡ଼ ମାରୁଥିବାର ଭିଡିଓରୁ ଦେଖୁବାକୁ ମିଳିଛି।ଏନେଇ ବିଦ୍ୟାଳୟର ହଷ୍ଟେଲ ଦାୟିତ୍ଵରେ ରହିଥ‌ିବା ଡମ୍ବରୁଧର ତ୍ରିପାଠୀ ସୂଚନା ପ୍ରଦାନ କରି କହିଛନ୍ତି ଉକ୍ତ ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ତାଙ୍କୁ ବିଦ୍ୟାଳୟରୁ ବହିଷ୍କାର କରାଯିବା ସହ ଚାନ୍ଦିଲି ଥାନାରେ ଏତଲା ଦିଆଯାଇଛି ବୋଲି ଶିକ୍ଷକ ଜଣକ ପ୍ରକାଶ ଲାରିଛନ୍ତି।ଘଟଣା ସଂପର୍କରେ ଖବର ପାଇ କୋଲନରା ବ୍ଲକ ମଙ୍ଗଳ ସଂପ୍ରସାରଣ ଅଧୁକାରୀ ଦେବାଶିଷ ମୁଣ୍ଡ ବିଦ୍ୟାଳୟକୁ ଯାଇ ତଦନ୍ତ କରିଛନ୍ତି। ଅନ୍ୟପକ୍ଷରେ ଘଟଣା ସମ୍ପର୍କରେ ଜିଲ୍ଲା ମଙ୍ଗଳ ଅଧିକାରୀ ଅସୀମା ରାଓ କୋଲନରା ଡବ୍ଲ୍ୟୁଇଓଙ୍କୁ ତଦନ୍ତ ପ୍ରଦାନ କରିବାକୁ କହିଥିବା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସମ୍ପର୍କରେ ଜିଲ୍ଲାପାଳ ମଧ୍ୟ ଅବଗତ ଥିବା ବେଳେ ଗୁରୁତର ଭାବେ ଘଟଣା ନେଇଛନ୍ତି ଜିଲାପାଳ।ଘଟଣା ପରେ ହଷ୍ଟେଲରେ ଅନ୍ୟ ଅନ୍ତେବାସୀମାନେ ଭୟଭୀତ ଅବସ୍ଥାରେ ଥିବା ଜଣାପଡ଼ିଛି। ତେବେ ହଷ୍ଟେଲରେ ରହୁଥିବା ଅନ୍ତେବାସୀ ଛାତ୍ରମାନଙ୍କୁ କେଉଁ ପରିସ୍ଥିତିରେ ଏଭଳି ମାଡ଼ ମରାଗଲା ତଦନ୍ତ ସାପେକ୍ଷ। ପୁଣି ମାଡ଼ ମାରିଥିବା ଛାତ୍ରମାନଙ୍କୁ ବିଦ୍ୟାଳୟ କତୃପକ୍ଷ ଘରକୁ ଛାଡିଦେଇଥିବା ଘଟଣା ଆଶ୍ଚର୍ଯ୍ୟ କରିଛି।ଘଟଣା ସମୟରେ ହଷ୍ଟେଲର ଦାୟିତ୍ଵରେ କିଏ ଥିଲେ ଏବଂ ଛାତ୍ରମାନଙ୍କ ସୁରକ୍ଷାରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।ଜିଲ୍ଲା ପ୍ରଶାସନ ତଦନ୍ତ ପରେ ଆଉ କଣ ମୋଡ଼ ନେଉଛି ସାଧାରଣରେ ଆଲୋଚନା ହେଉଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ