ଲ୍ୟାମ୍ପରେ ପୂର୍ବତନ ଏମଡିଙ୍କ ୧କୋଟି ଦୁର୍ନୀତି ଘଟଣା: କାଗଜ ପତ୍ର ପ୍ରଦାନ କରି ନଥିବାରୁ କାର୍ଯ୍ୟରେ ଅଚଳା ଅବସ୍ଥା

କଲ୍ୟାଣସିଂହପୁର (ଏଙ୍କେଟେଶ୍ୱର ପାଢ଼ୀ ) : ରାୟଗଡା ଜିଲ୍ଲାର କଲ୍ୟାଣସିଂହପୁର ଲ୍ୟାମ୍ପରେ ପୂର୍ବତନ ଏମଡି ତାରିଣୀ ପ୍ରସାଦ କୋଟିଏ ଟଙ୍କାରୁ ଅଧିକ ଟଙ୍କା ଦୁର୍ନୀତି କରିବା ଘଟଣାରେ ଲ୍ୟାମ୍ପ ଅଚଳା ଅବସ୍ଥା ହୋଇ ପଡିଛି। ପୂର୍ବତନ ଏମଡି ତାରିଣୀ ପ୍ରସାଦ ତ୍ରିପାଠୀ ଲ୍ୟାମ୍ପରେ ଚଷୀ,ମୃତ ବ୍ୟକ୍ତି, ନିଜ ପରିବାର, ନନ୍ଧୁଙ୍କ ନାମରେ ଲକ୍ଷଲକ୍ଷ ଟଙ୍କା ଅଜାଣତରେ ହଡ଼ପ କରିବା ଘଟଣାରେ ଜିଲାପାଳଙ୍କ ନିର୍ଦେଶରେ ଡି ଆର ସି ଏସ ଜନ୍ମଜୟ ପମହାପାତ୍ର ତଦନ୍ତ କରିବାକୁ ନିର୍ଦେଶ ଦେଇଥିଲେ।ଘଟଣାରେ ପଦାକୁ ଆସିଵା ପରେ ନୀଳମ୍ବିତ କରାଯାଇଥିଲା। ପରେ ଭିଜିଲାନ୍ସ ପକ୍ଷରୁ ଗିରଫକରାଯାଇ କୋର୍ଟ ଚାଲାଣ କରିଥିଲେ ପୂର୍ବତନ ଏମଡି ତ୍ରିପାଠୀଙ୍କୁ। ଜୁନମାସ ଠାରୁ ଲକର ଚାବି,ରେଜିଷ୍ଟର, ନଥିପତ୍ର, ଜମା ବହି ଭଳି ଅନେକ ଗୁରତ ପୁର୍ଣ କାଗଜପତ୍ର ଆଜିଯାଏ ସମବାୟ ବିଭାଗ କୁ ହସ୍ତାନ୍ତର କରିନାହାନ୍ତି ପୂର୍ବତନ ଏମଡି। ଆଜିଯାଏ ତାଙ୍କୁ କେହି ମାଗି ନାହାନ୍ତି କି କମିଟି କାହଁକି ମାଗିନି ତାହା ବିରାଟ ପ୍ରଶ୍ନ ବାଚୀ ସୃଷ୍ଟି ହୋଇଛି। କିଛି କାଗଜ ପତ୍ର ଜବତ କରିଲେ ଉଭୟ ସମବାୟ ଓ ଭିଜିଲାନ୍ସ ବିଭାଗ।ସେହି ମାସଠାରୁ ଆଜିଯାଏ ଅନେକ ଗୁରୁତର ପୁର୍ଣ କେଶ ବହି, ଜମା ଖାତା ବହି ଓ ରେଜିଷ୍ଟର ଆଜିଯାଏ ଲ୍ୟାମ୍ପକୁ ଫେରାଇ ନଥିଥିବାରୁ ଅନେକ କାର୍ଯ୍ୟ ଚାଲୁନଥିବାରୁ ଅଚଳା ଅବସ୍ଥା ହୋଇ ପଡିଛି।ଏହି ସମବାୟ ବ୍ୟାଙ୍କ ଓ ସମିତି ଉପରେ ୮ ହଜାରରୁ ଅଧିକ ହିତାଧିକାରୀ,ଚାଷୀ,ସଦସ୍ୟ ଓ ମହିଳା ସ୍ୱୟଂ ଶାହାୟକ ଗୋଷ୍ଠୀ, ଗ୍ରାହକମାନେ ନିର୍ଭର କରୁଥିଲେ ମଧ୍ୟ ଏଭଳି କାର୍ଯ୍ୟ ଯୋଗୁ ଏହି ଲ୍ୟାମ୍ପ ଉପରେ ଭରଷା ତୁଟାଇ ଦେଇଛନ୍ତି। ବିଶେଷକରି ଚଷୀଙ୍କ ପାଇଁ ଗଢି ଉଠିଥିବା ଏହି ଲ୍ୟାମ୍ପ ପୂର୍ବତନ ଏମଡିଙ୍କ କୋଟିଏ ଟଙ୍କରୁ ଅଧିକ ଦୁର୍ନୀତି କରି ବିପୁଳ ପରିମାଣରେ ସମ୍ପତି କୋଠା ବାଡ଼ି ଓ ଢ଼ୀହ ଭଳି ସମ୍ପତି ଠୁଳ କରିଥିବାରୁ ଚଷୀଙ୍କ ମୁଣ୍ଡରେ ଚଡିକ ପଡି ଯାଇଛି। ଏଭଳିକି ଏମଡି ତ୍ରିପାଠୀ କୋଟିଏ ଟଙ୍କାରୁ ଅଧିକ ଆତ୍ମସାତ କରିଥିବା ଗଟଣାକୁ ନିର୍ଦୋଷ ଓ ଘଣ୍ଟ ଘୋଡାଇବା ପାଇଁ ଉଚ୍ଚ ନ୍ୟାୟାଳୟକୁ ଯାଇ ଏଆରସିଏସ ଜନ୍ମଜୟ ମହାପାତ୍ର, ପରିଚାଳନା କମିଟି ଉପରେ ଏକ ମାମଲା ରୁଜ କରି କୋର୍ଟକୁ ଟାଣିଥିଲେ। ଏମିତିକି ଏଆରସିଏସ ସମସ୍ତ ଖାତା ପତ୍ର ଜବତ କରି ତଦନ୍ତ ଚାଲୁଥିବା ବେଳେ ଭିଜିଲାନ୍ସ କୋର୍ଟରୁ ଜାମିନ ଆସିଥିଲେ।ଏସମ୍ପର୍କରେ ନୂତନ ଏମଡି ସିଲା ନିରଞ୍ଜନଙ୍କୁ ପଚାଟିବାରୁ  ନିଜର ବେଲ ବଣ୍ଡ ଦେଖାଇ ପୁଣି ନିଜର ପୂର୍ବ ପଦବିକୁ ଆସିବା ପାଇଁ ପରିଚାଳନା କମିଟି ଠାରୁ ଏକ ନିଯୁକ୍ତି ପତ୍ର ଆଣି ନୂତନ ଏମଡି ନିରଞ୍ଜନ ପ୍ରଦାନ କରିବା ପ୍ରକାଶ କରିଛନ୍ତି। ଏଭଳି ଘଟଣା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି। ଏମିତିକି ଋଣ ନେଇଥିବା ଚାଷୀ ଟଙ୍କା ଜମା କରି ପାରୁନଥିବାରୁ ସୁଧ ବଢ଼ି ଯାଇଥିବାରୁ ଆସନ୍ତଷ ପ୍ରକାଶ ପାଇଛି। ଏହି ଲ୍ୟାମ୍ପରେ କୋଟିରୁ ଅଧିକ ଟଙ୍କା ଦୁର୍ନୀତି କରିଥିବା ଘଟଣା ଚର୍ଚାରେ ଥିବା ବେଳେ ଏଆରସିଏସ ଜନ୍ମଜୟ ମହାପାତ୍ର ସମ୍ବଲପୁର ବଦଳି ହୋଇ ଯାଇଥିବା ବେଳେ ପୁଣି ନୂତନ ରୂପେ ନିଯୁକ୍ତି ପାଇଥିବା ଗୁଣପୁର ସମବାୟ ଉପନିବନ୍ଧକ ମିତ୍ରଭାନୁ ବିଶ୍ୱାଳ ଓ ପୁରୀ ରୁ ଆସିଥିବା ସହକାରୀ ନିବନ୍ଧକ ସନାତନ ବେହେରା ନିଯୁକ୍ତି ପାଇଛନ୍ତି। ଏଭଳି ଲ୍ୟାମ୍ପରେ ଦୁର୍ନୀତି ଘଟଣାକୁ କିଭଳି ତଦନ୍ତ କରୁଛନ୍ତି ଦେଖିବାକୁ ବାକି ରହିଲା।ପୂର୍ବରୁ ଜନ୍ମଜୟ ମହାପାତ୍ରଙ୍କ ତଦନ୍ତକୁ ରଫାଦଫା କରି ପୁଣି ଏମଡିଙ୍କୁ ଦାୟିତ୍ୱ ପ୍ରଦାନ କରନ୍ତି ତେବେ ଚାଷୀମାନେ ଆଗକୁ କାର୍ଯ୍ୟାଳୟରେ ତାଲା ପକାଇ ଦେବେ ବୋଲି ଆନ୍ଦୋଳନର ଦାନା ବାନ୍ଧୁଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ